ETV Bharat / business

ବଢିଲା ମୋଟର ଯାନ ଅଧିନିୟମ ସହ ଜଡିତ ଡକ୍ୟୁମେଣ୍ଟ ବୈଧତା

author img

By

Published : May 6, 2020, 6:08 PM IST

କୋରୋନା ସଂକ୍ରମଣ ରୋକିବାକୁ ଦେଶବ୍ୟାପି ଜାରି ଲକଡାଉନ ଜାରି । ଏଥିଯୋଗୁଁ ମୋଟର ଯାନ ଅଧିନିୟମ ସମ୍ବନ୍ଧୀୟ ଡକ୍ୟୁମେଣ୍ଟ ବୈଧତା ଜୁନ 30କୁ ବୃଦ୍ଧି । ଅଧିକ ପଢନ୍ତୁ ..

Govt extends validity of Motor Vehicle Act related documents till June 30
ବଢିଲା ମୋଟର ଯାନ ଅଧିନିୟମ ସହ ଜଡିତ ଡକ୍ୟୁମେଣ୍ଟ ବୈଧତା

ନୂଆଦିଲ୍ଲୀ: ମୋଟର ଯାନ ଅଧିନିୟମ ଓ କେନ୍ଦ୍ରୀୟ ମୋଟ ଯାନ ନିୟମ ଅନୁଯାୟୀ ବାଧ୍ୟତାମୂଳକ ଥିବା ସମସ୍ତ ଡକ୍ୟୁମେଣ୍ଟ ବୈଧତା ଜୁନ 30କୁ ବୃଦ୍ଧି । କୋରୋନା ସଂକ୍ରମଣ ରୋକିବାକୁ ଦେଶବ୍ୟାପି ଜାରି ଲକଡାଉନ ଯୋଗୁଁ ସରକାର ଏ ନେଇ ନିଷ୍ପତ୍ତି ନେଇଛନ୍ତି ।

ଲୋକଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଏବଂ କାର୍ଯ୍ୟାଳୟ ବନ୍ଦ ହେତୁ ଡକ୍ୟୁମେଣ୍ଟ ନବୀକରଣ ସମ୍ଭବ ନୁହେଁ। ଏପରି ପରିସ୍ଥିତିରେ ଯେଉଁମାନଙ୍କର ଡକ୍ୟୁମେଣ୍ଟଗୁଡିକ 2020 ଫେବୃଆରୀ 1ରୁ 30 ଜୁନ ମଧ୍ୟରେ ସମାପ୍ତ ହେଉଛି, ତାହାର ବୈଧତା ଜୁନ 30 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ସଡକ ପରିବହନ ଏବଂ ରାଜପଥ ତଥା ଲଘୁ ଉଦ୍ୟୋଗ (ଏମଏସଏମଇ) ମନ୍ତ୍ରୀ ନିତିନ ଗଡକରୀ ଏ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଲକଡାଉନ ମଧ୍ୟରେ ସମସ୍ତ ଦିଗକୁ ନଜରରେ ରଖି ମୋଟର ଯାନ ଅଧିନିୟମ 1988 ଓ କେନ୍ଦ୍ରୀୟ ମୋଟର ଯାନ ଅଧିନିୟମ 1989 ଅଧିନରେ ଅନିବାର୍ଯ୍ୟ ବିଭିନ୍ନ ଡକ୍ୟୁମେଣ୍ଟ ବୈଧତା ଜୁନ 30କୁ ବଢିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.