ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ ଏବେ ପର୍ଯ୍ୟନ୍ତ ଆୟକର ବିଭାଗ 1.87 କୋଟି କରଦାତାଙ୍କୁ 1.91 ଲକ୍ଷ କୋଟି ଟଙ୍କା ଫେରସ୍ତ କରିଛି । ଏଥିମଧ୍ୟରୁ 1.84 କୋଟି କରଦାତାଙ୍କୁ 67,334 କୋଟି ଟଙ୍କା ବ୍ୟକ୍ତିଗତ ଆୟକର ରିଫଣ୍ଡ କରିଛି ।
ଆଉ ବାକି କମ୍ପାନୀ କର ମାମଲାରେ 2.14 ଲକ୍ଷ ୟୁନିଟକୁ 1.23 ଲକ୍ଷ କୋଟି ଟଙ୍କା ରିଫଣ୍ଡ କରାଯାଇଛି । ଆୟକର ବିଭାଗ ଟ୍ବିଟ କରି ଏ ନେଇ ବୁଧବାର ସୂଚନା ଦେଇଛି । ବିଭାଗ ଦର୍ଶାଇଛି କି, ‘‘ ସିବିଡିଟି ଏକ ଏପ୍ରିଲ 2020ରୁ 2021 ଫେବୃଆରୀ 8 ମଧ୍ୟରେ 1.87 କୋଟି କରଦାତାଙ୍କୁ 1,91,015 କୋଟି ଟଙ୍କା ଫେରସ୍ତ କରିଛି ।
@PTI