ETV Bharat / business

ସ୍ବାମୀଙ୍କ ଟିପ୍ପଣୀକୁ ନିର୍ମଳାଙ୍କ କାଉଣ୍ଟର, ‘ସବୁଠୁ ବଡ ମୋଦି ମଡେଲ’

author img

By

Published : Oct 15, 2019, 10:35 AM IST

ମୋଦିଙ୍କ ଅର୍ଥନୀତିରେ ନାଖୁସ ସ୍ବାମୀଙ୍କ ଟିପ୍ପଣୀକୁ କାଉଣ୍ଟର ରଖିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କହିଲେ ରାଓ ମନମୋହନଙ୍କ ଠାରୁ ବଡ ମୋଦି ମଡେଲ ।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ସ୍ବାମୀଙ୍କ ଟିପ୍ପଣୀରେ ସ୍ପଷ୍ଟୀକରଣ ରଖିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦେଶର ଅର୍ଥବ୍ୟବସ୍ଥା ସୁଦୃଢ ପାଇଁ ନରସିଂହ ରାଓ- ମନମୋହନ ନୁହେଁ ବରଂ ମୋଦିଙ୍କ ମଡେଲ ସର୍ବୋଚ୍ଚ । ବିଗତ କିଛି ବର୍ଷ ଭିତରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ବହୁ ଫଣ୍ଡମେଣ୍ଟାଲ ରିଫର୍ମ(ମୌଳିକ ସଂସ୍କାର) ହୋଇଛି । ଯାହାକି କଂଗ୍ରେସ କାଳ ମଧ୍ୟରେ କଦାପି ସମ୍ଭବ ନଥିଲା ବୋଲି ସ୍ବାମୀଙ୍କ ସ୍ତମ୍ବର ଜବାବ ଦେଇ ଓଲଟା କାଉଣ୍ଟର କରିଛନ୍ତି ନିର୍ମଳା ।

ଏକ ପ୍ରମୁଖ ଇଂରାଜୀ ଗଣମାଧ୍ୟମର ସ୍ତମ୍ଭ ଲେଖି ବିଶିଷ୍ଟ ଅର୍ଥନୀତିଜ୍ଞ ତଥା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ବାମୀ ପର୍କଲା ପ୍ରଭାକର ଦେଶ ଅର୍ଥନୀତିର ଖରାପ ସ୍ଥିତି ନେଇ ଚିନ୍ତା ବ୍ୟକ୍ତ କରିଥିଲେ । ଏଥିସହ ଏହାକୁ ସୁଧାରିବା ପାଇଁ ସରକାରଙ୍କ ରାଓ-ମନମୋହନଙ୍କ ନୀତି ଅନୁକରଣ ପାଇଁ ପରାମର୍ଶ ଦେଇଥିଲେ । ଖୋଦ ଅର୍ଥମନ୍ତ୍ରୀଙ୍କ ସ୍ବାମୀ ହୋଇ ପ୍ରଭାକରଙ୍କ ଏଭଳି ମନ୍ତବ୍ୟ କେବଳ ଆର୍ଥିକ ନୁହେଁ ରାଜନୀତି କ୍ଷେତ୍ରରେ ଝଡ ସୃଷ୍ଟି କରିଛି।

ଅଧିକ ପଢନ୍ତୁ, ନିର୍ମଳାଙ୍କ ନୀତିରେ ନାଖୁସ ପତି ପର୍କଲା ପ୍ରଭାକର

ଏପଟେ ନିର୍ମଳା ମଧ୍ୟ ନିଜ ପ୍ରତିକ୍ରିୟାରେ ସରକାରଙ୍କ ସଫଳତାକୁ ବଖାଣିବାକୁ ପଛାଇନାହାନ୍ତି । ସେ କହିଛନ୍ତି ଯେ, ‘ ମୋଦିଙ୍କ କାଳରେ ଦ୍ରବ୍ୟ ଓ ସେବା କର(ଜିଏସଟି) , ଆଧାର, 8 କୋଟିଙ୍କୁ ଉଜ୍ବଳା, 12 ଲକ୍ଷ ଘରକୁ ବିଦ୍ୟୁତ ଆଦି ପ୍ରଦାନ କରାଯାଇଛି । ଏଭଳି ମହାନ ଓ ବୃହତ୍ତ ସଂସ୍କାର ପାଇଁ ପିଏମ ମୋଦିଙ୍କୁ ଧନ୍ୟବାଦ ଦେବା ଦରକାର । ଏହା ଏପରି ଢାଞ୍ଚା ଯେଉଁଠି କିନ୍ତୁ, ପରନ୍ତୁର ସ୍ଥାନ ନାହିଁ । ସମଗ୍ର ବିଶ୍ବକୁ ଦେଖିବାକୁ ଗଲେ ସବୁଠାକ କମ ଟିକସ ଏବେ ଭାରତ । ଯାହାକି ଗ୍ରହଣୀୟ ।

ଦେଶର ମାନ୍ଦାବସ୍ଥା ଭିତରେ ଗତି କରୁଛି । ସରକାର ଏ ପ୍ରତି କୌଣସି ଠୋସ ପଦକ୍ଷେପ ଗ୍ରହଣ କରୁନାହାଁନ୍ତି। ଏଭଳି ବହୁ ସମାଲୋଚନା ସହ ବିରୋଧୀ ସରକାରଙ୍କୁ ଘେରୁଥିବା ବେଳେ ପର୍କଲାଙ୍କ ଏଭଳି ମନ୍ତବ୍ୟ ସମସ୍ତଙ୍କୁ ଅଡୁଆରେ ପକାଇଛି।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.