ETV Bharat / business

କୋରୋନା ସଙ୍କଟ, 9 ମାସ ଯାଏଁ ଆରମ୍ଭ ହେବନି ନୂଆ ସ୍କିମ

author img

By

Published : Jun 5, 2020, 4:22 PM IST

କୋରୋନା ସଙ୍କଟ ପ୍ରଭାବ । 2021 ମାର୍ଚ୍ଚ ଯାଏଁ ନୂଆ ଯୋଜନାରେ ଲାଗିଲା ରୋକ । ଅର୍ଥମନ୍ତ୍ରାଳୟ ବିଜ୍ଞପ୍ତି ଜାରି କରି ସମସ୍ତ ମନ୍ତ୍ରାଣଳୟ ଓ ବିଭାଗକୁ ଏ ନେଇ ଜଣାଉଛି । ଅଧିକ ପଢନ୍ତୁ..

No new scheme for a year
କୋରୋନା ସଙ୍କଟ, 9 ମାସ ଯାଏଁ ଆରମ୍ଭ ହେବନି ନୂଆ ସ୍କିମ

ନୂଆଦିଲ୍ଲୀ: ମହାମାରୀ ସଂକ୍ରମଣ ରୋକିବାକୁ ଦେଶବ୍ୟାପି ଲକଡାଉନ ପ୍ରଭାବରେ ଅର୍ଥନୀତି ସ୍ଥାଣୁ ପାଲଟିଯାଇଛି । ରାଜସ୍ବରେ ଭାରୀ ହ୍ରାସ ହୋଇଛି । ଏପେଟ ବ୍ୟୟ ବଢିଛି । ଆଉ ଏହାର ପ୍ରଭାବ ସରକାରୀ ଯୋଜନା ଉପରେ ଦେଖିବାକୁ ମିଳିଛି ।

ଏ ସବୁକୁ ନଜରେର ରଖି ଅର୍ଥ ମନ୍ତ୍ରାଣଳୟ ପକ୍ଷରୁ ବିଭିନ୍ନ ମନ୍ତ୍ରାଣଳୟ ଓ ବିଭାଗ ଦ୍ବାରା ସୀକୃତ ନୂଆ ଯୋଜନା ଉପରେ ରୋକ ଲଗାଇଛନ୍ତି । ଅର୍ଥାତ 2021 ମାର୍ଚ୍ଚ ଯାଏଁ କୌଣସି ନୂଆ ଯୋଜନାର ଆରମ୍ଭ ହେବ ନାହିଁ ।

ତେବେ ଆତ୍ମନିର୍ଭର ଭାରତ ଅଭିଯାନ ପ୍ୟାକେଜ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଉପରେ କୌଣସି ପ୍ରତିବନ୍ଧକ ଲାଗିବ ନାହିଁ ।

କୋରୋନା ସଙ୍କଟ ଓ ସ୍ଥିତିକୁ ନଜରରେ ରଖି ଅର୍ଥମନ୍ତ୍ରାଳୟ ବିଜ୍ଞପ୍ତି ଜାରି କରି ସ୍ପଷ୍ଟ କରିଛି କି, ଅର୍ଥବ୍ୟବସ୍ଥାରେ ମନ୍ଥର ଯୋଗୁଁ 2020-21 ବର୍ଷ ପାଇଁ ନୂଆ ଯୋଜନାର ଆରମ୍ଭ ଉପରେ ବର୍ତ୍ତମାନ ରୋକ ଲଗାଇଦିଆଯାଇଛି । ଏଥିରେ ଏବେ ସୁଦ୍ଧା ସୀକୃତ ଓ ମୁଲ୍ଯାଙ୍କନ (approved or appraised)ଯୋଜନା ସବୁ ସାମିଲ ରହିଛି । ରାଜସ୍ବ ଅଭାବ ଯୋଗୁଁ 9 ମାସ ଯାଏଁ ଅନ୍ୟ ଖର୍ଚ୍ଚ ହେବ ନାହିଁ ।

ପ୍ରକାଶ ଯେ, କୋରୋନା ପ୍ରଭାବିତ ଅର୍ଥନୀତିକୁ ବୁଷ୍ଟର ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 20 ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.