ନୂଆଦିଲ୍ଲୀ: ଅକ୍ଟୋବର ମାସରେ ଘରୋଇ ବିମାନ ଯାତାୟତରେ 33.67 ପ୍ରତିଶତ ବୃଦ୍ଧି ହୋଇଛି । ସେପ୍ଟେମ୍ବରର 39.43 ଲକ୍ଷ ଯାତ୍ରୀ ତୁଳନାରେ ଭାରତୀୟ ଏୟାରଲାଇନରେ ଅକ୍ଟୋବର ମାସରେ 52.71 ଲକ୍ଷ ଯାତ୍ରୀ ଉଡାଣ ଭରିଛନ୍ତି । ଏ ନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ସୂଚନା ଦିଆଯାଇଛି ।
ଡିଜିସିଏ ତଥ୍ୟରୁ ଜଣାପଡିଛି କି ଘରୋଇ ଏୟାରଲାଇନ ସ୍ପାଇସଜେଟ ପାଖରେ ଅକ୍ଟୋବର ମାସରେ 74.0 ପ୍ରତିଶତ ହାର ସହ ସର୍ବାଧିକ ଯାତ୍ରୀ ଉଡାଣ ଭରିଥିଲେ । ଇଣ୍ଡିଗୋର ଭାର 68.2 ପ୍ରତିଶତ ଥିଲା । ଭିସ୍ତାରାର 65.2 ପ୍ରତିଶତ ଓ ଏୟାର ଇଣ୍ଡିଆର ଯାତ୍ରୀ ଭାର 62.1 ପ୍ରତିଶତ ଥିଲା ।
ବଜାର ଅଂଶଧନ ହିସାବରେ ଇଣ୍ଡିଗୋ ପାଖରେ ସର୍ବାଧିକ 55.5 ପ୍ରତିଶତ ଯାତ୍ରୀ ଥିଲେ । ଏହା ପରେ ସ୍ପାଇସଜେଟ ପାଖରେ 13.4 ପ୍ରତିଶତ ଓ ରାଷ୍ଟ୍ରାୟତ ବିମାନ କମ୍ପାନୀ ଏୟାର ଇଣ୍ଡିଆରେ 9.4 ପ୍ରତିଶତ ଅଂଶଧନ ଥିଲା ।
ଡିଜିସିଏ ଅନୁସାରେ ଜାନୁଆରୀ-ଅକ୍ଟୋବର ସମୟରେ ଘରୋଇ ଏୟାରଲାଇନ୍ସ ଦ୍ବାରା ପାଖାପାଖୀ 4.93 କୋଟି ଯାତ୍ରୀ ଉଡାଣ ଭରିଛି । ଯାହାକି 1 ବର୍ଷ ପୂର୍ବରୁ ସମାନ ଅବଧିରୁ 58.3 ପ୍ରତିଶତ କମ ରହିଛି ।