ETV Bharat / business

କୋରୋନା ମାଡ, ସର୍ବାଧିକ କ୍ଷତିଗ୍ରସ୍ତ ବିଶ୍ବର ସର୍ବବୃହତ୍ତ ପେନସନ ପାଣ୍ଠି GPIF - coronavirus hits stocks

ଜାପାନର ସରକାରୀ ପେନସନ ନିବେଶ ପାଣ୍ଠି ତ୍ରୟମାସିକ ରିପୋର୍ଟରେ ସର୍ବାଧିକ କ୍ଷତି ସହ ରେକର୍ଡ ସୃଷ୍ଟି କରିଛି । କୋରୋନା ମାଡରେ ଏହି କ୍ଷତି ହୋଇଥିବା ସଭାପତି କହିଛନ୍ତି । ଅଧିକ ପଢନ୍ତୁ..

Japans GPIF posts record quarterly loss
Japans GPIF posts record quarterly loss
author img

By

Published : Jul 6, 2020, 4:16 PM IST

ଟୋକିଓ: କୋରୋନା ମାଡରେ ସମଗ୍ର ବିଶ୍ବର ମେରୁଦଣ୍ଡ ଦୋହଲିଯାଇଛି । ଅର୍ଥନୀତି ଅଣାୟତ । ଏସବୁ ମଧ୍ୟରେ ବିଶ୍ବର ସର୍ବବୃହତ୍ତ ପେନସନ ପାଣ୍ଠି ଚଳିତ ବର୍ଷର ପ୍ରଥମ 3 ମାସ(ଆରୀ-ମାର୍ଚ୍ଚ)ଜାନରେ 16,500 କୋଟି ଡଲାର କ୍ଷତି ସହିଛି ।

ଜାପାନର ସରକାରୀ ପେନସନ ନିବେଶ ପାଣ୍ଠି (GPIF) ଏ ବର୍ଷର ପ୍ରଥମ 3 ମାସରେ 11 ପ୍ରତିଶତ ବା 16,500 କୋଟି ଡଲାର ହ୍ରାସ ପାଇଛି । ଯେଉଁଥିପାଇଁ ପାଣ୍ଠି ମୂଲ୍ୟ 2008 ଏପ୍ରିଲ ମାସକୁ ହ୍ରାସ ପାଇ 150.63 ଲକ୍ଷ କୋଟି ୟେନରେ ପହଞ୍ଚିଛି ।

କୋରୋନା ମଧ୍ୟରେ ନିବେଶକଙ୍କ ମଧ୍ୟରେ ଅନିଶ୍ଚିତତା ଦେଖାଦେଇଛି । ସେମାନଙ୍କ ଧାରଣା ଦୁର୍ବଳ ହେଉଥିବାରୁ ଷ୍ଟକ ବଜାର କାରବାର ହ୍ରାସ ପାଉଛି । ବିଦେଶୀ ଷ୍ଟକଗୁଡିକ ସବୁଠୁ ଖପାପ ସ୍ଥିତିରେ ରହିଛି । ସେହିପରି ଘରୋଇ ଇକ୍ୟୁଟି ବଜାର ମଧ୍ୟ ଗଭୀରତର ପ୍ରଭାବିତ ହୋଇଛି ।

ଘରୋଇ ଓ ବିଦେଶୀ ଇକ୍ୟୁଟି ହ୍ରାସ ଯୋଗୁଁ ଚଳିତ ଆର୍ଥିକ ବର୍ଷ ପାଇଁ ନେଗେଟିଭ ରିଟର୍ଣ୍ଣ 10.71% ମିଳିଛି ବୋଲି GPIF ସଭାପତି ମାସାଟାକା ମିୟାଜୋନୋ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.