ETV Bharat / business

ଦେଶର ସ୍ବାର୍ଥ ସର୍ବୋପରି, RCEPରେ ସାମିଲ ନହେବା ନିଷ୍ପତ୍ତି ସମସ୍ତଙ୍କ ହିତରେ: ମୋଦି

ବିଶ୍ବର ସବୁଠୁ ବଡ ବ୍ୟାପର ବୁଝାମଣା ଆରସିଇପି ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ । ହେଲେ ଭାରତ ହେଲା ନାହିଁ ସାମିଲ, କାହିଁକି ଜାଣନ୍ତୁ..

author img

By

Published : Nov 16, 2020, 9:21 PM IST

RCEPରେ ସାମିଲ ନ ହେବା ନିଷ୍ପତ୍ତିରେ କାଏମ ଭାରତ

ନୂଆଦିଲ୍ଲୀ: ଏସିଆ-ପ୍ରଶାନ୍ତ ମହାସାଗର କ୍ଷେତ୍ରର 15 ରାଷ୍ଟ୍ର ମିଶି ବିଶ୍ବର ସର୍ବବୃହତ ମୁକ୍ତ ବାଣିଜ୍ୟ ଆଞ୍ଚଳିକ ବ୍ୟାପକ ଆର୍ଥିକ ସହଯୋଗିତା (RCEP) ରାଜିନାମାରେ ସ୍ବାକ୍ଷର କରିଛନ୍ତି । ଯାହା ଫଳରେ ଆରସିଇପି ସଦସ୍ୟ ଦେଶ ମଧ୍ୟରେ ବ୍ୟବସାୟିକ କାରବାର ସମ୍ପ୍ରସାରିତ ସହ ନୂଆ ସୁଯୋଗ ଦେଖାଦେବ । ହେଲେ ଏହି ଏହି ମୁକ୍ତ ବାଣିଜ୍ୟ ମେଣ୍ଟରେ ସାମିଲ ହୋଇନି ଭାରତ ।

ଏପରିକି ଆମେରିକା ମଧ୍ୟ ଏଥିରେ ସାମିଲ ହୋଇନାହିଁ । ତେବେ ପୂର୍ବରୁ ଏଥିରେ ସାମିଲ ହେଉଥିବା ଭାରତ ଗତ ବର୍ଷ ଠାରୁ ଏଥିରୁ ପଛଘୁଞ୍ଚା ଦେବାକୁ ନିଷ୍ପତ୍ତି ନେଇଛି । କାରଣ ଏହି ରାଜିନାମା ଭାରତୀୟଙ୍କ ସ୍ବାର୍ଥ୍ୟ ବିପକ୍ଷରେ । ଅନ୍ୟ ଦେଶରୁ ଆସୁଥିବା ସାମଗ୍ରୀ ଦ୍ବାରା ଭାରତର କ୍ଷୁଦ୍ର ବେପାରୀ, ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯିବ । ଏଥିଯୋଗୁଁ ଆରସିଇପିରେ ସାମିଲ ପାଇଁ ଥିବା ସର୍ତ୍ତାବଳୀରେ ସଂଶୋଧନ ପାଇଁ ଭାରତ ଦାବି କରିଥିଲା ।

ଆରସିଇପି ଦ୍ବାରା ଚୀନ ଅଧିକ ଫାଇଦା ଉଠାଇବାକୁ ଅନାଇ ରହିଛି । ବିଶ୍ବର ସର୍ବବୃହତ୍ତ ଅର୍ଥନୀତି ହେବା ସହ ଚୀନ ସାମଗ୍ରୀର କ୍ରେଜ ସମଗ୍ର ବିଶ୍ବରେ ବଢିବା ସମ୍ଭାବନା ରହିଛି । ଦକ୍ଷିଣ ପୂର୍ବ ଏସିଆ ସହ ଅର୍ଥନୈତିକ ସମ୍ପର୍କ ସୁଦୃଢ କରି ଚୀନ ଏବେ ଜାପାନ ଓ କୋରିଆ ସହ ବ୍ୟବହାୟ ବଢାଇବ । ହେଲେ ଏଥିରେ ସାମିଲ ହେଲେ ଭାରତ ସାମିଲ ନ ହେବା ଦ୍ବାରା ଚୀନ ସାମଗ୍ରୀ ବର୍ଜନର ଅଭିଯାନ ଫଳପ୍ରଦ ହୋଇପାରିବ ।

ପ୍ରକାଶ ଯେ, ଆରସିଇପି ଚୁକ୍ତି ଯୋଗୁଁ ସରକାରଙ୍କୁ ପ୍ରବଳ ଚାପର ସମ୍ମୁଖୀନ କରିବାକୁ ପଡୁଥିଲା । ଘରୋଇ ଶିଳ୍ପ, ଚାଷୀ ଓ ରାଜନୈତିକ ପାର୍ଟି ସବୁ ଏହାକୁ ଟାର୍ଗେଟ କରୁଥିଲେ । କାରଣ ଏହି ଚୁକ୍ତି ଦ୍ବାରା ଭାରତରେ ସ୍ବଦେଶୀ ଅପେକ୍ଷା ଚୀନ ସାମଗ୍ରୀ ଅଧିକ ପରିମାଣରେ ଆମଦାନୀ ହୋଇଥାନ୍ତା । ଚୀନ ଶସ୍ତା ସାମଗ୍ରୀ ଆମଦାନୀ ସହ ଦେଶର କ୍ଷୁଦ୍ର ଶିଳ୍ପ ବ୍ୟାପକ ମାତ୍ରାରେ କ୍ଷତି ସହିବ । ଘରୋଇ କମ୍ପାନୀଗୁଡିକ ପ୍ରଭାବିତ ହେବେ । ନିବେଶ ଓ ନିଯୁକ୍ତି ଉଭୟ ସଙ୍କୁଚିତ ହେବ । ପୁଣି ବର୍ତ୍ତମାନର ମାନ୍ଦାବସ୍ଥା ସମୟରେ ଏହି ଚୁକ୍ତି ଦେଶକୁ ବୁଡାଇବ ସମ୍ଭାବନା ଅଛି । ଏଥିଯୋଗୁଁ ଗତ ବର୍ଷରୁ ଭାରତ ଏଥିରୁ ବାଦ ପଡିଥିଲା ।

ଯଦିଓ ଚୀନ ଏକ ପ୍ରମୁଖ ରପ୍ତାନୀକାରୀ ରାଷ୍ଟ୍ର ହୋଇଥିବାରୁ ଆରସିଇପିକୁ ସମର୍ଥନ ଦେଇ କାରବାର ବଢାଇବାକୁ ଲକ୍ଷ୍ୟ ରଖିଥିଲା । ହେଲେ ଭାରତ ଚୀନର ଲକ୍ଷ୍ୟକୁ ଜାଣି ପାରି ଏଥିରୁ ଓହରିଛି । ତେବେ ଏବେ ବି ଭାରତର ରାସ୍ତା ବନ୍ଦ ହୋଇନାହିଁ । ଏକ ପର୍ଯ୍ୟବେକ୍ଷକ ସଦସ୍ୟ ଭାବେ ଏହି ଗ୍ରୁପ ଗତିବିଧିରେ ଭାରତ ଭାଗ ନେଇପାରିବ । ଏହି ବୁଝାମଣା ଅଧିନରେ ଭବିଷ୍ୟତରେ ଆରସିଇପିରେ ସାମିଲ ହେବା ରାସ୍ତା ଖୋଲା ହେବ ।

ଆରସିଇପିରେ ଭାରତ ମଧ୍ୟ ସାମିଲ ଥିଲା, ହେଲେ ନିଜର ବାଣିଜ୍ୟିକ ହିତ ପାଇଁ ଗତ ବର୍ଷ ଭାରତ ଏଥିରୁ ବାହାରିଯାଇଛି । ଯଦିଓ ଚୁକ୍ତିନାମାରେ ଭାରତ ସାମିଲ ହେବା ପାଇଁ ବିକଳ୍ପ ଖୋଲା ରହିଛି । ଆରସିଇପିର ବିଚାର ସବୁଠୁ ପ୍ରଥମେ 2011 ରେ ବାର୍ଲିରେ ହୋଇଥିବା ଆସିଆନ ଶିଖର ସମ୍ମିଳନୀରେ ପ୍ରସ୍ତୁତ କରାଯାଇଥିଲା । ତେବେ ରବିବାର ଭିଏତନାମା ରାଜଧାନୀ ହାନୋଇରେ ଅନୁଷ୍ଠିତ ଏକ ଆଞ୍ତଳିତ ଭର୍ଚୁଆଲ ସମ୍ମିଳୀରେ ଚୀନ, ଜାପାନ , ଦକ୍ଷିଣ କୋରିଆ, ନ୍ୟୁଜଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ସମେତ ଆସିଆନର 10 ସଦସ୍ୟ ଦେଶ ଆରସିଇପି ହସ୍ତାକ୍ଷର କରିଛନ୍ତି ।

ଆରସିଇପି କଣ ? କାହିଁକି ସାମିଲ ହେଲାନି ଭାରତ

RCEP ହେଉଛି ରିଜଓନାଲ କମ୍ପ୍ରେହେନସିଭ୍ ଇକୋନୋମିକ ପାର୍ଟନରସିପ । ଦକ୍ଷିଣ ପୂର୍ବ ଏସୀୟ ଦେଶଗୁଡିକର ସମୂହ ASEAN 10 ଦେଶ (ବ୍ରୁନେଇ, ଇଣ୍ଡୋନେସିଆ, ଲାଓସ, ମ୍ୟାଲେସିଆ, ମିଆଁମାର, ଫିଲିଫାଇନ୍ସ, ସିଙ୍ଗାପୁର, ଥାଇଲ୍ୟାଣ୍ଡ ଓ ଭିଏତନାମା)ଏବଂ ଏହାର 6 ପ୍ରମୁଖ ଏଫଟିଏଫ (ମୁକ୍ତ ବାଣିଜ୍ୟ ରାଜିନାମା) ସହଯୋଗୀ ଦେଶ (ଚୀନ, ଜାପାନ, ଭାରତ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜଲ୍ୟାଣ୍ଡ) ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ବୁଝାମଣା ।

ଯଦି ଭାରତ ଏହି ବୁଝାମଣା ଚୁକ୍ତିରେ ସ୍ବାକ୍ଷର କରୁଛି, ତେବେ ଜାପାନ ଓ ଦକ୍ଷିଣ କୋରିଆରୁ ଆସୁଥିବା 90 ପ୍ରତିଶତ ସାମଗ୍ରୀ ଓ ଚୀନ , ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡରୁ ଆମଦାନୀ 74 ପ୍ରତିଶତ ସାମଗ୍ରୀକୁ ଟିକସ ଫ୍ରି କରିବାକୁ ପଡିବ । ଆଉ ଏପରି କଲେ ଭାରତରେ ଚୀନ ସାମଗ୍ରୀର ମେଳା ହେବ । ଫଳରେ କ୍ଷୁଦ୍ର ବେପାରୀ, ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯିବ । ଏଥିଯୋଗୁଁ କିଛି ସର୍ତ୍ତ ରଖିବାକୁ ଭାରତ ଚାହୁଁଥିଲା , ଯେପରି ଦେଶର ଉଦ୍ୟୋଗୀ, ଚାଷୀ ପ୍ରଭାବିତ ହେବେ ନାହିଁ । ହେଲେ ଏଥିରେ କୌଣସି ପରିବର୍ତ୍ତନ ଦେଖାଦେଇନଥିବାରୁ ସରକାର ଏହି ଚୁକ୍ତିକୁ ନା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.