ETV Bharat / business

ଆତ୍ମନିର୍ଭର ଭାରତର ଡିଜିଟାଲ ବଜେଟ, ଖର୍ଚ୍ଚ ବଢାଇବେ କି ସରକାର ?

author img

By

Published : Jan 29, 2021, 2:50 PM IST

Updated : Jan 29, 2021, 3:53 PM IST

ଅସାଧାରଣ ସମୟର ମୁକାବିଲା ପାଇଁ ଆସୁଛି ସାଧାରଣ ବଜେଟ ଫେବୃଆରୀ ପହିଲାରେ ଆଗତ ହେବ କୋରୋନା କାଳର ପ୍ରଥମ ବଜେଟ । ଏ ବର୍ଷର ବଜେଟ ହେବ ଭିନ୍ନ ଓ ନିଆରା । ମହାମାରୀ ମାଡରେ ଗତିହୀନ ହୋଇଥିବା ଅର୍ଥବ୍ୟବସ୍ଥାକୁ ସଜାଡିବା ପାଇଁ ଚାଲିଛି ପ୍ରୟାସ । ବିନା ବହିଖାତା-ବ୍ରଫିକେଶରେ ଡିଜିଟାଲ ମୋଡରେ ଆୟବ୍ୟୟ ଅଟକଳ ହିସାବ ରଖିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଆତ୍ମନିର୍ଭର ଭାରତର ଡିଜିଟାଲ ବଜେଟ, ଖର୍ଚ୍ଚ ବଢାଇବେ କି ସରକାର ?
ଆତ୍ମନିର୍ଭର ଭାରତର ଡିଜିଟାଲ ବଜେଟ, ଖର୍ଚ୍ଚ ବଢାଇବେ କି ସରକାର ?

ନୂଆଦିଲ୍ଲୀ: 2020 ଦେଇଯାଇଥିବା କୋରୋନା ଦୁଃଖରେ ଛଟପଟ ଦେଶ , ଦୁର୍ବଳ ଆର୍ଥିକ ମେରୁଦଣ୍ଡ । ଯେଉଁ ଗୋଲାପୀ ଚିତ୍ର ଦେଖିବାକୁ ସରକାର ଚାହୁଁଛନ୍ତି , ତାହା ବାସ୍ତବ ଭାବେ ପ୍ରତିଫଳିତ ହେବା ଆଶଙ୍କା ଯଥେଷ୍ଟ ଅଧିକ । ଟ୍ରାକରୁ ଖସିଥିବା ଅଭିବୃଦ୍ଧିକୁ ପୁଣି ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା ପାଇଁ ସମଗ୍ର ଦେଶବାସୀ ଚାହିଁ ବସିଛନ୍ତି ରିଲିଫ.. ସହଯୋଗ, ଅଧିକ ଖର୍ଚ୍ଚ ପାଇଁ ସୁଯୋଗ...

ବଜେଟ କାଉଣ୍ଟଡାଉନ ସହ ଆରମ୍ଭ ହୋଇଯାଇଛି ଆଲୋଚନା ଓ ଆକଳନ । କୋରୋନା ପ୍ରହାରରେ ଅଣନିଶ୍ବାସୀ ସାଧାରଣ ଜନତା । ମହଙ୍ଗା ମାଡରେ ଛଟପଟ ମଧ୍ୟବିତ୍ତ , କାମଧନ୍ଦା ହରାଇ ଭୋକଶୋଷରେ କଲବଲ ଗରିବ । ଆୟ ନାହିଁ , ଖର୍ଚ୍ଚ ହେଉନଥିବାରୁ ବଜାରରେ ଚାହିଦା ଠପ । ମହାମାରୀ ଜାଲରୁ ମୁକୁଳି ପାରିନାହିଁ ଅଣ ସଙ୍ଗଠିତ କ୍ଷେତ୍ର । ପର୍ଯ୍ୟଟନ କ୍ଷେତ୍ର ଗଭୀର ପ୍ରଭାବିତ ହୋଇପଡିଥିବା ବେଳେ ଏହା ଉପରେ ନିର୍ଭରଶୀଳ ହୋଟେଲ ଓ ଆତିଥ୍ୟ ଶିଳ୍ପ ଶୋଚନୀୟ । ନିଯୁକ୍ତି ଉଭାନ ଯୋଗୁଁ 2009 ମହାମାନ୍ଦାବସ୍ଥା ତୁଳନାରେ 2020ରେ 4ଗୁଣା ବଢିଛି ବେକାରୀ । ସେପଟେ କୋରୋନା କାଳରେ କାୟା ମେଲାଇଥିବା ଅସମାନତା ଭୂତାଣୁ ବିକାଶ ପଥରେ ସାଜିଛି ବଡ ବାଧକ । ଡାକ୍ତରୀ ଖର୍ଚ୍ଚ ଓ ଇନ୍ଧନ ବ୍ୟୟବହୁଳ ଯୋଗୁଁ ବଢିଛି ଯାତ୍ରା ଭଡା ସହ ସ୍ବାସ୍ଥ୍ୟ ସେବା ମୂଲ୍ୟ । ଆଉ ଖର୍ଚ୍ଚ ବୃଦ୍ଧି ଆୟ ହ୍ରାସ ଯୋଗୁଁ ଖାଲି ହେଇଚାଲିଛି ରାଜକୋଷ ।

ତେବେ ଏଭଳି ଚ୍ୟାଲେଞ୍ଜିଂ ସଂଘର୍ଷପୂର୍ଣ୍ଣ ସମୟରେ ଶିକ୍ଷା ଠୁ ସ୍ବାସ୍ଥ୍ୟ, ବିଦ୍ୟୁତ, ରନ୍ଧନ ଗ୍ୟାସ , ପେଟ୍ରୋଲ , ଇଣ୍ଡଷ୍ଟ୍ରିଜ ଠାରୁ ଆରମ୍ଭ କରି ଷ୍ଟକ ମାର୍କେଟ ସବୁ କ୍ଷେତ୍ରରେ ସୁଧାର ଚାହାଁନ୍ତି ଜନସାଧାରଣ । ଜିଏସଟି ପଦ୍ଧତିକୁ ସରଳ, ଆୟକର ସ୍ଲାବରେ ରିହାତି ସହ କୋରୋନା କାଳରେ ସହିବାକୁ ପଡୁଥିବା କର ପୀଡାରୁ ଲୋଡାଯାଇଛି ଉପଶମ।

ଆଶା ରହିଛି ଆମଦାନୀର ଉତ୍ସ କମ ରହିଥିବାରୁ କୋରୋନା ସରଚାର୍ଜ ଲାଗୁ ହୋଇପାରେ । ବଢାଯାଇପାରେ 50ରୁ ଅଧିକ ସାମଗ୍ରୀ ଉପରେ 5ରୁ 10 ପ୍ରତିଶତ ଆମଦାନୀ ଶୁଳ୍କ । ସେହିପରି ହ୍ରାସ ହୋଇପାରେ କଷ୍ଟମ ଡ୍ୟୁଟି । ଡବଲ ହୋଇପାରେ ସ୍ବାସ୍ଥ୍ୟ ବଜେଟରେ ଆବଣ୍ଟନ । ଏଥିସହ ନିଯୁକ୍ତି ସହ ଦରଦାମ ନିୟନ୍ତ୍ରଣ ହେଲେ ମଧ୍ୟବିତ୍ତ ଠାରୁ ଗରିବ ସମସ୍ତଙ୍କୁ ମିଳିବ ଲାଭ । 50 ଲକ୍ଷରୁ ଅଧିକ ଆୟକାରୀଙ୍କୁ ସରଚାର୍ଜ ଲାଗୁ ପାଇଁ କୁହାଯାଇପାରେ । କୋରୋନା ସଙ୍କଟ ପରେ ବଢିଛି ସରକାରଙ୍କ ଆର୍ଥିକ ଚାପ । ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ପରିସୀମା ଅଧିକ ହୋଇପାରେ । ଆରବିଆଇ ଠାରୁ ଅଧିକ ଲାଭାଂଶ ହାତେଇବା ପାଇଁ ରହିଛି ଲକ୍ଷ୍ୟ । ଆୟକର ଛାଡ ପରିଧି ବଢିବା ଆଶା ସାଉଁଟିଛନ୍ତି ସାଧାରଣ ବର୍ଗ ଠାରୁ ସବୁ ସେକ୍ଟର ।

କୋରୋନା ଉପରେ ଶକ୍ତ ପ୍ରହାର କଷିବା ପାଇଁ ଟିକା ଏବେ ସୁଧାର ଆଶା ସଞ୍ଚାର କରିଥିବା ବେଳେ ଦେଶ ମେରୁଦଣ୍ଡ ପୁଣି ସଳଖିବା ସହ ସୁଦୃଢ ପାଇଁ ଦରକାର ଆହୁରୀ ଭିଟାମିନ ଡୋଜ । ତେବେ ଆଗାମୀ ବଜେଟରେ ଆର୍ଥିକ ଚାପରେ ଭାରକ୍ରାନ୍ତ ସରକାର କେଉଁ ସବୁ ଦିଗ ଉପରେ ଦେବେ ଗୁରୁତ୍ବ ସେ ନେଇ ରହିଛି ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 29, 2021, 3:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.