ETV Bharat / business

କରଦାତାଙ୍କୁ ଆଶ୍ବସ୍ତି ! 2 ମାସ ବଢିଲା ଆୟକର ରିଟର୍ଣ୍ଣ ଦାଖଲ ଅବଧି - income tax return

କୋରୋନା ଭାଇରସ ସଙ୍କଟ ମଧ୍ୟରେ କରଦାତାଙ୍କୁ ପୁଣି ଆଶ୍ବସ୍ତି ଦେଇଛି ଆୟକର ବିଭାଗ । 2019-20 ଆର୍ଥିକ ବର୍ଷର ଆୟକର ରିଟର୍ଣ୍ଣ ଭରିବା ସମୟସୀମା 2 ମାସ ବଢିଲା । ଅଧିକ ପଢନ୍ତୁ..

କରଦାତାଙ୍କୁ ଆଶ୍ବସ୍ତି ! 2 ମାସ ବଢିଲା ଆୟକର ରିଟର୍ଣ୍ଣ ଦାଖଲ ଅବଧି

author img

By

Published : May 20, 2021, 8:44 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ସଙ୍କଟ ମଧ୍ୟରେ କରଦାତାଙ୍କୁ ପୁଣି ଆଶ୍ବସ୍ତି ଦେଇଛି ଆୟକର ବିଭାଗ । 2019-20 ଆର୍ଥିକ ବର୍ଷର ଆୟକର ରିଟର୍ଣ୍ଣ ଭରିବା ସମୟସୀମା 2 ମାସ ବଢିଲା । ଫଳରେ ଏବେ ସେପ୍ଟେମ୍ବର 30 ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣ ଭରିପାରିବେ କରଦାତା । ଗୁରୁବାର ବିଭାଗ ପକ୍ଷରୁ ଏନେଇ ଦିଆଯାଇଛି ସୂଚନା ।

ବ୍ୟକ୍ତିଗତ ଟିକସଦାତାମାନେ ଏବେ ସେପ୍ଟେମ୍ବର 30 ଯାଏଁ ସେମାନଙ୍କର ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ସକ୍ଷମ ହେବେ । ସରକାରଙ୍କ ଦ୍ବାରା ଜାରି ବିବୃତ୍ତିରେ କୁହାଯାଇଛି ଯେ, ସିବିଡିଟି ଆୟକର ଟ୍ୟାକ୍ସ ଆକ୍ଟ , 1961 ର ସେକ୍ସନ 119 ଅନୁଯାୟୀ ଆୟକର ରିଟର୍ଣ୍ଣ ଦାଖଲ ସମୟସୀମା ବୃଦ୍ଧି ହୋଇଛି । ଏହାପୂର୍ବରୁ ଆୟକର ବିଭାଗ ଅନେକ ପ୍ରକାରର ଟିକସ ସମ୍ବନ୍ଧୀୟ ନିୟମର ସମୟସୀମା ବୃଦ୍ଧି କରିଛି ।

କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) କମ୍ପାନୀମାନଙ୍କ ପାଇଁ ମଧ୍ୟ ରିଟର୍ଣ୍ଣ ଦାଖଲ ଅବଧି ବଢାଇଛି । ଏବେ କମ୍ପାନୀ ନଭେମ୍ବର 30 ଯାଏଁ ଗତ ଆର୍ଥିକ ବର୍ଷର ଆୟକର ରିଟର୍ଣ୍ଣ ଦାଖଲ କରିପାରେ । ସାଧାରଣତଃ- କମ୍ପାନୀ ପ୍ରତିବର୍ଷ ଅକ୍ଟୋବର 31 ଯାଏଁ ଗତ ବର୍ଷର ଆୟକର ରିଟର୍ଣ୍ଣ ଫାଇଲ କରିବାକୁ ପଡିଥାଏ । ସେହିଭଳି କମ୍ପାନୀଙ୍କ ପାଇଁ କର୍ମଚାରୀଙ୍କୁ ଫର୍ମ-16 ଜାରି ସମୟସୀମା ମଧ୍ୟ 1 ମାସ ଯାଏଁ ବଢା ହୋଇଛି । ଏବେ କମ୍ପାନୀ ଜୁଲାଇ 15 ଯାଏଁ ତାହାର କର୍ମଚାରୀଙ୍କ ଫର୍ମ-16 ଜାରି କରିପାରିବ ।

ସିବିଡିଟି ଏକ ବିବୃତ୍ତିରେ କହିଛି ଯେ ଟିକସଦାତା ଆୟକର ରିଟର୍ଣ୍ଣ ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଧାର୍ଯ୍ୟ ତାରିଖ 2020 ରୁ ଜୁଲାଇ 31 ରହିଥାଏ । ତେବେ କୋରୋନା ସଙ୍କଟକୁ ଦୃଷ୍ଟିରେ ରଖି ଏହି ଅବଧି ବଢାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.