ନୂଆଦିଲ୍ଲୀ: ଆର୍ଥିକ ନିୟଣ୍ଟ ବଢୁଥିବା ବେଳେ ରାଜସ୍ବ ସଂଗ୍ରହ ବୃଦ୍ଧି ନେଇ ସାମାନ୍ୟ ଆଶ୍ବସ୍ତି ଆଣିଛି । ଫେବୃଆରୀରେ ଦ୍ରବ୍ୟ ଓ ସେବା କର(ଜିଏସଟି) ଆଦାୟ 1,05,366 କୋଟି ଟଙ୍କା ରହିଛି । ଟିକସ ଚୋରି ରୋକିବା ପାଇଁ ଏହି ପଦକ୍ଷେପ ଯୋଗୁଁ 5 ଥର(ଏହାକୁ ମିଶାଇ) ଧରି ଜିଏସଟି ସଂଗ୍ରହ ଦେଢ ଲକ୍ଷ କୋଟି ଟଙ୍କାକୁ ପାର କରିପାରିଛି ।
ତେବେ ଗତ ମାସ ତୁଳନାରେ ଏଥର ଜିଏସଟି ସଂଗ୍ରହ ସାମାନ୍ୟ ହ୍ରାସ ପାଇଛି । ଚଳିତ ବର୍ଷ ଜାନୁଆରୀ ମାସରେ ଜିଏସଟି ସଂଗ୍ରହ 1.10 ଲକ୍ଷ କୋଟି ଟଙ୍କା ରହିଥିଲା ।
ଫେବୃଆରୀରେ କେନ୍ଦ୍ରୀୟ ଜିଏସଟି (ସିଜିଏସଟି) 20,569 କୋଟି, ରାଜ୍ୟ ଜିଏସଟି (ଏସଜିଏସଟି)27,348 କୋଟି , ସମନ୍ବିତ ଜିଏସଟି 48,503 କୋଟି ଓ ସେସ ବାବଦରେ 8,977 କୋଟି ଟଙ୍କା ଆଦାୟ ହୋଇଛି । ସେହିପରି ଜାନୁଆରୀରୁ ଫେବୃଆରୀ 29 ପର୍ଯ୍ୟନ୍ତ ମୋଟ 83 ଲକ୍ଷ ଜିଏସଟିଆର 3 ବି ରିଟର୍ଣ୍ଣ ଦାଖଲ ହୋଇଛି ।
ସରକାରୀ ରିପୋର୍ଟ ମୁତାବକ, 2019 ଫେବୃଆରୀରେ ଜିଏସଟି ସଂଗ୍ରହ 97,2347 କୋଟି ଟଙ୍କା ରହିଥିଲା ।