ନୂଆଦିଲ୍ଲୀ: ପୁରୁଣା ଯାନ ଉପରେ ଗ୍ରୀନ ଟ୍ୟାକ୍ସ ଲାଗୁ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି । ସରକାର ଚାହୁଁଛନ୍ତି ଯେ ଲୋକମାନେ ଅଧିକରୁ ଅଧିକ ବୈଦ୍ୟୁତିକ ଯାନ କିଣନ୍ତୁ ।
ଏହାକୁ ଗ୍ରୀନ ଟ୍ୟାକ୍ସରୁ ମୁକ୍ତ ରଖାଯିବ । କେନ୍ଦ୍ର ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ 15 ବର୍ଷ ପୁରୁଣା କମର୍ସିଆଲ ଗାଡି (ଟ୍ରକ, ଟ୍ୟାକ୍ସି ଓ ଘରୋଇ ଯାନ) ଉପରେ ଗ୍ରୀନ ଟ୍ୟାକ୍ସ ଲଗାଇବା ପ୍ରସ୍ତାବ ଦେଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ କି ଲୋକ ପୁରୁଣା ଗାଡି ବଦଳରେ ନୂଆ ଗାଡିକୁ କିଣିବାକୁ ପ୍ରୋତ୍ସାହିତ କରିବା । ରାଜ୍ୟ ସରକାରଙ୍କ ପରାମର୍ଶ ପରେ ଏହି ପ୍ରସ୍ତାବକୁ ଅଧିସୂଚିତ କରାଯାଇପାରେ । ଏହା ପରେ ଏହାକୁ ଏପ୍ରିଲ ପହିଲାରୁ ଲାଗୁ କରାଯିବ । ସରକାରଙ୍କ ସ୍କ୍ରାପ ପଲିସି ସମ୍ବନ୍ଧରେ ବିଭାଗୀୟ ମନ୍ତ୍ରୀ ନୀତିନ ଗଡକରୀ ଲୋକସଭାରେ ବିସ୍ତାରରେ ସୂଚନା ଦେଇଛନ୍ତି ।
ଗଡକରୀ କହିଛନ୍ତି କି ନୂଆ ଯାନ ସ୍କ୍ରାପିଂ ନୀତି ଅଟୋମୋବାଇଲ କ୍ଷେତ୍ରରେ ସୁଧାର ଆଣିବ । ଏହା ଦ୍ବାରା ସଡକ ସୁରକ୍ଷା ପରିଚାଳନା ହେବ । ଫଳରେ ପରିବେଶ ପ୍ରଦୂଷଣ ମୁକ୍ତ ହେବ ତଥା ଇନ୍ଧନ ବ୍ୟବହାର କମିବ । ଏଥିସହ ତେଲ ଆମଦାନୀ ହ୍ରାସ ହେବ । ଲୋକସଭାରେ ଗାଡି ସ୍କ୍ରାପିଂ ନୀତି ଘୋଷଣା କରି ଗଡକରୀ ଏ ସମ୍ବନ୍ଧରେ ଦର୍ଶାଇଛନ୍ତି ।
ସେ କହିଛନ୍ତି କି ଦେଶରେ ଅଟୋମୋବାଇଲ ସେକ୍ଟରର ଆକାର 4.50 ଲକ୍ଷ କୋଟି ଟଙ୍କା ରହିଛି । ଆଉ ଆସନ୍ତା 5 ବର୍ଷରେ ଏହା ବୃଦ୍ଧି ହୋଇ 10 ଲକ୍ଷ କୋଟି ଟଙ୍କାରେ ହେବା ଆଶା ରହିଛି ।
ସେ ଦାବି କରିଛନ୍ତି କି 5 ବର୍ଷରେ ଭାରତରେ ଅଟୋମୋବାଇଲ ସେକ୍ଟର ଦୁନିଆରେ ପ୍ରଥମ ନମ୍ବରରେ ପହଞ୍ଚିଯିବ । ଏଣୁ ସାଂସଦ ସମେତ ସାଧାରଣ ଲୋକଙ୍କୁ ଧୀରେ ଧୀରେ ଜୈବ ଇନ୍ଧନ ଓ ବିଦ୍ୟୁତ ଚାଳିତ ଯାନ ଆପଣାଇବାକୁ ଅପିଲ କରିଛନ୍ତି ଗଡକରୀ । ଏହି ପଲିସିକୁ ଜର୍ମାନୀ , ବ୍ରିଟେନ , ଜାପାନ ଭଳି ଦେଶର ବିଶ୍ବସ୍ତରୀୟ ମାନକ ଆଧାରରେ ପ୍ରସ୍ତୁତ କରାଯାଇଛି ।
ସ୍କ୍ରାପିଂ ନୀତିର ଫାଇଦା
ଏହି ପଲିସି ଅଧିନରେ 20 ବର୍ଷ ପୁରୁଣା ପ୍ରାୟ 51 ଲକ୍ଷ ହାଲୁକା ମୋଟର ଯାନ( ଏଲଏମଭି) ଓ 15 ବର୍ଷରୁ ଅଧିକ ପୁରୁଣା 34 ଲକ୍ଷ ଏଲଏମଭି ଆସିବ । ଏହା ଜରିଆରେ 15 ଲକ୍ଷ ମଧ୍ୟମ ଓ ଭାରୀ ମୋଟର ଯାନ ବି ଆସିବ ।
ଘରେ ସ୍କ୍ରାପ ଜିନିଷ ପଡିଥିଲା , ଚିନ୍ତା କଲୁ କି ଏଭଳି ଏକ ଚାରି ଚକିଆ ଗାଡି ତିଆରି କରୁବୁ, ଯାହାକୁ ଅତି କମ ରେଟରେ ଆମେ ଲୋକଙ୍କୁ ବିକ୍ରି କରିପାରିବା । ଯେପରି 10 ବର୍ଷ ଯାଏଁ ଗାଡିର ଗ୍ୟାରେଣ୍ଟି ଦେଇ ଚଲାଇବା ବନ୍ଦୋବସ୍ତ କରାଇବା । ଆଉ ଗାଡି ଚାଲିବାରେ ଗୋଟେ ଟଙ୍କା ବି ଖର୍ଚ୍ଚ ଯେପରି ହେବନି କିଣିବା ପରେ । ଜାପାନରୁ ବ୍ୟାରେଟି ଅର୍ଡର ଦେଇ ମଗେଇଲୁ । ବ୍ୟାଟେରୀ ଏଇ ଗାଡିର ମୁଖ୍ୟ । ଅନ୍ୟାନ ଜିନିଷ ଶସ୍ତା । ମ୍ୟାଣ୍ଟେନେସ କିଛି ନାହିଁ ।