ମୁମ୍ବାଇ: କୋଭିଡ-19 ଯୋଗୁଁ ରାଷ୍ଟ୍ରବ୍ୟାପି ତାଲାବନ୍ଦ । ଏଥିଯୋଗୁଁ ଏପ୍ରିଲରେ ନିଯୁକ୍ତି ଗତିବିଧି ନିମ୍ନଗାମୀ ରହିଛି । ଗତ ବର୍ଷ ଏପ୍ରିଲ ତୁଳନାରେ ଚଳିତ ଥର ନିଯୁକ୍ତି 62 ପ୍ରତିଶତ କମିଛି ।
ନୌକରୀ ଜବସ୍କିପ ଇଣ୍ଡେକ୍ସ ଅନୁଯାୟୀ, ଏପ୍ରିଲରେ ନିଯୁକ୍ତି ଗତିବିଧି ହ୍ରାସ ପାଇ 951 ରହିଛି । ଯାହାକି ଗତ ବର୍ଷ ସମାନ ଅବଧିରେ 2,477 ରହିଥିଲା ।
2020 ଏପ୍ରିଲରେ ହୋଟେଲ, ରେସ୍ତୋରାଁ, ଟ୍ରାଭେଲ, ଏୟାରଲାଇନ ଆଦି କ୍ଷେତ୍ରରେ ନିଯୁକ୍ତି ଗତିବିଧି 91 ପ୍ରତିଶତ ହ୍ରାସ ପାଇଛି । ସେହିପରି ଗାଡି ଓ ସହାୟକ ଉଦ୍ୟୋଗରେ ନୂଆ ନିଯୁକ୍ତିରେ 82 ପ୍ରତିଶତ, ଖୁଚୁରାରେ 77 ପ୍ରତିଶତ, ଆକାଉଣ୍ଟିଂ ଏବଂ ଫାଇନାନ୍ସରେ 70 ପ୍ରତିଶତ ହ୍ରାସ ଘଟିଛି ।
ନୌକରୀ ଜବସ୍କିପ ଏକ ମାକ ଇଣ୍ଡେକ୍ସ । ଯାହା ନୌକରୀ.କମ ୱେବସାଇଟ ସୂଚୀବଦ୍ଧତା ଆଧାରରେ ନିଯୁକ୍ତି ଗତିବିଧିର ସୂଚନା ଦେଇଥାଏ । ଇଣ୍ଡେକ୍ସ ଅନୁସାରେ ଆଇଟି-ସଫ୍ଟୱେର ଠାରୁ ଶିକ୍ଷା-ଶିକ୍ଷଣ ଭଳି ବିଭିନ୍ନ ସେକ୍ଟରରେ ନିଯୁକ୍ତି ହାର ହ୍ରାସ ପାଇଛି ।