ନୂଆଦିଲ୍ଲୀ: କୋରୋନା ପାଇଁ ଏବେ ସମଗ୍ର ବିଶ୍ବର ଆର୍ଥିକ ଅବସ୍ଥା ମାନ୍ଦା ଆଡକୁ ଗତି କରୁଛି । ଭାରତ ମଧ୍ୟ ଏହାର ପ୍ରଭାବ ଗଭୀର ମାତ୍ରାରେ ପଡୁଛି । ଏପରି କ୍ଷେତ୍ରରେ ନେତା ଅଭିନେତାଠାରୁ ଆରମ୍ଭ କରି ସମସ୍ତ ବଡ଼, ଛୋଟ କମ୍ପାନୀ ଏବଂ ସାହାଯ୍ୟର ହାତ ବଢାଇଛନ୍ତି । ଏହି ଧାରାରେ ସାର୍ବଜନିକ କ୍ଷେତ୍ରର କମ୍ପାନୀ ଏନଏଚପିସି କୋରୋନା ମୁକାବିଲା ପାଇଁ 4.5 କୋଟି ଟଙ୍କାର ଅର୍ଥରାଶି ଦେବା ପାଇଁ ଘୋଷଣା କରିଛି ।
ଏନଏଚପିସିର ଅଧ୍ୟକ୍ଷ ତଥା ପ୍ରବନ୍ଧ ନିର୍ଦ୍ଦେଶକ ଏ.କେ ସିଂହ ଶନିବାର କମ୍ପାନୀର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ଏକ ବୈଠକ କରିଛନ୍ତି । ଏହି ବୈଠକରେ କମ୍ପାନୀ ନିଜ ବିବୃତିରେ କହିଛି ଯେ, ‘କୋରୋନା ଭାଇରସ ସଂକଟରେ ସାରା ଦୁନିଆ ପ୍ରଭାବିତ। ତେଣୁ ଏହାର ମୁକାବିଲା ପାଇଁ 4.5 କୋଟି ଟଙ୍କା ଆର୍ଥିକ ସହାୟତା ଦେବାକୁ ନିଷ୍ପତ୍ତି ହୋଇଛି । ’
କମ୍ପାନୀ ଆହୁରୀ ମଧ୍ୟ କହିଛି ଯେ, 4.5 କୋଟି ଟଙ୍କା ମଧ୍ୟରୁ 1.3 କୋଟି ଟଙ୍କା କମ୍ପାନୀର କର୍ମଚାରୀମାନେ ଦାନ କରିଛନ୍ତି । ସେହିପରି କମ୍ପାନୀ ପକ୍ଷରୁ 40 ଶଯ୍ୟା ବିଶିଷ୍ଠ କେନ୍ଦ୍ର ମଧ୍ୟ ନିର୍ମାଣ କରାଯାଇଛି । ଏହାର ନିର୍ମାଣ ପାଇଁ ସରକାରୀ ବିଭାଗ ସହ ସହଯୋଗ କରିବ । ତା ଛଡା ଏନଏଚପିସି ପକ୍ଷରୁ ମେଡିକାଲ ଏବଂ ଦିନ ରାତି 24 ପ୍ରହର ଓପିଡି ସେବା ଦିଆଯିବ । ଏଥିସହ କମ୍ପାନୀ ବିଭିନ୍ନ ସଂସ୍ଥାର ଲୋକଙ୍କୁ ମାଗଣା ଚାଉଳ, ଡାଲି, ବିସ୍କୁଟ, ସାନିଟାଇଜର, ହ୍ୟାଣ୍ଡ ୱାସ, ଗ୍ଲବ, ମାସ୍କ ଉପଲବ୍ଧ କରାଇବ ।