ETV Bharat / business

ତେଲ ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି, ସରକାରଙ୍କୁ ମିଳିବ 1.6 ଲକ୍ଷ କୋଟି ଅତିରିକ୍ତ ରାଜସ୍ବ

author img

By

Published : May 6, 2020, 9:10 PM IST

ପେଟ୍ରୋଲ ଓ ଡିଜେଲ ଉପରେ ରେକର୍ଡ ଉତ୍ପାଦ ଶୁଳ୍କ ବୃଦ୍ଧି ଦ୍ବାରା ସରକାରଙ୍କୁ ଅତିରିକ୍ତ ରାଜସ୍ବ ମିଳିବ । ଏହି ଟଙ୍କା କୋରୋନା ଯୋଗୁଁ କ୍ଷତିଗ୍ରସ୍ଥ ଅର୍ଥନୀତିକୁ ସୁଧାରିବାରେ ସାମାନ୍ୟ ସାହାଯ୍ୟ କରିବ । ଅଧିକ ପଢନ୍ତୁ...

govt to gain rs 1.6 lakh crore this fiscal from record excise duty hike on petrol diesel
ତେଲ ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଉପରେ ଭାରୀ ଉତ୍ପାଦ ଶୁଳ୍କ ବୃଦ୍ଧି ଦ୍ବାରା କେନ୍ଦ୍ର ସରକାରଙ୍କୁ ପ୍ରଫିଟ ମିଳିବ । ଏହି ବୃଦ୍ଧି ବଜାର ଦରକୁ ପ୍ରଭାବିତ ନ କରିବା ସହ ସରକାରଙ୍କ ରାଜକୋଷକୁ ବୁଷ୍ଟର ଦେବ । ଏହାଦ୍ବାରା ଚଳିତ ଆର୍ଥିକ ବର୍ଷ 1.6 ଲକ୍ଷ କୋଟି ଟଙ୍କାର ଅତିରିକ୍ତ ରାଜସ୍ବ ମିଳିପାରେ ।

କୋରୋନା ସଂକ୍ରମଣ ରୋକିବାକୁ ମାର୍ଚ୍ଚ 25ରୁ ଦେଶବ୍ୟପି ଲକଡାଉନ ଜାରି ରହିଛି । ଆର୍ଥିକ ଗତିବିଧି ଠପ ଯୋଗୁଁ ଆୟର ଉତ୍ସ ବି ବନ୍ଦ ରହିଛି । ଏଥିପାଇଁ ନଗଦ ସଙ୍କଟରେ ଜୁଝୁଥିବା କେନ୍ଦ୍ର ସରକାରଙ୍କୁ ଏହି ଅତିରିକ୍ତ ରାଜସ୍ବ ସହଯୋଗ କ୍ଷତିର ଭରଣରେ ସହଯୋଗ କରିବ ।

ମଙ୍ଗଳବାର ରାତିରେ କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା 10 ଟଙ୍କା ଓ ଡିଜେଲ 13 ଟଙ୍କା ଉତ୍ପାଦ ଶୁଳ୍କ ବୃଦ୍ଧି କରିଥିଲେ । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ଦଶନ୍ଧିର ସର୍ବନିମ୍ନ ସ୍ତରେ ପହଞ୍ଚିଯାଇଥିବାରୁ ସରକାର ପର୍ଯ୍ୟାପ୍ତ ତୈଳ କ୍ରୟ କରି ଜାହାଜରେ ଗଚ୍ଛିତ ରଖିଛନ୍ତି । ଏପେଟ ଉତ୍ପାଦ ଶୁଳ୍କ ବୃଦ୍ଧି କରି ଗ୍ରାହକଙ୍କୁ ପୁରୁଣା ଦରରେ ତେଲ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଫଳରେ ସରକାରଙ୍କୁ ଉତ୍ପାଦ ଶୁଳ୍କ ବୃଦ୍ଧି ବାବଦ ଅତିରିକ୍ତ ଟଙ୍କା ମିଳିବ ଏବଂ ବଜାର ଦର ମଧ୍ୟ ପ୍ରଭାବିତ ହେବ ନାହିଁ ।

ରିପୋର୍ଟ ମୁତାବକ, 2 ମାସର କମ ଅବଧି ମଧ୍ୟରେ ଏହାକୁ ମିଶାଇ ଦ୍ବିତୀୟ ଥର ଉତ୍ପାଦ ଶୁଳ୍କ ବଢାଯାଇଛି । ଆର୍ଥିକ ବର୍ଷ 2019-20ରେ ସମାନ ଉପଭୋଗ ଦ୍ବାରା ଏଥିରୁ ସରକାରଙ୍କୁ 1.7 ଲକ୍ଷ କୋଟି ଅତିରିକ୍ତ ଆୟ ମିଳିବା ଆଶା ରହିଛି । ତେବେ କୋରୋନା କଟକଣା ଯୋଗୁଁ ସମସ୍ତେ ଘରେ ରହିଥିବା ଯୋଗୁଁ ଇନ୍ଧନ ଉପଯୋଗ ହ୍ରାସ ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.