ETV Bharat / business

ବୀମା ପ୍ରିମିୟମରେ ରିହାତି ଚାହୁଁଛନ୍ତି କି ? ବଜାୟ ରଖନ୍ତୁ ଉତ୍ତମ ସ୍ବାସ୍ଥ୍ୟ

କଥାରେ ଅଛି 'ସ୍ବାସ୍ଥ୍ୟ ହିଁ ସମ୍ପଦ' । ଏକ ସୁସ୍ଥ ଜୀବନ ପାଇଁ ସୁସ୍ଥ ଶରୀରର ମଧ୍ୟ ଆବଶ୍ୟକତା ରହିଛି । ଲୋକମାନେ ନିଜ ସ୍ବାସ୍ଥ୍ୟ ପ୍ରତି ସେତେଟା ଯତ୍ନବାନ ହେଉନଥିବା ବେଳେ କୋରୋନା ମହାମାରୀ ପରେ ଲୋକମାନେ ନିଜ ସ୍ବାସ୍ଥ୍ୟକୁ ଏଣିକି ଅଧିକ ଗୁରୁତ୍ବ ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ବୀମା କମ୍ପାନୀଗୁଡ଼ିକ ସୁସ୍ଥ ଲାଇଫ ଷ୍ଟାଇଲ ପାଇଁ ବୀମା ପ୍ରିମିୟମରେ ଆଣିଛନ୍ତି ରିହାତି । ବୀମା ପ୍ରିମିୟମରେ ରିହାତି ଚାହୁଁଥିଲେ ଉତ୍ତମ ସ୍ବାସ୍ଥ୍ୟ ବଜାୟ ରଖିବା ଏବେ ଜରୁରୀ ହୋଇପଡ଼ିଛି । ଅଧିକ ପଢନ୍ତୁ

ବୀମା ପ୍ରିମିୟମରେ ରିହାତି ଚାହୁଁଛନ୍ତି କି ? ବଜାୟ ରଖନ୍ତୁ ଉତ୍ତମ ସ୍ବାସ୍ଥ୍ୟ
ବୀମା ପ୍ରିମିୟମରେ ରିହାତି ଚାହୁଁଛନ୍ତି କି ? ବଜାୟ ରଖନ୍ତୁ ଉତ୍ତମ ସ୍ବାସ୍ଥ୍ୟବୀମା ପ୍ରିମିୟମରେ ରିହାତି ଚାହୁଁଛନ୍ତି କି ? ବଜାୟ ରଖନ୍ତୁ ଉତ୍ତମ ସ୍ବାସ୍ଥ୍ୟ
author img

By

Published : Dec 16, 2021, 3:54 PM IST

ହାଇଦ୍ରାବାଦ: କୋଭିଡ଼ ମହାମାରୀକୁ ଦୃଷ୍ଟିରେ ରଖି ସମସ୍ତ ବୀମା କମ୍ପାନୀ ଗୁଡିକର ଚାହିଦା ମଧ୍ୟ ବଢିଛି । ଫଳରେ ବୀମା କମ୍ପାନୀଗୁଡ଼ିକ ପଲିସି ହୋଲ୍ଡର(Policyholder)ଙ୍କ ପାଇଁ ନିଜ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ଆଣିଛି । ଯେଉଁ ବୀମା ଉପଭୋକ୍ତାଙ୍କ ସୁସ୍ଥ ଲାଇଫ ଷ୍ଟାଇଲ ରହିଛି ସେମାନଙ୍କ ଲାଗି ବୀମା ପ୍ରିମିୟମରେ ରହିଛି ରିହାତି । ମୋଟାମୋଟି ଭାବେ କହିବାକୁ ଗଲେ ଏବେ ବୀମା ପ୍ରିମିୟମରେ ରିହାତି ପାଇବା ଲାଗି ଉପଭୋକ୍ତାଙ୍କୁ ଉତ୍ତମ ସ୍ବାସ୍ଥ୍ୟ ବଜାୟ ରଖିବାକୁ ପଡ଼ିବ ।

ତେବେ ଆସନ୍ତୁ ଜାଣିବା ବୀମା କମ୍ପାନୀର ନୀତିଗୁଡ଼ିକ କିପରି ଲୋକଙ୍କ ପାଇଁ ଲାଭଦାୟକ ହେବ ?

ସ୍ବାସ୍ଥ୍ୟ ବୀମା ପଲିସି କିଣିବା ସମୟରେ ବୀମା କମ୍ପାନୀଗୁଡିକ ସ୍ବାସ୍ଥ୍ୟର ଯତ୍ନ ନେବା ପାଇଁ କିଛି ବିଶେଷ ପ୍ରୋଗ୍ରାମ ପ୍ରଦାନ କରୁଛନ୍ତି । ଲୋକଙ୍କୁ ଉତ୍ତମ ଓ ସୁସ୍ଥ ଜୀବନଯାପନ ବିତାଇବାକୁ ଉତ୍ସାହିତ କରିବା ପାଇଁ ଏହି ରିହାତି ପ୍ରଦାନ କରୁଛି ।

ଉତ୍ତମ ସ୍ବାସ୍ଥ୍ୟ ପାଇଁ ରିହାତି(Discounts for a healthy lifestyle):-

ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ବ୍ୟାୟାମ, ଚାଲିବା, ଦୌଡ଼ିବା କିମ୍ବା ସାଇକେଲ ଚଲାଇବା ପାଇଁ ପଲିସିଧାରୀମାନଙ୍କୁ ବୀମାକାରୀମାନେ କିଛି ପୁରସ୍କାର ପ୍ରଦାନ କରୁଛନ୍ତି । ଏହି ବ୍ୟାୟାମ ଉପରେ ଆଧାର କରି, ସେମାନେ ନବୀକରଣ ସମୟରେ ଲୋକଙ୍କୁ ପ୍ରିମିୟମ ଉପରେ ରିହାତି ପ୍ରଦାନ କରୁଛନ୍ତି । ଆଉଟସୋର୍ସିଂ ପରାମର୍ଶ(utsourcing consultations), ଡାକ୍ତରୀ ପରୀକ୍ଷା ଏବଂ ଡ୍ରଗ୍ ବିଲ୍ ଉପରେ ରିହାତି ପାଇଁ ମଧ୍ୟ ଏଗୁଡ଼ିକୁ ବ୍ୟବହାର କରାଯାଉଛି । କେତେକ ବୀମା କମ୍ପାନୀ ମଧ୍ୟ ବିଭିନ୍ନ ସ୍ବାସ୍ଥ୍ୟ ସେବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଏହି ପଏଣ୍ଟଗୁଡିକ ବ୍ୟବହାର କରିବାକୁ ସୁବିଧା ପ୍ରଦାନ କରୁଥିବା ଦେଖିବାକୁ ମିଳିଛି ।

ପଲିସିଧାରୀଙ୍କ ପାଇଁ ୱେଲନେସ କୋଚ୍‌(Wellness coaches for policyholders):-

ସୁସ୍ଥ ରହିବା ପାଇଁ ପଲିସିଧାରୀଙ୍କୁ ବୀମା କମ୍ପାନୀ ପରାମର୍ଶ ମଧ୍ୟ ଦେଉଛନ୍ତି । ସେମାନେ ନିୟମିତ ଭାବରେ କିଛି ଟିପ୍ସ, ଡାଏଟ ପ୍ଲାନ, ବ୍ୟାୟାମ, ମାନସିକ ସ୍ତରରେ ସ୍ବାସ୍ଥ୍ୟ ରହିବା ପାଇଁ ଓ ଓଜନ ନିୟନ୍ତ୍ରଣ ଆଦି କରିବା ପାଇଁ ପରାମର୍ଶ ଦେଉଛନ୍ତି । ବୀମା କମ୍ପାନୀ ଦ୍ବାରା ଜାରି କରାଯାଉଥିବା ଏହି ନିୟମାବଳୀକୁ ଯେଉଁ ପଲିସିଧାରୀ ଭଲ ଭାବେ ପାଳନ କରୁଛନ୍ତି, ସେମାନଙ୍କୁ ପୁରସ୍କୃତ କରାଯାଉଛି ।

ଦ୍ବିତୀୟ ଡାକ୍ତରଙ୍କ ମତାମତ ପାଇଁ ସୁଯୋଗ(Seeking a second opinion of a doctor):-

ଚିକିତ୍ସା ସମ୍ବନ୍ଧରେ ଦ୍ବିତୀୟ ଡାକ୍ତରଙ୍କ ସହିତ ପରାମର୍ଶ କରିବା ପାଇଁ ବୀମାକାରୀମାନଙ୍କୁ ସୁଯୋଗ ପ୍ରଦାନ କରାଯାଉଛି । ଏଥିଲାଗି କୌଣସି ଅତିରିକ୍ତ ପ୍ରିମିୟମ ଚାର୍ଜ ନକରି ଏହା ନୀତିର ଏକ ଅଂଶ ଭାବରେ ପ୍ରଦାନ କରାଯାଉଛି । ଯେତେବେଳେ କୌଣସି ଡାକ୍ତର ରୋଗୀଙ୍କୁ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦିଅନ୍ତି, ଉକ୍ତ ରୋଗୀ ଜଣକ ଦ୍ବିତୀୟ ମତାମତ ନେଇପାରିବେ । ଏହି ସେବାଗୁଡିକର ଲାଭ ପାଇବା ପାଇଁ ଜଣେ ରୋଗୀଙ୍କୁ ନିର୍ଦ୍ଦିଷ୍ଟ ଆବେଦନ ଫର୍ମ ପୂରଣ କରିବାକୁ ପଡି଼ବ ଏବଂ ଡାକ୍ତରୀ ପରୀକ୍ଷା ରିପୋର୍ଟଗୁଡ଼ିକ ସଂଲଗ୍ନ କରିବାକୁ ମଧ୍ୟ ପଡିବ । ଏହି ସେବାଗୁଡିକ ବୀମା କମ୍ପାନୀର ମୋବାଇଲ୍ ଆପ୍ ମାଧ୍ୟମରେ ପ୍ରବେଶ କରାଯାଇପାରିବାର ସୁବିଧା ସମୟେ ସମୟେ ରହିଥାଏ ।

ରିପୋର୍ଟ ଅନୁସାରେ, ଆମ ଦେଶରେ ୨୫ ପ୍ରତିଶତ ଲୋକଙ୍କ ମୃତ୍ୟୁ ଖରାପ ଲାଇଫଷ୍ଟାଇଲ ପାଇଁ ହେଉଛି । ଉତ୍ତମ ସ୍ବାସ୍ଥ୍ୟ ବଜାୟ ରଖିବା ସହିତ ଏଭଳି ମୃତ୍ୟୁକୁ ଏଡ଼ାଇବା ପାଇଁ ଏକ ସୁସ୍ଥ ଅଭ୍ୟାସ ରଖିବା ଉଚିତ । ଏଥିଲାଗି ବୀମା କମ୍ପାନୀଗୁଡ଼ିକ ପଲିସିଧାରୀଙ୍କ ପାଇଁ ସ୍ବତନ୍ତ୍ର ଯୋଜନା ଆଣି ଦେଇଛନ୍ତି । ପିଲିସିଧାରୀମାନେ ଏହି ନୀତିଗୁଡ଼ିକୁ ନିଜେ ଚୟନ କରିପାରିବେ । ଫଳରେ ସେମାନଙ୍କୁ ବୀମା ପ୍ରିମିୟମରେ ରିହାତି ମିଳିବ ବୋଲି କହିଛନ୍ତି ICICI ଲୋମ୍ବାର୍ଡ ଜେନେରାଲ ଇନ୍ସୁରାନ୍ସର ଅଧିକାରୀ ସଞ୍ଜୟ ଦତ୍ତା ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.