ନୂଆଦିଲ୍ଲୀ: ଭାରତରେ ଦ୍ରୁତ ଅଭିବୃଦ୍ଧିର ଭରଭୂର କ୍ଷମତା ରହିଛି । ଆଗାମୀ 10 ବର୍ଷ ଭିତରେ ଦେଶର ଆର୍ଥିକ ବିକାଶ ବହୁତ ବଢିବ। ଯାହା ଦ୍ବାରା ବିପୁଳ ମାତ୍ରାରେ ଭାରତୀୟ ଦାରିଦ୍ର୍ୟ ଭିତରୁ ବାହାରିପାରିବେ । ଏଥିସହ ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ସରକାର ପ୍ରଚୁର ନିବେଶ କରିପାରିବେ । ଏଭଳି ସକରାତ୍ମକ ମତ ଦେଇ ଦେଶ ମେରୁଦଣ୍ଡ ମଜବୁତ ନେଇ ସମ୍ଭାବନା ସୃଷ୍ଟି କରିଛନ୍ତି ବିଶ୍ବ ସବୁଠୁ ଧନୀ ବ୍ୟକ୍ତି ତଥା ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ ଗେଟସ ।
କେବଳ ଅଭିବୃଦ୍ଧିର ଅନୁମାନ ନୁହେଁ ଭାରତର ବହୁ ଉନ୍ନୟନମୂଳକ ଯୋଜନା ଓ ସଂସ୍କାରକୁ ପ୍ରଂଶସା ମଧ୍ୟ କରିଛନ୍ତି । ଆଧାର ନମ୍ବର ବ୍ୟବସ୍ଥା ଠାରୁ ଆର୍ଥିକ ସେବା ଓ ଫାର୍ମା ଶିଳ୍ପରେ ଭାରତୀୟଙ୍କ ପ୍ରଦର୍ଶନ ଉଚ୍ଚକୋଟୀର କହି ବିଲଗେଟସ ପ୍ରଂଶସା କରିଛନ୍ତି ।
ଭାରତୀୟ ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତିକରୁଥିବା ବେଳେ ବିଶ୍ବ ବଡ ଧନକୁବେରଙ୍କ ଏଭଳି ବିବୃତି ସମସ୍ତଙ୍କୁ ପ୍ରୋତ୍ସାହିତ କରିଛି । କାରଣ ପୂର୍ବରୁ ଏଭଳି ବିଭିନ୍ନ ଆର୍ଥିକ ରିପୋର୍ଟରେ ଅର୍ଥବ୍ୟବସ୍ଥା ନ ସୁଧୁରିବାକୁ ନେଇ ତଥ୍ୟ ପ୍ରକାଶ ପାଇଥିଲା । ଅନ୍ତର୍ଜାତୀୟ ରେଟିଂ ସଂସ୍ଥା-ମୁଡିସ , ବିଶ୍ବ ବ୍ୟାଙ୍କ, ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ(ଆଇଏମଏଫ) ସବୁର ଆନୁମାନିକ ରିପୋର୍ଟରେ ଭାରତ ଜିଡିପିକୁ ହ୍ରାସ କରାଯାଇଥିଲା । ଏହା ସରକାରଙ୍କ ଠାରୁ ଆରମ୍ଭ କରି ସାଧାରଣ ଖାଉଟି ସମସ୍ତଙ୍କୁ ଚିନ୍ତାରେ ପକାଇଥିଲ ।
ପ୍ରକାଶ ଯେ, ଶୁକ୍ରବାର ପ୍ରକାଶିତ ଧନୀ ଲିଷ୍ଟରେ ପୁଣି 64 ବର୍ଷୀୟ ବିଲ ଗେଟସ 110 ଅରବ ଡଲାର ନେଟୱର୍ଥ ସହ ଦୁନିଆ ସର୍ବଶ୍ରେଷ୍ଠ କୁବେର ଭାବେ ପ୍ରଥମରେ ରହିଛନ୍ତି ।