ETV Bharat / business

ଦ୍ରୁତ-ସୁରକ୍ଷିତ ହେବ ରେଳବାଇ, ଖର୍ଚ୍ଚ ହେବ 25 ହଜାର କୋଟି

ରେଲୱେର ଆଧୁନିକୀରଣ ନେଇ 25,000 କୋଟି ଟଙ୍କା ଖର୍ଚ୍ଚ ହେବ । ବୁଧବାର ବସିଥିବା କେନ୍ଦ୍ର କ୍ୟାବିନେଟ ଏ ନେଇ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର । ଅଧିକ ପଢନ୍ତୁ..

author img

By

Published : Jun 9, 2021, 10:10 PM IST

ଦ୍ରୁତ -ସୁରକ୍ଷିତ ହେବ ରେଳବାଇ , ଖର୍ଚ୍ଚ ହେବ 25 ହଜାର କୋଟି

ନୂଆଦିଲ୍ଲୀ: ନୂଆ ରୂପ ନେବ ଭାରତୀୟ ରେଳ । ଫଳରେ ରେଳ ଯାତ୍ରା ଦ୍ରୁତ ସହ ହେବ ସୁରକ୍ଷିତ । ରେଲୱେ ଆଧୁନିକୀରଣ ନେଇ 25,000 କୋଟି ଟଙ୍କା ହେବ । ବୁଧବାର ବସିଥିବା କେନ୍ଦ୍ର କ୍ୟାବିନେଟ ଏ ନେଇ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ।

କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ, ଭାରତୀୟ ରେଳୱେକୁ ମିଳିବ 7 ଶହ ମେଗା ହର୍ସ ବ୍ୟାଣ୍ଡ ସହ 5 ମେଗା ହର୍ସ ସ୍ପେକଟ୍ରମ । ଏହା ଦ୍ବାରା ଯୋଗାଯୋଗ ବ୍ୟବସ୍ଥା ଅଧିକ ସୁଦୃଢ଼ ସହ ରେଳଯାତ୍ରାକୁ ସୁରକ୍ଷିତ କରିବ । ସ୍ପେକଟ୍ରମ ଦ୍ବାରା ରେଡ଼ିଓ ଯୋଗାଯୋଗ ହୋଇପାରିବ ବୋଲି କହିଛନ୍ତି ମନ୍ତ୍ରୀ ଜାଭଡେକର ।

ରେଲୱେର ଏକ ବିବୃତ୍ତିରେ କୁହାଯାଇଛି କି, ଏହି ସ୍ପେକ୍ଟ୍ରମ ସହ ଭାରତୀୟ ରେଳବାଇ ଏହାର ମାର୍ଗରେ ‘ଏଲଇଟି’ ଆଧାରିତ ମୋବାଇଲ ଟ୍ରେନ ରେଡିଓ ସଞ୍ଚାର ପ୍ରଦାନ କରିପାରିବ । ପ୍ରାୟ 25 ,000 କୋଟି ଟଙ୍କାର ଆନୁମାନିକ ବ୍ୟୟର ଏହି ପ୍ରୋଜେକ୍ଟକୁ ଆସନ୍ତା 5 ବର୍ଷରେ ପୂରଣ କରାଯିବ ।

ସେହିଭଳି ରେଲୱେରେ ଅଟୋମେଟିକ ଟ୍ରେନ ପ୍ରୋଟେକ୍ସନ ବ୍ୟବସ୍ଥା ମଜବୁତ ହେଉଛି । ଦୁଇ ଗାଡ଼ି ମଧ୍ୟରେ ଧକ୍କା ନହେବା ପାଇଁ ଯେଉଁ ବ୍ୟବସ୍ଥା ହୋଇଛି ତାହା 4 ଭାରତୀୟ କମ୍ପାନି ତିଆରି କରିଛନ୍ତି । ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ।

ରେଲୱେ ଏବେ ଏହାର ସଞ୍ଚାର ନେଟୱର୍କ ପାଇଁ ଅପ୍ଟିକାଲ ଫାଇବର ଉପରେ ନିର୍ଭର ରହିଛି । ହେଲେ ନୂଆ ସ୍ପେକ୍ଟ୍ରମର ଆବଣ୍ଟନ ହେବା ପରେ ଏହା ତୀବ୍ର ଗତିର ରେଡିଓ ଉପଯୋଗ କରିପାରିବ । ଜାଭେଡକର କହିଛନ୍ତି କି, ଏହି ଆବଣ୍ଟନ ଦ୍ବାରା ରେଲୱେର ସଞ୍ଚାର ଓ ସିଗନାଲ ନେଟୱର୍କ ଉଭୟ ଉନ୍ନତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.