ETV Bharat / business

ସୁଦୃଢ ଢଙ୍ଗରେ ସୁଧୁରୁଛି ଭାରତୀୟ ଅର୍ଥବ୍ୟବସ୍ଥା: ସୀତାରମଣ - indian economy

ସୁଧୁରିଛି ଉତ୍ପାଦନ, ବଢୁଛି ବିନିର୍ମାଣ । ଏହା ସାଙ୍ଗକୁ ଅର୍ଥବ୍ୟବସ୍ଥାରେ ଦେଖାଦେଇଛି ସକରାତ୍ମକ ସଙ୍କେତ । ବିଭିନ୍ନ ସେକ୍ଟରର ମାସିକ ରିପୋର୍ଟରେ ଦେଖାଦେଉଥିବା ବୃଦ୍ଧିରୁ ଜଣାପଡୁଛି କି ଭାରତୀୟ ଅର୍ଥନୀତି ଟ୍ରାକକୁ ଫେରୁଛି । ଅଧିକ ପଢନ୍ତୁ..

ସୁଦୃଢ ଢଙ୍ଗରେ ସୁଧୁରୁଛି ଭାରତୀୟ ଅର୍ଥବ୍ୟବସ୍ଥା: ସୀତାରମଣ

author img

By

Published : Nov 12, 2020, 6:04 PM IST

ନୂଆଦିଲ୍ଲୀ: ଏକ ଦୀର୍ଘ ଓ କଡା ଲକଡାଉନ ପରେ ଭାରତୀୟ ଅର୍ଥବ୍ୟବସ୍ଥା ସ୍ଥିତିରେ ଜବରଦସ୍ତ ସୁଧାର ଦେଖିବାକୁ ମିଳିଛି । ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆତ୍ମନିର୍ଭର ଭାରତ ପ୍ୟାକେଜ୍ 3.0ର ଘୋଷଣା କରି ଏହା କହିଛନ୍ତି । ଆତ୍ମନିର୍ଭର ଭାରତ 3.0 ଅଧିନରେ ଦୁର୍ବଳ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ କିଛି ଆହୁରୀ ଘୋଷଣା କରିଛନ୍ତି । ଏଥି ମଧ୍ୟରେ ଏକ ସାମ୍ବାଦିକ ସମ୍ମିଳୀରେ ସେ ବ୍ୟାପକ ଆର୍ଥିକ ସଙ୍କଟ ସ୍ଥିତିରେ ସୁଧାର ନେଇ ଇସାରା ଦେଇଛନ୍ତି ।

ସୀତାରମଣ କହିଛନ୍ତି, ଦେଶରେ କୋଭିଡ-19ର ସକ୍ରିୟ ମାମଲା ଏକ ସମୟ 10 ଲକ୍ଷରୁ ଅଧିକ ଥିଲା । ଯେତେବେଳେ କି ଏବେ ଏହି ମାମଲା ହ୍ରାସ ହୋଇ 4.89 ଲକ୍ଷ ରହିଛି । ଆଉ ମୃତ୍ୟୁ ହାର 1.47 ପ୍ରତିଶତରେ ପହଞ୍ଚିଛି । ଅର୍ଥବ୍ୟବସ୍ଥାର ସୁଧାର ରିପୋର୍ଟ ଦେଇ ସେ କହିଛନ୍ତି କି କମ୍ପାନୀଗୁଡିକୁ କାରବାର ଗତିର ସଙ୍କେତ ଦେଉଥିବା କମ୍ପୋଜିଟ ପରଚେଜିଂ ମ୍ୟାନେଜର୍ସ ଇଣ୍ଡେକ୍ସ ଅକ୍ଟୋବର ମାସରେ ବୃଦ୍ଧି ହୋଇ 58.9 ରହିଛି । ଯାହାକି ଏହାର ପୂର୍ବ ମାସରେ 54.6 ଥିଲା । ଅକ୍ଟୋବରରେ ବିଦ୍ୟୁତ କଞ୍ଜମ୍ପସନରେ 12 ପ୍ରତିଶତ ବୃଦ୍ଧି ଦେଖାଦେଇଛି । ଯେତେବେଳେ କି ଦ୍ରବ୍ୟ ଓ ସେବା କର (ଜିଏସଟି)ର ସଂଗ୍ର 10 ପ୍ରତିଶତ ବଢି 1.05 ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଯାଇଛି । ସେହିପରି ଦୈନିକ ମାଲ ପରିବହନରେ ହାରାହାରୀ 20 ପ୍ରତିଶତ ହାରରେ ବୃଦ୍ଧି ହୋଇଛି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବ୍ୟାଙ୍କ ଋଣରେ ମଧ୍ୟ 5.1 ପ୍ରତିଶତ ସୁଧାର ହୋଇଛି । ଏହା ପୂର୍ବରୁ ସରକାର ଘରୋଇ ବିନିର୍ମାଣକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ବୁଧବାର 2 ଲକ୍ଷ କୋଟି ଟଙ୍କାର ଉତ୍ପାଦନ ଆଧାରିତ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଛନ୍ତି । ଉତ୍ପାଦନ ଆଧାରିତ ପ୍ରୋତ୍ସାହନ ଯୋଜନାର ଲାଭ ରେଫ୍ରିଜେଟର, ୱାଶିଂ ମେସିନ ଭଳି ଉତ୍ପାଦ, ଔଷଧ, ବିଶେଷ ପ୍ରକାରର ଇସ୍ପାତ, ଗାଡି , ଦୂରସଞ୍ଚାର, କପଡା, ଖାଦ୍ୟ ଉତ୍ପାଦ, ସାର, ମୋବାଇଲ ଫୋନ ବ୍ୟାଟେରୀ ଭଳି କ୍ଷେତ୍ରର ନିବେଶଙ୍କୁ ମିଳିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.