ETV Bharat / business

ଜାଣନ୍ତୁ, କେଉଁ ଅର୍ଥମନ୍ତ୍ରୀ କରିଛନ୍ତି ସର୍ବାଧିକ ବଜେଟ ଉପସ୍ଥାପନ...

author img

By

Published : Jan 29, 2020, 9:55 AM IST

Updated : Jan 29, 2020, 3:23 PM IST

ସଂସଦରେ 31 ଜାନୁଆରୀରୁ ବଜେଟ ଅଧିବେଶନ ଆରମ୍ଭ । ସେହିପରି ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିବେ ନିଜର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ । ତେବେ ଏହି ବଜେଟ ସପ୍ତାହରେ ଆମେ ଆପଣଙ୍କୁ ଜଣାଇବୁ ବଜେଟ ସହ ଜଡିତ କିଛି ଖାସ କଥା । ପଢନ୍ତୁ ଏ ନେଇ ଆମର ବିଶେଷ ରିପୋର୍ଟ ..

morarji desai and p chidambaram have the record for presenting the highest time budget
ଜାଣନ୍ତୁ , କେଉଁ ଅର୍ଥମନ୍ତ୍ରୀ କରିଛନ୍ତି ସର୍ବାଧିକ ବଜେଟ ଉପସ୍ଥାପନ

ନୂଆଦିଲ୍ଲୀ: ସଂସଦରେ 31 ଜାନୁଆରୀରୁ ବଜେଟ ଅଧିବେଶନ ଆରମ୍ଭ । ସେହିପରି ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିବେ ନିଜର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ । ତେବେ ସ୍ବାଧିନତା ପରଠୁ ସବୁଠୁ ଅଧିକ ଥର ବଜେଟ ଉପସ୍ଥାପନ କରିଥିବା ଅର୍ଥମନ୍ତ୍ରୀ ହେଉଛନ୍ତି ମୋରାରଜୀ ଦେଶାଇ । ଭାରତର ଚତୁର୍ଥ ପ୍ରଧାନମନ୍ତ୍ରୀ ପୂର୍ବରୁ ସେ ଅର୍ଥମନ୍ତ୍ରୀ ଦାୟିତ୍ବରେ ରହିଥିଲେ । ଏହି ସମୟରେ ସେ 10-10 ଥର ବଜେଟ ଉପସ୍ଥାପନ କରିଛନ୍ତି । ତାଙ୍କ ପରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ସର୍ବାଧିକ 8 ଥର ସଂସଦରେ ବଜେଟ ଆଗତ କରିଛନ୍ତି ।

ମୋରାରଜୀ ଦେଶାଇ ପ୍ରଥମ ଥର 1958 ମାର୍ଚ୍ଚ 13ରେ ଅର୍ଥମନ୍ତ୍ରୀ ହୋଇଥିଲେ । ସେବେ ଠାରୁ 1963 ଅଗଷ୍ଟ 29 ପର୍ଯ୍ୟନ୍ତ ସେ ଦେଶର ଅର୍ଥମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ଏହା ପରେ 1967 ମାର୍ଚ୍ଚରୁ 1969 ଜୁଲାଇ ପର୍ଯ୍ୟନ୍ତ ପୁଣି ସେ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଏଥିମଧ୍ୟରେ ସେ ସଂସଦରେ 10 କେନ୍ଦ୍ର ବଜେଟ ଆଗତ କରିଛନ୍ତି । ଯେଉଁଥିରୁ 8ଟି ପୂର୍ଣ୍ଣାଙ୍ଗ ବଜେଟ ହୋଇଥିଲା ବେଳେ 1ଟି ଅନ୍ତରୀଣ ବା କାମଚଳା ବଜେଟ ରହିଥିଲା । ବଡ କଥା ହେଉଛି 1964 ଓ 1968 ସମୟରେ ମୋରରାଜୀ ଦେଶାଇ ନିଜ ଜନ୍ମଦିନରେ ବି ବଜେଟ ଉପସ୍ଥାପନ କରି ନିଜ ନିଷ୍ଠାକୁ ପ୍ରମାଣ କରିଥିଲେ । । 1977 ମସିହାରେ ଗଠିତ ପ୍ରଥମ ଅଣ-କଂଗ୍ରେସ ସରକାରରେ ଅର୍ଥମନ୍ତ୍ରୀ ଥିଲେ ମୋରାରଜୀ ଦେଶାଇ । ଏହା ପରେ ସେ 1977 ମାର୍ଚ୍ଚ 24ରୁ 1979 ଜୁଲାଇ 28 ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ରହିଛନ୍ତି ।

ସେହିପରି ସର୍ବାଧିକ 4 ଥର ଅର୍ଥମନ୍ତ୍ରୀ ରହିଥିବା ପି.ଚିଦାମ୍ବରମ ମୋଟ 8 ଥର ବଜେଟ ଉପସ୍ଥାପନ କରିଛନ୍ତି । ଏଚଡି ଦେବଗୌଡାଙ୍କ ନେତୃତ୍ବରେ ଗଠିତ ସରକାରରେ 1996 ଜୁନ 1ରେ ପ୍ରଥମ ଥର ଚିଦାମ୍ବରମ ଅର୍ଥମନ୍ତ୍ରୀ ହୋଇଥିଲେ । ସେବେଠାରୁ ସେ 1997 ଏପ୍ରିଲ 21 ପର୍ଯ୍ୟନ୍ତ ଏହି ଦାୟିତ୍ବରେ ରହିବା ପରେ ପୁଣି 1997 ମେ ମାସରୁ 1998 ମାର୍ଚ୍ଚ 19 ଯାଏ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦ୍ର କୁମାର ଗଜରାଲଙ୍କ ସରକାରରେ ଅର୍ଥମନ୍ତ୍ରୀ ଥିଲେ । ପରେ ପୁଣି ଡ. ମନମୋହନ ସିଂହଙ୍କ ନେତୃତ୍ବଧୀନ ସରକାରରେ 2004ମେ 22 ରୁ 2008 ନଭେମ୍ବର 30 ଯାଏ ଅର୍ଥମନ୍ତ୍ରୀ ଥିଲେ । ପୁଣି 2012 ମେ 26ରୁ 2014 ଯାଏ ଏହି ଦାୟିତ୍ବରେ ରହିଥିଲେ ।

Intro:Body:

BLANK FOR LINK 

Conclusion:
Last Updated : Jan 29, 2020, 3:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.