ETV Bharat / business

ଏସବୁ ବ୍ୟାଙ୍କର ହେବ ଘରୋଇକରଣ, ନୀତି ଆୟୋଗ ଜାରି କଲା ତାଲିକା

author img

By

Published : Jun 4, 2021, 4:37 PM IST

ଚଳିତ ଆର୍ଥିକ ବର୍ଷ ବିନିବେଶ ପ୍ରକ୍ରିୟାରେ ଯେଉଁ ସରକାରୀ ବ୍ୟାଙ୍କ ଓ ସାର୍ବଜନୀନ କ୍ଷେତ୍ରରେ ବୀମା କମ୍ପାନୀର ଘରୋଇକରଣ ହେବ ସେନେଇ ରିପୋର୍ଟ ଜାରି କଲା ନୀତି ଆୟୋଗ । ଅଧିକ ପଢନ୍ତୁ..

ଏସବୁ ବ୍ୟାଙ୍କର ହେବ ଘରୋଇକରଣ, ନୀତି ଆୟୋଜ ଜାରି କଲା ତାଲିକା

ନୂଆଦିଲ୍ଲୀ: କେଉଁ ଦୁଇ ବ୍ୟାଙ୍କର ହେବ ଘରୋଇକରଣ ? ସ୍ଥିର କଲା ନୀତି ଆୟୋଗ । ସୋମବାର ବିନିବେଶ ସମ୍ବନ୍ଧୀୟ ସଚିବଙ୍କ କୋର କମିଟିକୁ ଏ ନେଇ ରିପୋର୍ଟ ପଠାଇଛି ନୀତି ଆୟୋଗ ।

ଚଳିତ ଆର୍ଥିକ ବର୍ଷ ବିନିବେଶ ପ୍ରକ୍ରିୟାରେ ଯେଉଁ ସରକାରୀ ବ୍ୟାଙ୍କ ଓ ସାର୍ବଜନୀନ କ୍ଷେତ୍ରର ବୀମା କମ୍ପାନୀର ଘରୋଇକରଣ ହେବ ତାହା ରିପୋର୍ଟରେ ରହିଛି । ଏଥିରେ 2 ସାର୍ବଜନୀକ କ୍ଷେତ୍ରର ବ୍ୟାଙ୍କ (PSB) ଓ ଗୋଟିଏ ସାର୍ବଜନୀକ କ୍ଷେତ୍ରର ସଧାରଣ ବୀମାକର୍ତ୍ତାର ନାଁ ସାମିଲ ଅଛି ।

ତଥ୍ୟରେ ଦର୍ଶାଯାଇଛି କି ନିବେଶ, ରାଷ୍ଟ୍ରାୟତ୍ତ ସମ୍ପତ୍ତି ପରିଚାଳନା ବିଭାଗ(ଦୀପମ) ଏବଂ ଆର୍ଥିକ ସେବା ବିଭାଗ ( ଡିଏଫଏସ) ନୀତି ଆୟୋଗ ଦ୍ବାରା ସୁପାରିଶ କରାଯାଇଥିବା ନାଁର ଯାଞ୍ଚ କରିବେ । ଆଉ ଏ ବର୍ଷ ଘରୋଇକରଣ ପାଇଁ ଆର୍ଥିକ କ୍ଷେତ୍ରରେ ସମ୍ଭାବିତ ଆଶାୟୀ ପ୍ରାର୍ଥୀ ସୂଚୀ ଚୁଡାନ୍ତ ରୂପ ଦେବେ ।

ଏହି କ୍ଷେତ୍ରରେ ଜଡିତ ଜଣାଶୁଣା ଲୋକ କହିଛନ୍ତି କି ବ୍ୟାଙ୍କ ଅଫ ମହାରାଷ୍ଟ୍ର ଓ ସେଣ୍ଟ୍ରାଲ ବ୍ୟାଙ୍କ ଶୀର୍ଷ ଦୁଇ ପ୍ରାର୍ଥୀ , ଯାହାର ନାଁ ଘରୋଇକରଣ ପ୍ରକ୍ରିୟା ପାଇଁ ସାମିଲ କରାଯାଇଛି । ତେବେ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ନାଁ ମଧ୍ୟ ଏ ବର୍ଷ କିମ୍ବା ପରେ ଏହି ଲିଷ୍ଟରେ ଆସିପାରେ । ଏହା ବ୍ୟତିତ ୟୁନାଇଟେଡ ଇଣ୍ଡିଆ ଇନ୍ସୁରାନ୍ସକୁ ଏହାର ଆପେକ୍ଷିକ ଉତ୍ତମ ସଲଭେନ୍ସି ଅନୁପାତକୁ ଦୃଷ୍ଟିରେ ରଖି ତିନି ସାଧାରଣ ବୀମାକାରୀଙ୍କ ମଧ୍ୟରୁ ଘରୋଇକରଣ ପାଇଁ ପ୍ରାର୍ଥୀ ଭାବରେ ଚୟନ କରାଯାଇପାରିବ ।

ଆର୍ଥିକ କ୍ଷେତ୍ରର ବିଶେଷଜ୍ଞ ମଧ୍ୟ ଯୁକ୍ତି ବାଢିଛନ୍ତି କି ଓରିଏଣ୍ଟାଲ ଇନସୁରାନ୍ସ , ତିନୋଟିରେ ସବୁଠୁ କମ ସଲଭେନ୍ସି (ସ୍ବଚ୍ଛଳତା ) ଅନୁପାତ ସହ ଅନୁକୂଳ ହୋଇପାରିବ । କାରଣ ଏହାର ବିଦେଶୀ ପରିଚାଳନା ନାହିଁ । ଆଉ ଘରୋଇ ନିବେଶକଙ୍କୁ ନିମନ୍ତ୍ରଣ କରିବା ପାଇଁ ସହଜ ହୋଇପାରିବ ।

ସରକାର ପୂର୍ବରୁ ସଙ୍କେତ ଦେଇଥିଲେ କି ପ୍ରମ୍ପ୍ଟ୍ ସଂଶୋଧନ ଆକ୍ସନ୍ (PCA) ଢାଞ୍ଚା ଅନୁଯାୟୀ ବ୍ୟାଙ୍କ କିମ୍ବା ଦୁର୍ବଳ ବ୍ୟାଙ୍କଗୁଡିକୁ ଘରୋଇକରଣରୁ ଦୂରେଇ ରଖାଯିବ । କାରଣ କ୍ରେତା ଖୋଜିବା ସେମାନଙ୍କ ପାଇଁ କଷ୍ଟକର ହେବ । ଏହା ଦ୍ବାରା ତିନୋଟି PSBs - ଇଣ୍ଡିଆନ ଓଭରସିଜ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଏବଂ ୟୁକୋ ବ୍ୟାଙ୍କକୁ ସରକାରଙ୍କ ବିନିବେଶ ଯୋଜନାରୁ ବାଦ ପଡିଯିବେ ।

ଏହା ବ୍ୟତିତ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଓ ସେଣ୍ଟ୍ରାଲ ବ୍ୟାଙ୍କ ଉଭୟ ପଶ୍ଚିମ କେନ୍ଦ୍ରୀୟ ବ୍ୟାଙ୍କ, ଯେଉଁଠି ସାର୍ବଜନୀକ କ୍ଷେତ୍ର ବ୍ୟାଙ୍କର ଉପସ୍ଥିତି ପୂର୍ବରୁ ହିଁ ମଜବୁତ ରହିଛି । ଯାହା ଦ୍ବାରା ଘରୋଇ କ୍ଷେତ୍ରରେ ଅଧିକ ପ୍ରବେଶକୁ ଅନୁମତି ମିଳୁଛି ।

ଅର୍ଥମନ୍ତ୍ରାଳୟ ଫେବୃଆରୀ ପହିଲାରେ ବଜେଟ ଭାଷଣ ଦେବା ସହ ଆର୍ଥିକ ବର୍ଷ 2021-22 ପାଇଁ ରାଷ୍ଟ୍ର ମାଲିକାନାରେ ଥିବା ବ୍ୟାଙ୍କରେ 20,000 କୋଟି ଟଙ୍କାର ପୁଞ୍ଜି ଯୋଗାଇବା ନେଇ ଘୋଷଣା କରିଛି ।

ଘରୋଇକରଣ ପ୍ରକ୍ରିୟା ପୂର୍ବରୁ ସରକାର ସରକାରୀ ବ୍ୟାଙ୍କର ମିଶ୍ରଣ ମଧ୍ୟ କରିଛି । ଆଉ ଦୁର୍ବଳ ବ୍ୟାଙ୍କକୁ ମଜବୁତ ଓ ବଡ ବ୍ୟାଙ୍କ ସହ ମିଶାଇଦେଇଛି । 2020 ଏପ୍ରିଲ ପହିଲାରୁ ମୋଟ 10 ସାର୍ବଜନୀକ ବ୍ୟାଙ୍କର ମିଶ୍ରଣ କରିଦିଆଯାଇଛି ।

ମିଶ୍ରଣ ଲାଗୁ ହେବା ସହ ଭାରତରେ ବର୍ତ୍ତମାନ 12 ସାର୍ବଜନୀକ କ୍ଷେତ୍ରର ବ୍ୟାଙ୍କ ରହିଛି । ଯାହାର ସଂଖ୍ୟା 2017ରେ 27 ଥିଲା । ସରକାର ସାର୍ବଜନୀକ କ୍ଷେତ୍ରର କମ୍ପାନୀ ଓ ଆର୍ଥିକ ସଂସ୍ଥାରେ ଅଂଶଧନ ବିକ୍ରିରୁ 1.75 ଲକ୍ଷ କୋଟି ଟଙ୍କା ବଜେଟ ରଖିଛନ୍ତି । ତେବେ କୋଭିଡ-19 ଦ୍ବିତୀୟ ଲହର ମଧ୍ୟରେ ବୈଶ୍ବିକ ଓ ଘରୋଇ ଆର୍ଥିକ ଦୃଷ୍ଟିକୋଣକୁ ଦେଖିବାକୁ ଗଲେ ଏହି ଲକ୍ଷ୍ୟ ମହତ୍ବକାଂକ୍ଷୀ ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.