ETV Bharat / business

ଏହା ଜରିଆରେ କ୍ଷୁଦ୍ର ଶିଳ୍ପକୁ ସହଜରେ ମିଳିବ ଋଣ - Digital data based credit ratings

କ୍ଷୁଦ୍ର ଶିଳ୍ପକୁ ସହଯୋଗ ପାଇଁ ସରକାରଙ୍କ ନୂଆ ପଦକ୍ଷେପ । ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)ର ଡିଜିଟାଲ ଡାଟା ଅଧାରିତ କ୍ରେଡିଟ ରେଟିଙ୍ଗ ଆରମ୍ଭ ନେଇ ଚାଲିଛି ପ୍ରସ୍ତୁତି ।

govt formulating policy on credit ratings for msmes
ଏହା ଜରିଆରେ କ୍ଷୁଦ୍ର ଶିଳ୍ପକୁ ସହଜରେ ମିଳିବ ଋଣ
author img

By

Published : Nov 26, 2019, 5:57 PM IST

ନାଗପୁର: କ୍ଷୁଦ୍ର ଶିଳ୍ପକୁ ସହଯୋଗ ପାଇଁ ସରକାରଙ୍କ ନୂଆ ପଦକ୍ଷେପ । ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)ର ଡିଜିଟାଲ ଡାଟା ଅଧାରିତ କ୍ରେଡିଟ ରେଟିଙ୍ଗ ଆରମ୍ଭ ନେଇ ଚାଲିଛି ପ୍ରସ୍ତୁତି । ଏହି କ୍ରେଡିଟ ରେଟିଙ୍ଗ ମାଧ୍ୟମରେ ବ୍ୟବସାୟୀମାନେ ବ୍ୟାଙ୍କରୁ ଋଣ ପାଇପାରିବେ ।

ସୋମବାର ଏଗ୍ରୋଭିଜନ କାର୍ଯ୍ୟକ୍ରମର ଶୀର୍ଷକ ‘ଏମଏସଏମଇ ପାଇଁ କୃଷି ଏବଂ ଖାଦ୍ୟ ପ୍ରୋସେସିଙ୍ଗରେ ସୁଯୋଗ’ ସମ୍ମଳନୀରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏ ନେଇ ସୂଚନା ଦେଇଛନ୍ତି ।

ସେ ଦୃଢୋକ୍ତି ଦେଇଛନ୍ତି ଯେ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପକୁ ଆବଶ୍ୟକତା ଅନୁଯାୟୀ ଋଣ ଦେଇ ବିକଶିତ କରାଯିବ । ଏଥିସହ ଗ୍ରାମୀଣ କ୍ଷେତ୍ରରେ କ୍ଷୁଦ୍ର ଆକାରର ଅଧିକା ବ୍ୟବସାୟ ବସାଇବା ଦରକାର । ଏଥିପାଇଁ ମନ୍ତ୍ରାଣଳୟ ପକ୍ଷରୁ ଯାଥାସମ୍ଭବ ସାହାଯ୍ୟ ମିଳିବ ବୋଲି ଗଡକରୀ ପ୍ରତିଶ୍ରୁତି ଦେଇଛନ୍ତି ।

ଏପରି ଭାବେ ଯେଉଁ ସବୁ ୟୁନିଟ (ଶିଳ୍ପ ସଂସ୍ଥା, ବ୍ୟକ୍ତିବିଶେଷ) ନିର୍ଦ୍ଧରିତ ସମୟରେ ଋଣ ପରିଶୋଧ କରିବ, ସେମାନଙ୍କୁ ଭଲ ରେଟିଙ୍ଗ ସୁନିଶ୍ଚିତ ମିଳିବ । ଏମଏସଏମଇ କ୍ଷେତ୍ରରେ ଦେଶର ମୋଟ ରପ୍ତାନୀର 49 ପ୍ରତିଶତ ଯୋଗଦାନ ରହିଛି ।

ତେବେ ମହାରାଷ୍ଟ୍ରର ବିଦର୍ଭରେ ଏକ ସ୍ଥାୟୀ ସଂସ୍ଥା ଆରମ୍ଭ କରିବା ପାଇଁ ଗଡକରୀ ସୂଚନା ଦେଇଛନ୍ତି । ଏଠାରେ କୃଷକଙ୍କୁ ବର୍ଷକସାରା କୃଷି ସମ୍ବନ୍ଧୀୟ ସୂଚନା ଓ ତାଲିମ ମିଳିବ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.