ETV Bharat / business

ରିଲାଏନ୍ସ ରିଟେଲରେ ଶୀଘ୍ର ହେବ ବୈଶ୍ବିକ ନିବେଶ : ଅମ୍ବାନୀ - ରିଲାଏନ୍ସ ଏଜିଏମ

ଆରଆଇଏଲର ଖୁଚୁରା ଉଦ୍ୟୋଗ ରିଲାଏନ୍ସ ରିଟେଲରେ ନିବେଶ ପାଇଁ ରଣନୀତିକ ନିବେଶକଙ୍କ ଦୃଢ ରୁଚି ଦେଖିବାକୁ ମିଳିଛି । ଆଗକୁ ଶୀଘ୍ର ଏଥିରେ ବୈଶ୍ବିକ ନିବେଶକ ହେବ ବୋଲି କହିଛନ୍ତି ମୁକେଶ ଅମ୍ବାନୀ । ଅଧିକ ପଢନ୍ତୁ..

strategic investors for Reliance Retail
strategic investors for Reliance Retail
author img

By

Published : Jul 15, 2020, 8:37 PM IST

ନୂଆଦିଲ୍ଲୀ: ରିଲାଏନ୍ସ ରିଟେଲ ଉଦ୍ୟୋଗରେ ରଣନୀତି ଏବଂ ଆର୍ଥିକ ନିବେଶକମାନେ ପ୍ରବଳ ଆଗ୍ରହ ଦେଖାଉଛନ୍ତି । ବୁଧବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବାର୍ଷିକ ସାଧାରଣ ବୈଠକକୁ ସମ୍ବୋଧନ କରି ମୁକେଶ ଅମ୍ବାନୀ କହିଛନ୍ତି ।

ରିଲାଏନ୍ସ ରିଟେଲ ପୂର୍ବରୁ ହିଁ ନିଜ ଇ-କମର୍ସ ବ୍ୟବସାୟର ପରୀକ୍ଷା ଭିତ୍ତିରେ ଆରମ୍ଭ କରିସାରିଛି । ଅମ୍ବାନୀ କହିଛନ୍ତି କି, ‘‘ଆମେ ଆସନ୍ତା କିଛି ତ୍ରୟମାସରେ ରିଲାଏନ୍ସ ରିଟେଲରେ ବୈଶ୍ବିକ ବୁଝାମଣା ଓ ନିବେଶକଙ୍କୁ ସାମିଲ କରିବୁ । ଆମେ କିରାଣୀ (ଗ୍ରୋସରୀ) ଭାଗୀଦାରଙ୍କ ସହ ଜିଓମାର୍ଟ କିରାଣୀ ମଡେଲର ସଫଳତାର ସହିତ ପରୀକ୍ଷା କରିଛୁ । ଜିଓମାର୍ଟ କିରାଣୀ ପ୍ଲାଟଫର୍ମର ବିଟା ସଂସ୍କରଣ 200 ଟି ସହରରେ ଚାଲିଛି । ଦୈନିକ ଅର୍ଡର 2.5 ଲକ୍ଷ ଅତିକ୍ରମ କରିଛି ଏବଂ ଦିନକୁ ଦିନ ଏହି ସଂଖ୍ୟା ବଢୁଛି ।

ରିଲାଏନ୍ସ ରିଟେଲର 12 ହଜାର ଷ୍ଟୋର ମଧ୍ୟରୁ ଦୁଇ ତୃତୀୟାଂଶରୁ ଅଧିକ ଷ୍ଟୋର ଟିୟର 2, ଟିୟର 3 ଏବଂ ଟିୟର 4 ସହରରେ କାର୍ଯ୍ୟ କରୁଛନ୍ତି। ଏହି ଷ୍ଟୋରଗୁଡିକ କୃଷକମାନଙ୍କଠାରୁ ସିଧାସଳଖ 80 ପ୍ରତିଶତରୁ ଅଧିକ ଫଳ ଏବଂ ପନିପରିବା କିଣୁଛୁ ବୋଲି ମୁକେଶ ଅମ୍ବାନୀ କହିଛନ୍ତି ।

ସେ କହିଛନ୍ତି କି, କୃଷକଙ୍କ ସହ ଯୋଡି ହେବା ଓ ସେମାନଙ୍କ ତାଜା ଉତ୍ପାଦକୁ ସିଧା ଘରରେ ପହଞ୍ଚାଇବା କମ୍ପାନୀର କିରାଣ ରଣନୀତିର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.