ନୂଆଦିଲ୍ଲୀ: ଦେଶରେ ଇନ୍ଧନ ଚାହିଦାରେ ଅକ୍ଟୋବର ପରେ ଫେବୃଆରୀ ପରେ ପ୍ରଥମ ଥର ବାର୍ଷିକ ଆଧାରରେ ବୃଦ୍ଧି ରେକର୍ଡ କରାଯାଇଛି । ପାର୍ବଣ ପୂର୍ବରୁ ଡିଜେଲ ଚାହିଦା ବଢିବା କାରଣରୁ କଞ୍ଜମ୍ପସନ( ଉପଯୋଗୀତା) କୋଭିଡ-19 ପୂର୍ବ ସ୍ତରରେ ପହଞ୍ଚିଛି ।
ପେଟ୍ରୋଲିୟମ ମନ୍ତ୍ରାଳୟ ଅନ୍ତର୍ଗତରେ ରହିଥିବା ପେଟ୍ରୋଲିୟମ ଯୋଜନା ଏବଂ ବିଶ୍ଲେଷଣ କୋଠରୀର ଅସ୍ଥାୟୀ ତଥ୍ୟ ଅନୁସାରେ ପେଟ୍ରୋଲିୟମ ଉତ୍ପାଦର ମୋଟ ଚାହିଦା ଅକ୍ଟୋବର ମାସରେ 2.5 ପ୍ରତିଶତ ବୃଦ୍ଧି ପାଇ 1.777 କୋଟି ଟନ ରହିଛି । ଯାହାକି 1 ବର୍ଷ ତଳେ 1.734 କୋଟି ଟନ ଥିଲା ।
ପେଟ୍ରୋଲର ଚାହିଦା ସେପ୍ଟେମ୍ବରରେ ହିଁ କୋଭିଡ-19 ପୂର୍ବ ସ୍ତରରେ ପହଞ୍ଚିଯାଇଥିଲା । ଯେତେବେଳେ କି ଡିଜେଲ କଞ୍ଜମ୍ପସନ ଗତ ମାସର ସାଧାରଣ ସ୍ତରକୁ ଆସିଥିଲା । ଡିଜେଲ ଚାହିଦା 7.4 ପ୍ରତିଶତରୁ ବଢି 65 ଲକ୍ଷ ଟନ ରହିଛି । ଯେତେବେଳେ କି ପେଟ୍ରୋଲର ବିକ୍ରି 4.5 ପ୍ରତିଶତ ବଢି 25.4 କୋଟି ଟନ ଥିଲା । ଡିଜେଲ କଞ୍ଜମ୍ପସନରେ ବୃଦ୍ଧି ଏକ ବର୍ଷରେ ସର୍ବାଧିକ ରହିଛି ।
କୋରୋନା ଭାଇରସ ମହାମାରୀ ଓ ଏହାର କଟକଣା ଲକଡାଉନ ପାଇଁ ଏପ୍ରିଲରେ ଦେଶବ୍ୟାପି ଲକଡାଉନ ଯୋଗୁଁ ଔଦ୍ୟୋଗିକ ଗତିବିଧି ପ୍ରାୟ ଠପ ରହିଥିଲା । ଫଳରେ ରାସ୍ତାରୁ ଗାଡି ଉଭାନ ହୋଇଥିଲା ବେଳେ ତେଲ ବିକ୍ରି ବି ପ୍ରାୟ ବନ୍ଦ ଥିଲା । ତେବେ ପର୍ଯ୍ୟାୟ କ୍ରମେ ଲକଡାଉନ କୋହଳ ହେବା ସହ ପାର୍ବଣରେ ଚାହିଦା ବଢିଛି । କିନ୍ତୁ ସାର୍ବଜନୀକ ପରିବହନ ଏବେ ବି ସ୍ବାଭାବିକ ହୋଇନି । ସ୍କୁଲ ଓ ଶିକ୍ଷାନୁଷ୍ଠାନ ସଂସ୍ଥାନ ପ୍ରାୟ ସ୍ଥାନରେ ବନ୍ଦ ରହିଛି ।
ରନ୍ଧନ ଗ୍ୟାସ (ଏଲପିଜି) ବ୍ୟବହାର 3 ପ୍ରତିଶତ ବଢି 24 ଲକ୍ଷ ଟନ ରହିଛି । କିନ୍ତୁ ବିମାନ ଇନ୍ଧନ (ଏଟିଏଫ)ର ବିକ୍ରି ହ୍ରାସ ହୋଇ ପାଖାପାଖୀ ଅଧା ଅର୍ଥାତ 3,35,000 ଟନ ରହିଛି । ଏହି କାରଣରୁ ଏବେ ବି ଏୟାରଲାଇନ୍ସ ର ପରିଚାଳନା ସମ୍ପୁର୍ଣ୍ଣ ରୂପେ ଆରମ୍ଭ ହୋଇନାହିଁ ।