ETV Bharat / business

ବିଦ୍ୟୁତ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଓ ଡେନମାର୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ

author img

By

Published : Jun 8, 2020, 8:52 PM IST

ଦେଶରେ ବିଦ୍ୟୁତ ବଜାରରେ ପ୍ରଫିଟ ଓ ଚାହିଦା ଅନୁଯାୟୀ ଯୋଗାଣ ପାଇଁ ଡେନମାର୍କ ସହ ଚୁକ୍ତି କରିଛି ଭାରତ । ବିଦ୍ୟୁତ କ୍ଷେତ୍ରରେ ସହଯୋଗ ବଢାଇବାକୁ ଏହି 2 ଦେଶ ଏମଓୟୁ ସ୍ବାକ୍ଷର କରିଛନ୍ତି । ଅଧିକ ପଢନ୍ତୁ..

India, Denmark ink pact to cooperate in power sector
ବିଦ୍ୟୁତ ସେକ୍ଟରରେ ସହଯୋଗ ପାଇଁ ଭାରତ ଓ ଡେନମାର୍କ ମଧ୍ୟରେ ଚୁକ୍ତି

ନୂଆଦିଲ୍ଲୀ: ବିଦ୍ୟୁତ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଭାରତ ଏବଂ ଡେନମାର୍କ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷର କରିଛନ୍ତି। ଏମଏୟୁ ଅଧିନରେ ନିର୍ଦ୍ଦିଷ୍ଟ ବିବରଣୀକୁ କାର୍ଯ୍ୟକାରୀ ପାଇଁ ଏକ ସଂଯୁକ୍ତ ୱାର୍କିଂଗୋଷ୍ଠୀ ଗଠନ କରାଯିବ ବୋଲି ଶକ୍ତି ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ବିବୃତ୍ତି ଅନୁସାରେ, ଶକ୍ତି ମନ୍ତ୍ରଣାଳୟ ଓ ଡେନମାର୍କର ଶକ୍ତି, ଉପଯୋଗୀ ସେବା ଓ ଜଳବାୟୁ ମନ୍ତ୍ରାଳୟ ମଧ୍ୟରେ ଏହି ଏମଓୟୁ 2020 ଜୁନ 5ରେ ହସ୍ତାକ୍ଷର କରାଯାଇଛି । ଦୁଇ ଦେଶ ମଧ୍ୟରେ ପରସ୍ପର ଲାଭ ଆଧାରରେ ବିଦ୍ୟୁତ କ୍ଷେତ୍ରରେ ଏକ ମଜବୁତ ଓ ଦୀର୍ଘକାଳୀନ ସହଯୋଗ ବିକଶିତ କରିବା ଏହି ଚୁକ୍ତିର ଲକ୍ଷ୍ୟ ।

ବୁଝାମଣା ପତ୍ରରେ ଭାରତ ସକ୍ଷରୁ ଶକ୍ତି ସଚିବ ସଞ୍ଜୀବ ନନ୍ଦନ ସହାୟ ଓ ଡେନମାର୍କ ପକ୍ଷରୁ ଏଠାରୁ ଅର୍ଥାତ ଭାରତରେ ଡେନମାର୍କ ରାଜଦୂତ ଫେଡ୍ରି ସ୍ବାନେ (Freddy Svane) ହସ୍ତାକ୍ଷର କରିଛନ୍ତି ।

ଏହି ଚୁକ୍ତିରେ ସାମୁଦ୍ରିକ ପବନ ଶକ୍ତି, ଦୀର୍ଘକାଳୀନ ଶକ୍ତି ଯୋଜନା, ଗ୍ରୀଡରେ ନମନୀୟତା, ବିଦ୍ୟୁତ କ୍ରୟ ଇତ୍ୟାଦି କ୍ଷେତ୍ରରେ ସହଯୋଗ ପାଇଁ ଆଲୋଚନା କରାଯାଇଛି ।

ଏହି କ୍ଷେତ୍ରରେ ଡେନମାର୍କ ସହ ସହଯୋଗ ଦ୍ବାରା ଦେଶର ବିଦ୍ୟୁତ ବଜାରକୁ ଲାଭ ମିଳିବ । ଏହି କ୍ଷେତ୍ରରେ ସହଯୋଗକୁ ବାସ୍ତବ ରୂପ ଦେବା ପାଇଁ ଏକ ମିଳିତ କାର୍ଯ୍ୟ ଗୋଷ୍ଠୀ ଗଠନ କରାଯିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.