ନୂଆଦିଲ୍ଲୀ: ନିବେଶ ପାଇଁ ସମଗ୍ର ବିଶ୍ବରେ ସବୁଠୁ ଶ୍ରେଷ୍ଠ ଭାରତ । ଏଠାରେ ଲୋକତନ୍ତ୍ରରେ ବିଶ୍ବାସ ସହ ପୁଞ୍ଜିବାଦକୁ ସମ୍ମାନ ଦିଆଯାଏ । ଏପରି ନିବେଶ ଅନୁକୂଳ ଦେଶ ଆଉ କେଉଁଠି ନାହିଁ । ବୁଧବାର ୱାଶିଂଟନସ୍ଥିତ ଆଇଏମଏଫ ହେଡକ୍ବାଟରରେ ଅନୁଷ୍ଠିତ ଏକ ସମ୍ମିଳନୀରେ ଯୋଗ ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ଆହ୍ବାନ ଦେଇଛନ୍ତି ।
ଭାରତରେ ନିବେଶ ପାଇଁ ବହୁ ପ୍ରୋତ୍ସାହନ ରହିଛି । ଏଥିସହ ସରକାର ବିଭିନ୍ନ ଦିଗର ଉନ୍ନତି ଲାଗି ନୂଆ ଯୋଜନା ପ୍ରସ୍ତୁତ କରୁଛନ୍ତି । ଏଣୁ ନିବେଶକ ଅଚିନ୍ତାରେ ଭାରତରେ ଟଙ୍କା ଲଗାଇପାରିବେ ବୋଲି ଆଶ୍ବସନା ଦେଇଛନ୍ତି ନିର୍ମଳା ।
ସେ କହିଛନ୍ତି ଯେ, ଭାରତ ଆଜି ବି ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା । ଏହା ପାଖରେ ଉକୃଷ୍ଟ କୁଶଳ - ଦକ୍ଷ ଶ୍ରମଶକ୍ତି ଏବଂ ସରକାର ଅଛି । ଯାହା ସୁଧାର ନାଁରେ ଜରୁରୀ ନିର୍ଣ୍ଣୟ ଓ ଏହ ଉପରେ ଥିବା ଲୋକତନ୍ତ୍ର ଏବଂ ନିୟନୁଯାୟୀ ଶାସନ ନେଇ ଲଗାତାର ପ୍ରୟାସ କରୁଛି ।
ନିବେଶକ କାହିଁକି ଭାରତରେ ନିବେଶ କରିବେ ? ଏହି ପ୍ରଶ୍ନରେ ଅର୍ଥମନ୍ତ୍ରୀ ଜବାବ ରଖିଥିଲେ ଯେ, ଯଦିଓ ଅଦାଲତ ବ୍ୟବସ୍ଥାରେ କିଛିଟା ବିଳମ୍ବ ହୋଇଯାଏ । କିନ୍ତୁ ଭାରତ ଏକ ପାରଦର୍ଶୀ ଏବଂ ମୁକ୍ତ ସମାଜ ଅଟେ । ଯେଉଁ ନିବେଶର ଭରପୂର ସୁଯୋଗ ଅଛି ।