ETV Bharat / business

ଲକଡାଉନ: ସରକାରଙ୍କୁ ସମ୍ମାନ ଜଣାଇ କର୍ମଚାରୀଙ୍କ ଦରମା କାଟିବନି ଇଣ୍ଡିଗୋ

ମାର୍ଚ୍ଚ 25ରୁ ଲକଡାଉନ ଜାରି ରହିଛି । ଏଥିପାଇଁ ସମସ୍ତ ଘରୋଇ ଓ ଅନ୍ତରାଷ୍ଟ୍ରୀୟ ବାଣିଜ୍ୟିକ ଉଡାଣ ମଧ୍ୟ ବାତିଲ ହୋଇଛି । ଫଳରେ ଭାତୀୟ ବିମାନ ଉଦ୍ୟୋଗର ଆୟ ଗଭୀର ଭାବେ ପ୍ରଭାବିତ ହେଉଛି । ଅଧିକ ପଢନ୍ତୁ...

indigo reverses april pay cut decision most employees to get full salary
ଲକଡାଉ: ସରକାରଙ୍କୁ ସମ୍ମାନ ଜଣାଇ କର୍ମଚାରୀଙ୍କ ଦରମା କାଟିବନି ଇଣ୍ଡିଗୋ
author img

By

Published : Apr 23, 2020, 10:35 PM IST

ନୂଆଦିଲ୍ଲୀ: ସରକାରଙ୍କ ନିର୍ଣ୍ଣୟକୁ ସମ୍ମାନ ଜଣାଇ କର୍ମଚାରୀଙ୍କ ଦରମା ହ୍ରାସ ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛି ଇଣ୍ଡିଗୋ । ଏୟାରଲାଇନର ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ରୋଞ୍ଜୋୟ ଦତ୍ତା ଗୁରୁବାର ଏ ନେଇ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଲକଡାଉନ ସମୟରେ କର୍ମଚାରୀଙ୍କ ଦରମା ହ୍ରାସ ନ କରିବା ପାଇଁ ସରକାର ଯେଉଁ ଅପିଲ କରିଥିଲେ, ତାହାକୁ ଆଧାର କରି ଏହି ନିର୍ଣ୍ଣୟ ନିଆଯାଇଛି । ତେବେ କମ୍ପାନୀ ପୂର୍ବରୁ ହିଁ ବରିଷ୍ଠ କର୍ମଚାରୀଙ୍କ ଏପ୍ରିଲ ମାସର ଦରମା କାଟ କରିବ ବୋଲି ଘୋଷଣା କରିଥିଲା ।

ଇମେଲ ପଠାଇ ଦତ୍ତା କର୍ମଚାରୀଙ୍କୁ ଜଣାଛନ୍ତି ଯେ, ‘‘ଯଦିଓ ଆମର କାର୍ଯ୍ୟକାରୀ ସମିତିର ସଦସ୍ୟ ଓ ବରିଷ୍ଠ ଉପାଧ୍ୟକ୍ଷ ସ୍ବେଚ୍ଛାକୃତ ଭାବେ ଏହି ମାସର ଦରମା କମ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ହେଲେ ଅନ୍ୟ ସମସ୍ତ କର୍ମଚାରୀ ଏପ୍ରିଲ ମାସର ପୂରା ଦରମା ପାଇଁ ଆଶା ରଖିପାରିବ ।

ଦେଶରେ କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ମାର୍ଚ୍ଚ 25ରୁ ଲକଡାଉନ ଜାରି ରହିଛି । ଏଥିପାଇଁ ସମସ୍ତ ଘରୋଇ ଓ ଅନ୍ତରାଷ୍ଟ୍ରୀୟ ବାଣିଜ୍ୟିକ ଉଡାଣ ମଧ୍ୟ ବାତିଲ ହୋଇଛି । ଫଳରେ ଭାରତୀୟ ବିମାନ ଉଦ୍ୟୋଗର ଆୟ ଗଭୀର ଭାବେ ପ୍ରଭାବିତ ହେଉଛି । ଏଥିପାଇଁ କର୍ମଚାରୀଙ୍କ ଦରମା କାଟିବାକୁ କମ୍ପାନୀ ପୂର୍ବରୁ ଘୋଷଣା କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.