ନୂଆଦିଲ୍ଲୀ: ଗ୍ରାହକଙ୍କଠୁ ଋଣ ଆଦାୟ କରିବା କ୍ଷେତ୍ରରେ ବ୍ୟାଙ୍କ ଜବରଦସ୍ତି କରିପାରିବ ନାହିଁ । ଏପରିକି ଲୋନ ରିକୋଭରି ପାଇଁ ବ୍ୟଙ୍କ ବାଉନ୍ସର ମଧ୍ୟ ରଖିପାରିବ ନାହିଁ । କିମ୍ବା ଗ୍ରାହକଙ୍କ ପାଖକୁ ବାଉନ୍ସରକୁ ପଠାଇବାର ଅଧିକାର ବ୍ୟାଙ୍କ ନିକଟରେ ରହିବନି । ଏଭଳି ଦାବି କରି ସୋମବାର ଲୋକସଭାବେ ଯୁକ୍ତି ବାଢିଛନ୍ତି କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ।
ଋଣଦାତାଙ୍କ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଦିଶା ନିର୍ଦ୍ଦେଶ କୋଡ ଜାରି କରିଛନ୍ତି । ଯାହାକୁ ସେମାନେ ବ୍ୟାଙ୍କର ଦୁର୍ବ୍ୟବହାର ଉପରେ ଉପଯୋଗ କରିପାରିବେ ।
ଋଣ ଆଦାୟ କରିବା ପାଇଁ ବ୍ୟାଙ୍କ ଲଗାତାର ଭାବେ ଗ୍ରାହକଙ୍କୁ ଭୟଭୀତ କରିବା ସହ ଧମକ ଦେଇଥାଏ । ଏଥିସହ ବ୍ୟାଙ୍କ ନିଯୁକ୍ତି ଦେଇଥିବା ବାଉନ୍ସରଙ୍କୁ ପଠାଇ ଟଙ୍କା ଆଦାୟ କରେ । ଏପରି ସ୍ଥିତିରେ ଗ୍ରାହକଙ୍କ ସୁରକ୍ଷାକୁ ନଜରରେ ରଖି ଆରବିଆଇ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ।