ETV Bharat / business

ସେବା କ୍ଷେତ୍ରର କାର୍ଯ୍ୟକଳାପ 7 ବର୍ଷର ସର୍ବୋଚ୍ଚ ସ୍ତରରେ

author img

By

Published : Feb 5, 2020, 5:03 PM IST

ଅର୍ଥନୀତିକୁ ପ୍ରଗତିର ସଙ୍କେତ । ବଜେଟ ପରେ ପ୍ରକାଶ ପାଉଥିବା ବିଭିନ୍ନ ସେକ୍ଟର ରିପୋର୍ଟ ଅର୍ଥବ୍ୟବସ୍ଥାକୁ ଆଶ୍ବସ୍ତି ଦେଉଛି । ନୂଆ ବର୍ଷର ପ୍ରଥମ ମାସରେ ସୁଧିରିଛି ସେବା କ୍ଷେତ୍ର କାର୍ଯ୍ୟକଳାପ ।

India's service sector activity growth hits 7-year high in Jan: PMI
ସେବା କ୍ଷେତ୍ରର କାର୍ଯ୍ୟକଳାପ 7 ବର୍ଷର ସର୍ବୋଚ୍ଚ ସ୍ତରରେ

ନୂଆଦିଲ୍ଲୀ: ଅର୍ଥନୀତିକୁ ପ୍ରଗତିର ସଙ୍କେତ । ବଜେଟ ପରେ ପ୍ରକାଶ ପାଉଥିବା ବିଭିନ୍ନ ସେକ୍ଟର ରିପୋର୍ଟ ଅର୍ଥବ୍ୟବସ୍ଥାକୁ ଆଶ୍ବସ୍ତି ଦେଉଛି । ନୂଆ ବର୍ଷର ପ୍ରଥମ ମାସରେ ସୁଧିରିଛି ସେବା କ୍ଷେତ୍ର କାର୍ଯ୍ୟକଳାପ । ଆଇଏଚଏସ ମାର୍କିଟ ଇଣ୍ଡିଆର ସର୍ଭିସେସ ବିଜନେସ ଆକ୍ଟିଭିଟି ଇଣ୍ଡେକ୍ସ (ସେବା ପିଏମଆଇ) ଜାନୁଆରୀରେ 55.5 ପଏଣ୍ଟ ରହିଛି। ଯାହାକି 7 ବର୍ଷର ସର୍ବୋଚ୍ଚ ସ୍ତର ।

ନୂଆ ଅର୍ଡର ବୃଦ୍ଧି, ଅନୁକୂଳ ବଜାର ପରିସ୍ଥିତି ଓ କାରବାରୀଙ୍କ ସକରାତ୍ମକ ଧାରଣା ଜାରି ରହିଥିବାରୁ ଏହି ସେକ୍ଟରର କାର୍ଯ୍ୟକଳାପରେ ଉନ୍ନତି ଆସିପାରିଛି ।

2019 ଡିସେମ୍ବରରେ ଏହି ହାର 53.3 ପଏଣ୍ଟ ଥିଲା । ପୂରା ରିପୋର୍ଟ ସ୍ତରକୁ ଦେଖିଲେ ଜଣାପଡିଛି ଯେ, 2013 ପରେ ଏଭଳି ଅଭିବୃଦ୍ଧି କେବେ ଦେଖିବାକୁ ମିଳିନାହିଁ ।

ଅଧିକ ପଢନ୍ତୁ: କର୍ପୋରେଟକୁ ଜଗତକୁ ଆଶ୍ବସ୍ତି ଦେଲେ ସୁଧୁରିବ ଅର୍ଥନୀତି: ସୁବ୍ରମଣ୍ୟମ

ଆଇଏଚଏସ ମାର୍କିଟର ପ୍ରମୁଖ ଅର୍ଥଶାସ୍ତ୍ରୀ ପଲିୟାନା ଡି ଲୀମା କହିଛନ୍ତି ଯେ, 2020 ଆରମ୍ଭରେ ଭାରତର ସେବା କ୍ଷେତ୍ରକୁ ସ୍ପୁର୍ତ୍ତି ଫେରିଛି । ମାନ୍ଦାବସ୍ଥା ଆଶଙ୍କାରେ ମଧ୍ୟରେ ରହିଥିବା ସେବା କ୍ଷେତ୍ର 2019 ଶେଷ ସୁଦ୍ଧା ଭଲ ପ୍ରଦର୍ଶନ କରୁଛି । ଚୀନ, ୟୁରୋପ ଓ ଆମେରିକା ଚାହିଦା ହ୍ରାସ ପାଇଥିବାରୁ ଜାନୁଆରୀରେ ସେବା କ୍ଷେତ୍ରରେ ରପ୍ତାନୀ କମିଛି ।

ପ୍ରକାଶ ଯେ, ନିକଟରେ ପ୍ରକାଶ ପାଇଥିବା ମ୍ୟାନୁଫେକ୍ଚରିଂ ସେକ୍ଟର କାର୍ଯ୍ୟକଳାପ ସୂଚକାଙ୍କ ମଧ୍ୟ 8 ବର୍ଷର ରେକର୍ଡ ଭାଙ୍ଗି ସର୍ବୋଚ୍ଚ ସ୍ତରରେ ରହିଛି । ଆଇଏଚଏସ ମାର୍କେଟ ଇଣ୍ଡିଆର ମେନ୍ୟୁଫକଚରିଂ ପରଚେଜିଂ ମ୍ୟାନେଜର୍ସ ସୂଚକାଙ୍କ (ପିଏମଆଇ) ଜାନୁଆରୀରେ 55.9 ପଏଣ୍ଟ ରହିଥିଲା। ଯାହା ଦ୍ବାରା ଆଗକୁ ଉତ୍ପାଦନ ଓ ରୋଜଗାର ବଢିବ ବୋଲି ଆଶା କରାଯାଉଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.