ETV Bharat / business

ସର୍ବୋଚ୍ଚ ରେକର୍ଡରେ ଜିଏସଟି ଆଦାୟ, ଏପ୍ରିଲରେ ମିଳିଲା 1. 41 ଲକ୍ଷ କୋଟି

ଜିଏସଟିର ବଡ ଲମ୍ଫ । ଏପ୍ରିଲରେ 1. 41 ଲକ୍ଷ କୋଟି ଜିଏସଟି ସଂଗ୍ରହ ହୋଇଛି । ଦ୍ରବ୍ୟ ଓ ସେବା କର ଲାଗୁ ହେବା ପରଠାରୁ 2021 ଏପ୍ରିଲ ମାସରେ ସର୍ବାଧିକ ଜିଏସଟି ସଂଗ୍ରହ ହୋଇଛି । ଅଧିକ ପଢନ୍ତୁ..

ସର୍ବୋଚ୍ଚ ରେକର୍ଡରେ ଜିଏସଟି ଆଦାୟ , ଏପ୍ରିଲରେ ମିଳିଲା 1. 41 ଲକ୍ଷ କୋଟି

author img

By

Published : May 1, 2021, 4:02 PM IST

ନୂଆଦିଲ୍ଲୀ: ରେକର୍ଡ ଭାଙ୍ଗିଲା GST ସଂଗ୍ରହ । ଏପ୍ରିଲ ମାସରେ 1.41 ଲକ୍ଷ କୋଟି ଟଙ୍କା ଆଦାୟ ହୋଇଛି ଦ୍ରବ୍ୟ ଓ ସେବା କର । ଏ ନେଇ ଶନିବାର ସୂଚନା ଦେଇଛି ଅର୍ଥମନ୍ତ୍ରାଳୟ ।

ଏପ୍ରିଲ ମାସରେ ରେକର୍ଡ ପରିମାଣର ଜିଏସଟି ଆଦାୟ ହୋଇଛି । ନୂଆ ଆର୍ଥିକ ବର୍ଷ ଆରମ୍ଭର ପ୍ରଥମ ମାସରେ ଜିଏସଟି ସଂଗ୍ର 1,41,384 କୋଟି ଟଙ୍କା ହୋଇଛି । ଏଥିରେ ସିଜିଏସଟି27,837 କୋଟି, ଏସଜିଏସଟି 35,621 , ଆଇଜିଏସଟି 68,481 (ଆମଦାନୀରେ ସଂଗୃହିତ 29,599 କୋଟି ଅନ୍ତର୍ଭୁକ୍ତ ) ଏବଂ ସେସ 9,445 କୋଟି ଟଙ୍କା (ସାମଗ୍ରୀ ଆମଦାନୀରେ ସଂଗୃହିତ 981 କୋଟି ସାମିଲ) ବୋଲି ଅର୍ଥମନ୍ତ୍ରାଳୟ ଏକ ବିବୃତ୍ତିରେ କହିଛି ।

ଏପ୍ରିଲ ମାସକୁ ମିଶାଇ ଏବେ ସୁଦ୍ଧା 7 ଥର ଧରି ଜିଏସଟି ସଂଗ୍ରହ 1 ଲକ୍ଷ କୋଟି ଟଙ୍କା ଉପରେ ରହିଛି । ବଡ କଥା କି ଦ୍ରବ୍ୟ ଓ ସେବା କର ଲାଗୁ ହେବା ପରଠାରୁ 2021 ଏପ୍ରିଲ ମାସରେ ସର୍ବାଧିକ ଜିଏସଟି ସଂଗ୍ରହ ହୋଇଛି । ଗତ ମାସ ତୁଳନାରେ ଏପ୍ରିଲ ମାସରେ 14 ପ୍ରତିଶତ ଜିଏସଟି ଆଦାୟ ହୋଇଛି ।

କୋଭିଡ-19 ମହାମାରୀର ଦ୍ବିତୀୟ ଲହର ପ୍ରତିହିତ ପାଇଁ ଲାଗୁ କଟକଣା ପ୍ରଭାବରେ ଦେଶର ଅନେକ ଭାଗ ପ୍ରଭାବିତ ହେଉଛି । ଏହା ସତ୍ତ୍ବେ ବି ଭାରତୀୟ ବ୍ୟବସାୟୀମାନେ କେବଳ ରିଟର୍ଣ୍ଣ ଦାଖଲ ଆବଶ୍ୟକତାକୁ ପାଳନ କରିନାହାଁନ୍ତି ବରଂ ପ୍ରତି ମାସରେ ଜିଏସଟି ଦେୟ ମଧ୍ୟ ଠିକ୍ ସମୟରେ ପ୍ରଦାନ କରୁଛନ୍ତି ବୋଲି ଅର୍ଥ ମନ୍ତ୍ରଣାଳୟର ଏକ ବିବୃତ୍ତି ଜଣାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.