ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏ ବର୍ଷର ଶେଷ ସାମ୍ବାଦିକ ସମ୍ମିଳନୀ । ଏଥିରେ ସେ 102 ଲକ୍ଷ କୋଟି ଟଙ୍କା ବ୍ୟୟରେ ଜାତୀୟ ଭିତ୍ତିଭୂମି ପରିଯୋଜନା(NIP)ର ଘୋଷଣା କରିଛନ୍ତି ।
ଏଥିସହ ଆଗାମୀ 5 ବର୍ଷରେ ସରକାର 5 ଲକ୍ଷ କୋଟି ଟଙ୍କା ନିବେଶ ପାଇଁ ଯୋଜନା ରଖିଛନ୍ତି । ଯାହା 5 ଟ୍ରିଲିୟନ ଡଲାର ଅର୍ଥନୀତି ଲକ୍ଷ୍ୟ ପୂରଣ ପାଇଁ ସହଯୋଗ କରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ଫଳାଫଳ ପାଇବା ପାଇଁ ପ୍ରଥମେ ପାଖାପାଖୀ 70 ଷ୍ଟକ ହୋଲ୍ଡରର ସହ ଚର୍ଚ୍ଚା କରି ଏହି ପ୍ରୋଜେକ୍ଟକୁ ନିର୍ଦ୍ଧାରଣ କରାଯାଇଛି । ଗତ 4 ମାସରେ 70 ବୈଠକ ହୋଇଥିଲା । ଯେଉଁଥିରେ 102 ଲକ୍ଷ କୋଟି ଟଙ୍କାର ଭିତ୍ତିଭୂମି ଯୋଜନା ଉପରେ ଚର୍ଚ୍ଚା ହୋଇଛି ।
ନିର୍ମଳା ସୀତାରମଣ କହିଛନ୍ତି ଯେ, ଗତ 6 ବର୍ଷରେ ଭିତ୍ତିଭୂମି ଉପରେ 51 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯାହା ଜିଡିପିର 5ରୁ 6 ପ୍ରତିଶତ । ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଗଦାନ ରହିଛି ।
ଅର୍ଥମନ୍ତ୍ରୀଙ୍କ ଅନୁଯାୟୀ, NIP ଅଧିନରେ ପାଖାପାଖି 25 ଲକ୍ଷ କୋଟି ଟଙ୍କାର ଏନର୍ଜି ପ୍ରୋଜେକ୍ଟ ଉପରେ 20 ଲକ୍ଷ କୋଟି ଟଙ୍କା ସଡକ ଓ 14 ଲକ୍ଷ କୋଟି ଟଙ୍କାର ରେଲୱେ ପ୍ରୋଜେକ୍ଟ ପାଇଁ ସ୍ଥିର ହୋଇଛି । ଏଥିରେ ଘରୋଇ ସେକ୍ଟରର ନିବେଶ 22-25 ପ୍ରତିଶତ ରହିବ । ବଳକା ନିବେଶ ଏନଆଇପି ନିବେଶକ, କେନ୍ଦ୍ର ଓ ରାଜ୍ୟ ସରକାର କରିବେ । ତେବେ ଏହି ଟଙ୍କାକୁ ଶକ୍ତି, ରେଲୱେ, ଜଳସେଚନ, ମୋବିଲିଟି, ଶିକ୍ଷା ଓ ସ୍ବାସ୍ଥ୍ୟ ଉପରେ କରିବେ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।