ETV Bharat / business

35ଶହ ପଏଣ୍ଟ ଖସିଲା ସେନସେକ୍ସ, 10 ଲକ୍ଷ କୋଟି ହରାଇଲେ ନିବେଶକ

ଇତିହାସରେ ପ୍ରଥମ । ଗୋଟିଏ ମାସରେ 2 ଥର ଲୋୟର ସର୍କିଟ ହିଟ କଲା ବଜାର । 27 ହଜାର ତଳେ ସେନସେକ୍ସ ଓ ନିଫ୍ଟି 7 ହଜାର 800 ପଏଣ୍ଟରେ କରୁଛି କାରବାର ।

Investors loose over Rs 10 lakh crore, Sensex tanks 3,500 points
35ଶହ ପଏଣ୍ଟ ଖସିଲା ସେନସେକ୍ସ, 10 ଲକ୍ଷ କୋଟି ହରାଇଲେ ନିବେଶକ
author img

By

Published : Mar 23, 2020, 1:26 PM IST

ନୂଆଦିଲ୍ଲୀ: 45 ମିନିଟର ବ୍ରେକ ପରେ ପୁଣି ବଜାର ଆରମ୍ଭ ହୋଇଛି । ସେନସେକ୍ସ ହ୍ରାସ ଜାରି ରହିଛି । ସେପଟେ ନିଫ୍ଟି ମଧ୍ୟ ତଳମୁହାଁ ରହିଛି ।

ବିଏସଇ ସେନସେକ୍ସ 3,182.88 ପଏଣ୍ଟ ହ୍ରାସ ସହ 26,733.08ରେ କାରବାର କରୁଛି । ସେହିଭଳି ଏନଏସଇ ନିଫ୍ଟି ବି 901.95 ପଏଣ୍ଟ କମି 7,821.50ରେ ପହଞ୍ଚିଛି । ଇକ୍ୟୁଟି ବଜାରରେ ଏକ ଭାରୀ ହ୍ରାସ ସହ ସୋମବାର କାରବାରର କେଇଁ ଘଣ୍ଟା ମଧ୍ୟରେ ନିବେଶକଙ୍କ 10 ଲକ୍ଷ କୋଟି ଟଙ୍କା ଧୋଇ ହୋଇଯାଇଛି ।

ବିଏସଇ ତାଲିକାଭୁକ୍ତ ସଂସ୍ଥାଗୁଡ଼ିକର ବଜାର ପୁଞ୍ଜିକରଣ 10,29,847.17 କୋଟିରୁ ହ୍ରାସ ହୋଇ 1,05,79,296.12 କୋଟିରେ ପହଞ୍ଚିଛି । BSE ର ବେଞ୍ଚମାର୍କ ସୂଚକାଙ୍କ 2,991.85 ପଏଣ୍ଟ ବା 10 ପ୍ରତିଶତ ହ୍ରାସ ପାଇଥିବାରୁ ବଜାର ଲୋ ସର୍କିଟକୁ ହିଟ କରିଥିଲା ।

ପ୍ରକାଶ ଯେ, କୋରୋନା କରାଳ ଭୟ ବଜାରକୁ ଦୋହଲାଇ ରଖିଛି । ଏଥିପାଇଁ ଗୋଟିଏ ମାସରେ ସେୟାର ବଜାର କାରବାର 2-2 ଥର ଲୋୟର ସର୍କିଟ ହିଟ କରିଛି । ଫଳରେ କାରବାର 45 ମିନିଟ ଲେଖାଏଁ ବନ୍ଦ ହୋଇଛି । ଯେଉଁଥିପାଇଁ ନିବେଶଙ୍କୁ ଲକ୍ଷାଧିକ କୋଟି ଟଙ୍କା କ୍ଷତି ସହିବାକୁ ପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.