ETV Bharat / business

ଆମେରିକାଠୁ ଚଢା ଟିକସ ନେଉଛି ଭାରତ: ଟ୍ରମ୍ପ - india

ଭାରତ ଆମେରିକା ଠାରୁ ଅଧିକ ପରିମାଣରେ ଟିକସ ନେଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏ ନେଇ ଏକ ସଭାରେ ସମ୍ବୋଧନ କରି କଡା ଶବ୍ଦରେ କହିଛନ୍ତି ।

ଡିଜାଇନ ଫଟୋ
author img

By

Published : Mar 4, 2019, 7:29 PM IST

ନୂଆଦିଲ୍ଲୀ: ଭାରତ ଅଧିକ ପରିମାଣରେ ଟିକସ ନେଇଥାଏ । ଖାସ କରି ଆମେରିକା ଠାରୁ ଭାରତ ଅଧିକ କର ନେଇଥାଏ । ଏହାର ପ୍ରତି ଜବାବରେ ଆମେରିକା ମଧ୍ୟ ଭାରତ ଉପରେ ଅଧିକ ଟିକସ ନେବ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏ ନେଇ ଏକ ସଭାରେ ସମ୍ବୋଧନ କରି କଡା ଶବ୍ଦରେ କହିଛନ୍ତି ।

କର ବ୍ୟବସ୍ଥାକୁ ନେଇ ଭାରତ ଉପରେ ଖପ୍ପା ରହିଛି ଆମେରିକା । ଏକ ଉଦାହରଣ ଦେଇ ଟ୍ରମ୍ପ କହିଛନ୍ତି ଯେ, ଯେତେବେଳେ ଆମେ ଭାରତକୁ ହାର୍ଲି ଡାଭିଡସନ ବାଇକ ପଠାଉଛୁ ସେମାନେ ତାହା ଉପରେ 100% ଟିକସ ଲଗାଉଛନ୍ତି । କିନ୍ତୁ ଯେବେ ଭାରତ ଆମକୁ କୌଣସି ବାଇକ ରପ୍ତାନୀ କରେ ସେଥିରେ ଆମେ ଆଦୌ ଟିକସ ଲଗାଉନାହିଁ ।

କେବଳ ଭାରତ ନୁହେଁ, ଏପରି ବହୁ ରାଷ୍ଟ୍ର ଅଛି ଯେଉଁମାନେ ଦ୍ରବ୍ୟ ଓ ସାମଗ୍ରୀ ଆମଦାନୀକୁ ନେଇ ଆମେରିକା ଉପରେ ଅଧିକ ଶୁକ୍ଲ ଲଗାଇଥାନ୍ତି । ଆଉ ଏବେ ସମୟ ଆସିଗଲା ଯେ, ଆମେରିକା ମଧ୍ୟ ଏହାର ଜବାବ ରଖିବ । ଏଣିକି ଆମେରିକା ମଧ୍ୟ ସେହି ପରିମାଣର ଟିକଲ ଲଗାଇବ, ଯେଉଁ ପରିମାଣରେ ଅନ୍ୟ ରାଷ୍ଟ୍ର ତା'ଠାରୁ ନିଅନ୍ତି ବୋଲି ଟ୍ରମ୍ପ ରୋକଠୋକ ସ୍ପଷ୍ଟ କରିଦେଇଛନ୍ତି ।

ତେବେ ଆଗକୁ ଯଦି ଆମେରିକା ମଧ୍ୟ ଭାରତ ଉପରେ ଚଢା ଦରରେ ଟିକସ ଲଗାଏ, ତାହାହେଲେ ଭାରତର ରାଜସ୍ବ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଛି ।

undefined

SLUG.. Industrial workshop।
FORMET.. AVB
REPORTER.Badsah Jusman Rana
DATE..02.03.2019
PLACE.. SAMBALPUR.

Anchor..ବ୍ୟବସାୟିକ ପରିବର୍ତ୍ତନ ରେ ଜ୍ଞାନ ବିସ୍ତାର ଉପରେ ଓଡିଶା ସରକାର ଙ୍କ ସହଯୋଗ ରେ ଆଞ୍ଚଳିକ ଶିଳ୍ପ କେନ୍ଦ୍ର ସମ୍ବଲପୁର ତରଫରୁ ଏକ ଦିନିକିଆ କର୍ମଶାଳା ଅୟୋଜିତ  ହୋଇଜାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ରାଜ୍ୟ ଶିଳ୍ପ ନିର୍ଦେଶକ ପ୍ରଣବ ଜ୍ୟୋତି ନାଥ।ସେ ତାଙ୍କ ବକ୍ତବ୍ୟ ରେ କହିଥିଲେ ଯେ ସରକାରଙ୍କ  ସବୁ ସୁବିଧାକୁ ବିନିଯୋଗ କରି କିପରି ତୃଣମୁଳ ସ୍ତରରେ ଜନସାଧାରଣ ଏହାର ଲାଭ ପାଇ ଛୋଟ ମୋଟ ଉଦ୍ୟୋଗ ସୃଷ୍ଟି କରିବା ସହ ସମସ୍ତ ସୁବିଧା ପାଇପାରିବେ ସେ ଉପରେ ଗୁରୁତ୍ୱ ଦେବା ର ଆବଶ୍ୟକତା ରହିଛି।।ଅନଲାଇନ ମାଧ୍ୟମରେ ସମସ୍ତେ କିପରି ଏହି ସୁବିଧା ଯେମିତିକି ସିଙ୍ଗଲ ବିଣ୍ଡୋ, କ୍ଲିଅରରେନ୍ସ ପ୍ରଣାଳୀ,ଗୋ କେଆର,ଉଦ୍ୟୋଗ ପ୍ରତିଷ୍ଠା, ଉଦ୍ୟୋଗ ପ୍ରତିଷ୍ଠା ଓ କାର୍ଯ୍ୟକାରିତା,ସୁଗମ ଓ ସରଳ ଭାବରେ ପାଇପାରିବେ ଓ ଜାଣିପାରିବେ ଏହି ବିଷୟରେ କର୍ମଶାଳାରେ ଆଲୋଚନା କରାଯାଇଥିଲା।ଏହି କର୍ମଶାଳାରେ ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକ, ସମ୍ବଲପୁର ଜିଲ୍ଳାପାଳ ଶୁଭମ ସାକ୍ସେନା ଙ୍କ ସହ ଯୁଗ୍ମ ନିର୍ଦେଶୀକା ସୁଶ୍ରୀ ମିନାକୁମାରି ବେହେରା, ଓ କଟକ ର ଅଧିକାରୀ ମାନେ ଯୋଗ ଦେଇଥିଲେ।ଏଥିରେ ସମ୍ବଲପୁର ର ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ଶିଳ୍ପାନୁଷ୍ଠାନ ମାନ, ଅଣୁ ,କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଦ୍ୟୋଗୀ ମାନେ ଯୋଗ ଦେଇଥିଲେ।

Byte..1.ଶୁଶ୍ରୀ ମୀନା କୁମାରୀ ବେହେରା,ଯୁଗ୍ମ ନିର୍ଦେଶୀକା,ଶିଳ୍ପ ନିର୍ଦେଶାଳୟ,ଓଡିଶା
Byte..2..ଶୁଭମ ସାକ୍ସେନା, ଜିଲ୍ଳାପାଳ, ସମ୍ବଲପୁର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.