ETV Bharat / business

ବ୍ରିଟେନ ଧନୀ ତାଲିକାରେ ଭାରତୀୟଙ୍କ ରାଜ୍ - brother

ବ୍ରିଟେନ ଧନୀ ତାଲିକା ଶୀର୍ଷରେ ଭାରତୀୟ ବଂଶୋଦ୍ଭବ ହିନ୍ଦୁଜା ବ୍ରଦର୍ସ । ନାମୀଦାମୀ ଶିଳ୍ପପତି ଏସପି ହିନ୍ଦୁଜା ଏବଂ ଗୋପୀଚାନ୍ଦ ହିନ୍ଦୁଜା ଏବେ 2 ଲକ୍ଷ କୋଟି ଟଙ୍କା ସହ ବିଦେଶରେ ନିଜ ଦବଦବା ଜାହିର କରିଛନ୍ତି ।

ଫାଇଲ ଫଟୋ
author img

By

Published : May 13, 2019, 4:59 PM IST

ନୂଆଦିଲ୍ଲୀ: ବ୍ରିଟେନ ଧନୀ ତାଲିକା ଶୀର୍ଷରେ 2 ଭାରତୀୟ ବଂଶୋଦ୍ଭଜ ଭାଇ । ନାମୀଦାମୀ ଶିଳ୍ପପତି ଏସପି ହିନ୍ଦୁଜା ଏବଂ ଗୋପୀଚାନ୍ଦ ହିନ୍ଦୁଜା(ହିନ୍ଦୁଜା ବ୍ରଦର୍ସ) ଏବେ ବ୍ରିଟେନର ଶ୍ରେଷ୍ଠ ଧନୀ ତାଲିକାରେ ମାନ୍ୟତା ପାଇଛନ୍ତି । ତାଙ୍କ ମୋଟ ସମ୍ପତ୍ତିର ମୁଲ୍ୟ ପ୍ରାୟ 2 ଲକ୍ଷ କୋଟି ଟଙ୍କା ।

2 ବର୍ଷର ବ୍ୟବଧାନ ପରେ ହିନ୍ଦୁଜା ବ୍ରଦର୍ସ ଏହି ସ୍ଥାନକୁ କମବ୍ୟାକ କରିଛନ୍ତି । ତାଲିକାର ଦ୍ବିତୀୟ ସ୍ଥାନରେ ଆଉ ଏକ ଭାରତୀୟ ବଂଶୋଭବ ର୍ୟୁବେନ ଭ୍ରାତା ଅଛନ୍ତି । ସେହିପରି ଆଉ ଜଣେ ଆରବପତି ଲକ୍ଷ୍ମୀ ମିତ୍ତଲ 399 କୋଟି ପାଉଣ୍ଡର କ୍ଷତି ଯୋଗୁଁ ଏବେ ସେ 11 ସ୍ଥାନକୁ ଖସିଛନ୍ତି । 2018ରେ ଏହି ତାଲିକାର 5ମ ସ୍ଥାନରେ ତାଙ୍କ ନା ରହିଥିଲା । ତେବେ ଗତ ବର୍ଷ ଏହି ତାଲିକାର ପ୍ରଥମରେ ଥିବା ସାର ଜିମ ରାଟକ୍ଲିଫ ଚଲିତ ଥର ତୃତୀୟରେ ରହିଛନ୍ତି ।

ହିନ୍ଦୁଜା ବ୍ରଦର୍ସ ଏବେ ବ୍ରିଟେନରେ ହିନ୍ଦୁଜା ଗ୍ରୁପ କମ୍ପାନୀର ପରିଚାଳନା କରୁଛନ୍ତି । ଗତ ବର୍ଷ ତୁଳନାରେ ଚଳିତ ଥର ଏମାନଙ୍କ ସମ୍ପତ୍ତି 135 କୋଟି ପାଉଣ୍ଡ ବଢିଛି । ଗଣମାଧ୍ୟମ, ଶକ୍ତି, ଅଟୋମୋବାଇଲ, ସ୍ବାସ୍ଥ୍ୟ, ଆଦି ବିଭିନ୍ନ କ୍ଷେତ୍ରରେ ପ୍ରାୟ 50 ଟି କମ୍ପାନୀ ଏମାନଙ୍କ ମାଲିକାନାରେ ରହିଛି ।

Intro:Body:

fg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.