ETV Bharat / business

ବିଶ୍ବକୁ ବାଣିଜ୍ୟ ଫୋରମର ପରାମର୍ଶ, ଓଡିଶାଠୁ ଶିଖ ବିପର୍ଯ୍ୟୟ ପରିଚାଳନା

ଓଡିଶାକୁ ଅନ୍ତର୍ଜାତୀୟ ବାଣିଜ୍ୟ ଫୋରମର ପ୍ରଂଶସା । ପ୍ରଳୟଙ୍କାରୀ ବାତ୍ୟାର ସଫଳ ମୁକାବିଲା କରିଥିବା ଏହି ରାଜ୍ୟଠୁ ଅନ୍ୟମାନେ ଶିଖିବାକୁ ଦେଇଛି ପରାମର୍ଶ ।

Lessons in disaster relief from the world’s most cyclone-battered state
ବିଶ୍ବକୁ ବାଣିଜ୍ୟ ଫୋରମର ପରାମର୍ଶ, ଓଡିଶାଠାରୁ ଶିଖିବା ଦରକାର
author img

By

Published : Dec 27, 2019, 4:52 AM IST

ନୂଆଦିଲ୍ଲୀ: ଓଡିଶାକୁ ଅନ୍ତର୍ଜାତୀୟ ବାଣିଜ୍ୟ ଫୋରମର ପ୍ରଂଶସା । ପ୍ରଳୟଙ୍କାରୀ ବାତ୍ୟାର ସଫଳ ମୁକାବିଲା କରିଥିବା ଏହି ରାଜ୍ୟଠୁ ଅନ୍ୟମାନେ ଶିଖିବାକୁ ଦେଇଛି ପରାମର୍ଶ । ଏହାର ଜବାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ନିଜର ମତ ରଖିଛନ୍ତି ।

‘‘ଅତୀତରୁ ଶିଖିବା ସହ ଦୁନିଆର ସବୁଠୁ ଅଧିକ ବାତ୍ୟା ପ୍ରବଣ ରାଜ୍ୟ ଓଡିଶା ନିଜ ପ୍ରସ୍ତୁତିକୁ ମଜଭୁତ କରିବା ପାଇଁ ଭିତ୍ତିଭୂମି ଓ ସଂସ୍ଥାଗତ କ୍ଷମତାକୁ ବଢାଇଛି । wef ବିସ୍ତୃତରେ ଦର୍ଶାଇଛି ଯେ, କେତେ ସମୟର ଯୋଜନାରେ ଓଡିଶା କିପରି ତାର କୌଶଳ ବଳରେ ଲକ୍ଷାଧିକ ଜୀବନକୁ ବଞ୍ଚାଇପାରିବାରେ ସଫଳ ହୋଇଛି । ’’ ଏ ନେଇ ଟ୍ବିଟରେ ଦର୍ଶାଇଛନ୍ତି ନବୀନ ।

Lessons in disaster relief from the world’s most cyclone-battered state
ବିଶ୍ବକୁ ବାଣିଜ୍ୟ ଫୋରମର ପରାମର୍ଶ

wef କହିଛି ଯେ, ସମଗ୍ର ଦେଶରେ ସବୁଠୁ ଅଧିକ ବାତ୍ୟା ପ୍ରବଣ ରାଜ୍ୟ ହେଉଛି ଓଡିଶା । ଗତ ଶତାବ୍ଦୀରେ ଭାରତୀୟ ଉପମହାଦ୍ବୀପରେ 1,019 ବାତ୍ୟା ମଧ୍ୟରୁ 890 ପୂର୍ବତଟରେ ହୋଇଥିବା ବେଳେ 260ଟି ବାତ୍ୟା ଓଡିଶା ତଟକୁ ଛୁଇଁଥିଲା । ସେହିପରି ବିଗତ 2 ଦଶନ୍ଧିରେ ରାଜ୍ୟକୁ ଗ୍ରାସ କରିଥିଲା ପ୍ରଳୟଙ୍କାରୀ ବାତ୍ୟା 1999 ସୁପର ସାଇକ୍ଲୋନ, 2013ର ଫାଇଲିନ ଓ 2018ର ତିତଲି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ।

1999 ସୁପର ସାଇକ୍ଲୋନରେ ଘଣ୍ଟା ପ୍ରତି 220 କିଲୋମିଟର ପବନ ବହିଥିଲା । ବିନା ଟେକ୍ନୋଲୋଜି ଓ ପୂର୍ବ ଚେତାବନୀ ଯୋଗୁଁ ରାଜ୍ୟ ଅସହାୟ ପାଲଟିଯାଇଥିଲା । ହେଲେ ଆଗକୁ ଓଡିଶା ଏହି ସବୁ ଶିକ୍ଷା ଓ ଦୋଷ ତ୍ରୁଟିରୁ ଶିଖି ନିଜ ଦକ୍ଷତା ଓ ଧୈର୍ଯ୍ୟ ଓ ଯୋଜନା ବଳେ ଏସବୁ ଭୟଙ୍କର ବିପର୍ଯ୍ୟୟର ସଫଳ ମୁକାବିଲା କରିବାକୁ ସକ୍ଷମ ହୋଇପାରିଛି ।

ନିକଟରେ ଧସେଇପଶିଥିବା ବାତ୍ୟା ‘ଫନି’ ହେଉଛି ଏହାର ଏକ ଜଳନ୍ତ୍ବ ଉଦାହରଣ । ଫନି ଏକ ବିରଳ ଗ୍ରୀଷ୍ମକାଳୀନ ବାତ୍ୟା ଥିଲା । the first one to hit in 43 years. ଫନି ଫଣାରେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିଲା । ଏଥିସହ ଭୁବନେଶ୍ବର ଓ କଟକର ରାସ୍ତା ଘାଟ, ରେଳ ଷ୍ଟେସନ ଆଦି ସବୁକିଛି ଛାରଖାର ହୋଇଯାଇଥିଲା । ଏଥିଯୋଗୁଁ 12 ଜିଲ୍ଲାରେ 1.65 କୋଟିରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ଓ ସମ୍ପତ୍ତି ମାଟିରେ ମିଶିଯାଇଛି ।

ତେବେ ଭାଗ୍ୟବଶଃତ ଓଡିଶା ପୂର୍ବରୁ ହିଁ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ କରି ବିପର୍ଯ୍ୟୟର ମୁକାବିଲା ପାଇଁ ରଣନୀତି ତିଆରି କରିଥିଲା । ଯାହାକି ଅନ୍ତର୍ଜାତୀୟ ସ୍ତରରେ ଏକ ବେଞ୍ଚମାର୍କ ଟାଣିଛି । ଓଡିଶା ଇତିହାସ ରଚିବା ସହମାନବ ସ୍ଥାନାନ୍ତରଣରେ ରେକର୍ଡ ସୃଷ୍ଟି କରିଛି । କେବଳ 24 ଘଣ୍ଟାରେ 1.5 ମିଲିୟନ ଲୋକଙ୍କୁ ବାତ୍ୟାଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରଣ କରାଯାଇଛି । ଏଭଳି ଭାବେ ସମସ୍ତ ପ୍ରସ୍ତୁତି ସହ ଓଡିଶା ଯେପରି ବାତ୍ୟାର ମୁକାବିଲା କରିଛି ତାହା ପ୍ରଂଶସା ଯୋଗ୍ୟ ବୋଲି wef ଦର୍ଶାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.