ETV Bharat / business

ପାଇପଲାଇନ ସମ୍ପତ୍ତି ବିକିବ IOC, ଆଗ୍ରହୀ ନିବେଶକ - ଆଇଓସି ବିନିବେଶ

ଆଇଓସିର ପାଇପଲାଇନ ସମ୍ପତ୍ତିରେ ନିବେଶର ବହୁତ ସମ୍ଭାବନା ରହିଛି । ଆଉ ଏଥିପାଇଁ ବହୁତ ନିବେଶକ ଇଚ୍ଛୁକ ରହିଥିବା ନେଇ କହିଛନ୍ତି କମ୍ପାନୀର ଫାଇନାନ୍ସ ନିର୍ଦ୍ଦେଶକ । ଅଧିକ ପଢନ୍ତୁ..

ପାଇପଲାଇନ ଆସେଟ ବିକିବ IOC , ଆଗ୍ରହୀ ନିବେଶକ
ପାଇପଲାଇନ ଆସେଟ ବିକିବ IOC , ଆଗ୍ରହୀ ନିବେଶକ
author img

By

Published : Feb 2, 2021, 7:03 PM IST

ନୂଆଦିଲ୍ଲୀ: 2021-22 ଆର୍ଥିକ ବର୍ଷର ପାଇଁ ବଜେଟରେ ପୁଞ୍ଜି ଯୋଗାଡ ପାଇଁ ବହୁ ରାଷ୍ଟ୍ରାୟତ୍ତ କମ୍ପାନୀରେ ପୁଞ୍ଜି ପ୍ରତ୍ୟାହାର ପାଇଁ ଘୋଷଣା ହୋଇଛି । ଏଥିରେ ସରକାରୀ କମ୍ପାନୀ ଆଇଓସି ଭଳି ସରକାର ଗ୍ୟାସ କମ୍ପାନୀ ରହିଛି । ତେବେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଇଣ୍ଡିଆନ ଅଏଲ କର୍ପୋରେସ (ଆଇଓସି)ର ନିର୍ଦ୍ଦେଶକ (ବିତ୍ତ) ସନ୍ଦୀପ କୁମାର ଗୁପ୍ତା ।

ସେ କହିଛନ୍ତି କି ପେଟ୍ରୋଲିୟମ ଉତ୍ପାଦର ପାଇପଲାଇନର ବିଶାଳ ନେଟୱାର୍କରୁ ଗୋଟିଏ କିମ୍ବା 2ଟି ବିକ୍ରି କରାଯାଇପାରେ । କିନ୍ତୁ କମ୍ପାନୀ ନିଜର ନିୟନ୍ତ୍ରଣ ଛାଡିବ ନାହିଁ । ସେ ବିଶ୍ଲେଷକ ଓ ନିବେଶକଙ୍କ ସହ ଏକ ସମ୍ମିଳନୀରେ କହିଛନ୍ତି କି, InvIT (ଭିତ୍ତିଭୂମି ବିନିଯୋଗ ଟ୍ରଷ୍ଟ) ଏକ ମଡେଲ ହୋଇପାରେ । ଯାହା ଉପରେ ବିଚାର କରିପାରିବା । କିନ୍ତୁ ଆମେ 100 ପ୍ରତିଶତ ବିକ୍ରି କରିବା ନାହିଁ । ଆମେ ଅପରେଟର ହୋଇ ରହିବୁ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଏପ୍ରିଲରୁ ଆରମ୍ଭ ହେବାକୁ ଥିବା ବଜେଟରେ ଆଇଓସି, ଗେଲ (ଇଣ୍ଡିଆ) ଲିମିଟେଡ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ଏଚପିସିଏଲ)ର ତେଲ ଓ ଗ୍ୟାସ ପାଇପଲାଇନ ସମ୍ପତ୍ତିର ମନିଟାଇଟଜ (ମୁଦ୍ରୀକରଣ ) ନେଇ ଘୋଷଣା କରିଛନ୍ତି ।

ଗୁପ୍ତା କହିଛନ୍ତି କି ଆଇଓସିର ପାଇପଲାଇନ ସମ୍ପତ୍ତିରେ ବହୁତ ଅଧିକ ସମ୍ଭାବନା ରହିଛି, ଆଉ ବହୁତ ନିବେଶକ ଏହାର ସମ୍ପତ୍ତିରେ ନିବେଶ କରିବାକୁ ଚାହାଁନ୍ତି । ତେବେ ସେ ନିବେଶକଙ୍କ ନାଁ କହିନାହାଁନ୍ତି । ଆଇଓସି 14,600 କିଲୋମିଟରରୁ ଅଧିକ ଲମ୍ବ ପାଇପଲାଇନପର ଏକ ନେଟୱାର୍କ ସଞ୍ଚାଳିତ କରୁଛି । ଗୁପ୍ତା କହିଛନ୍ତି କି କମ୍ପାନୀ ପାଇପଲାଇନର ନିୟନ୍ତ୍ରଣ ଛାଡିପାରିବ ନାହିଁ । କାରଣ ଏହା କମ୍ପାନୀର ଅପରେଟିଂ ପାଇଁ ଗୁରୁତ୍ବପୂର୍ଣ୍ଣ । ପାଇପଲାଇନରେ କେବଳ ଏକ ଅଳ୍ପାଂଶ ଅଂଶଧନ ବିକ୍ରି କରାଯିବ ।

ଏଭଳି ପ୍ରକାର ମୁଦ୍ରୀକରଣ ଦ୍ବାରା ହାଇଡ୍ରୋଜେଟ ଇନ୍ଧନର ଉତ୍ପାଦନ, ନବୀକରଣୀୟ ଉର୍ଜା ବା ପେଟ୍ରୋକେମିକାଲ ପ୍ଲାଣ୍ଟ ଭଳି ପ୍ରକଳ୍ପ ପାଇଁ ପୁଞ୍ଜିଗତ ବ୍ୟୟକୁ ବଢାଯାଇପାରିବ । ସରକାରଙ୍କ ଆଇଓସିରେ 51.50 ପ୍ରତିଶତ ଅଂଶଧନ ରହିଛି । ଆଉ ସେ ବିଶେଷ ଲାଭାଂଶ ଦାବି ମଧ୍ୟ କରିପାରିବେ । ତେବେ ଆରମ୍ଭରେ ଗୋଟିଏ, ଦୁଇଟି ପାଇପଲାଇନରେ ଅଂଶଧନ ବିକ୍ରି କରିପାରିବା ବୋଲି ଗୁପ୍ତା ଜଣାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.