ETV Bharat / business

କ୍ବିଣ୍ଟାଲ ପିଛା ଧାନର ଏମଏସପି 53 ଟଙ୍କା ବଢିଲା

ଚାଷୀଙ୍କୁ ଆଶ୍ବସ୍ତି ଦେଇ କେନ୍ଦ୍ର ସରକାର 14ଟି ଖରିଫ ଫସଲର ଏମଏସପି ବୃଦ୍ଧି କରିଛନ୍ତି । ଧାନର ଏମଏସପି କ୍ବିଣ୍ଟାଲ ପିଛା 53 ଟଙ୍କା ବଢି 1868 ଟଙ୍କାରେ ପହଞ୍ଚିଛି । ଅଧିକ ପଢନ୍ତୁ..

author img

By

Published : Jun 1, 2020, 6:54 PM IST

Govt hikes paddy MSP
କ୍ବିଣ୍ଟାଲ ପିଛା ଧାନର ଏମଏସପି 53 ଟଙ୍କା ବଢିଲା

ନୂଆଦିଲ୍ଲୀ: ସରକାର ଫସଲ ବର୍ଷ 2020-21 ପାଇଁ ଧାନର ସର୍ବନିମ୍ନ ସହାୟକ ମୁଲ୍ୟ(ଏମଏସପି)କୁ ସୋମବାର କ୍ବିଣ୍ଟାଲ ପିଛା 53 ଟଙ୍କା ବୃଦ୍ଧି କରିଛନ୍ତି । ଏହି ବୃଦ୍ଧି ସହ ଧାନ କ୍ବିଣ୍ଟାଲ ପିଛା 1,868 ଟଙ୍କା ହେବ ।

ଏଥିସହ ତୈଳବୀଜ, ଡାଲି ଭଳି ଖରିଫ ଫସଲର ଏମଏସପିକୁ ବୃଦ୍ଧି କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀମଣ୍ଡଳ ନେଇଥିବା ଏହି ନିଷ୍ପତ୍ତି, କୃଷକଙ୍କୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଆସିବା ପରେ କେଉଁ ଖରିଫ ଫସଲ ବୁଣିବେ ତାହା ସ୍ଥିର କରିବାରେ ସାହାଯ୍ୟ କରିବ। ଜୁନ-ସେପ୍ଟେମ୍ବର ମଧ୍ୟରେ ସାମାନ୍ୟ ମୌସୁମୀର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

କେନ୍ଦ୍ର କୃଷି ମନ୍ତ୍ରୀ ନେନ୍ଦ୍ର ସିଂ ତୋମାର ବୈଠକ ପରେ ଗଣମାଧ୍ୟମକୁ କହିଛନ୍ତି କି, ‘‘କୃଷି ଉତ୍ପାଦ ଏବଂ ମୂଲ୍ୟ ଆୟୋଗ ( Agricultural Costs and Prices CACP) ଙ୍କ ସୁପାରିଶ ଆଧାରରେ 14 ଖରିଫ ଫସଲର ଏମଏସପି ବୃଦ୍ଧି କରିବାକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି । ଧାନ ର ଏମଏସପି ଚଳିତ ବର୍ଷ କ୍ୱିଣ୍ଟାଲ ପିଛା 1,868 ଟଙ୍କାକୁ ବୃଦ୍ଧି କରାଯାଇଛି।’’

ସେ କହିଛନ୍ତି ଯେ ଧାନର ସହାୟକ ମୂଲ୍ୟ ବୃଦ୍ଧି କୃଷକମାନଙ୍କୁ 50 ପ୍ରତିଶତ ଲାଭ ନିଶ୍ଚିତ ଦେବ। ଗ୍ରେଡ- ଏ ଧାନର ଏମଏସପି କ୍ବିଣ୍ଟାଲ ପ୍ରତି 1,835 ଟଙ୍କାରୁ ବଢି 1,888 ହୋଇଛି । ସେହିପରି କପା (ମଧ୍ୟମ ଫାଇବର) ର ଏମଏସପିକ୍ୱିଣ୍ଟାଲ ପିଛା 260 ଟଙ୍କା ବଢାଯାଇ 5,515 ଟଙ୍କା କରାଯାଇଛି। ଗତ ବର୍ଷ ଏହା କ୍ୱିଣ୍ଟାଲ ପିଛା 5,255 ଟଙ୍କା ଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.