ETV Bharat / business

କୋରୋନା ଝଡ: ‘2.5%କୁ ଖସିବ ଜଡିପି’ - covid-19 impact on economy

2020ରେ ଭାରତ ଅଭିବୃଦ୍ଧି ଦର 2.5 ପ୍ରତିଶତକୁ ଖସିବ ବୋଲି ଅନୁମାନ କରିଛି ବୈଶ୍ବିକ କ୍ରେଡିଟ ରେଟିଙ୍ଗ ଏଜେନ୍ସି ମୁଡିସ ।

କୋରୋନା ଝଡ : ‘2.5%କୁ ଖସିବ ଜଡିପି’
କୋରୋନା ଝଡ : ‘2.5%କୁ ଖସିବ ଜଡିପି’
author img

By

Published : Mar 27, 2020, 4:47 PM IST

ନୂଆଦିଲ୍ଲୀ: ମାରାତ୍ମକ କୋରୋନା ଭାଇରସର ଝଡରେ ଦୋହଲି ଯାଇଛି ବିଶ୍ବ ଅର୍ଥନୀତି । ଏହାର ପ୍ରଭାବକୁ କମାଇବା ପାଇଁ ଭାରତକୁ 21 ଦିନ ବନ୍ଦ ଘୋଷଣା ପରେ କାରବାର ଠପ ହୋଇପଡିଛି । ଏହା ପ୍ରଭାବରେ କ୍ୟାଲେଣ୍ଡର ବର୍ଷ 2020ରେ ଭାରତ ଅଭିବୃଦ୍ଧି ଦର 2.5 ପ୍ରତିଶତକୁ ଖସିବ ବୋଲି ଅନୁମାନ କରିଛି ବୈଶ୍ବିକ କ୍ରେଡିଟ ରେଟିଙ୍ଗ ଏଜେନ୍ସି ମୁଡିସ ।

ପୂର୍ବରୁ ମୁଡିସ ଭାରତର ଜିଡିପି ହାର 5.3 ପ୍ରତିଶତ ରହିବ ବୋଲି ଅନୁମାନ କରିଥିଲା । ହେଲେ ବର୍ତ୍ତମାନର ସ୍ଥିତିକୁ ଦେଖିବାକୁ ଗଲେ ବିକାଶ ଦର ଖସିବ ବୋଲି ଆଶଙ୍କା ରହିଛି । ସେହିପରି 2019ରେ ଦେଶର ଆର୍ଥିକ ଅଭିବୃଦ୍ଧି ଦର 5 ପ୍ରତିଶତ ରହିବା ଅନୁମାନ ରହିଛି ।

ମୁଡିସର ନିଜର ‘ଗ୍ଲୋବାଲ ମାକ୍ରୋ ଆଉଟଲୁକ 2020-21’ରେ କହିଛି ଯେ, ଆନୁମାନିକ ଅଭିବୃଦ୍ଧି ହାର ଅନୁଯାୟୀ 2020 ରେ ଭାରତର ଆୟର ତୀବ୍ର ହ୍ରାସ ଘଟିପାରେ। ଏହା ଦ୍ବାରା 2021ରେ ଘରୋଇ ଚାହିଦା ଏବଂ ଆର୍ଥିକ ସ୍ଥିତି ଅଧିକ ମାତ୍ରାରେ ପ୍ରଭାବିତ ହୋଇପାରେ ।

ଏଜେନ୍ସି କହିଛି ଯେ, ‘‘ଭାରତରେ ବ୍ୟାଙ୍କ ଏବଂ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀଙ୍କ ପାଖରେ ଭାରୀ ନଗଦ ସଙ୍କଟ ଯୋଗୁଁ ଭାରତରେ ଋଣ ଆଦାୟ କଷ୍ଟକର ହେଉଛି ।’’

(ପିଟିଆଇ)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.