ETV Bharat / business

ଏୟାର ଇଣ୍ଡିଆର ଶତ ପ୍ରତିଶତ ଅଂଶଧନ କିଣିପାରିବେ NRI

author img

By

Published : Mar 5, 2020, 12:06 PM IST

ଏୟାର ଇଣ୍ଡିଆର ଘରୋଇକରଣ ପାଇଁ ସରକାରଙ୍କ ଆଉ ଏକ ପ୍ରୟାସ । କମ୍ପାନୀର 100 ପ୍ରତିଶତ ପର୍ଯ୍ୟନ୍ତ ଅଂଶଧନ କିଣିପାରିବେ ଏନଆରଆଇ । ମଞ୍ଜୁରୀ ଦେଲା କ୍ୟାବିନେଟ ।

Government Permits NRIs To Own Up To 100 percent of Airline
ଏୟାର ଇଣ୍ଡିଆର ଶତ ପ୍ରତିଶତ ଅଂଶଧନ କିଣିପାରିବେ ଏନଆରଆଇ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଶତ ପ୍ରତିଶତ ଅଂଶଧନ କିଣିପାରିବେ ପ୍ରବାସୀ ଭାରତୀୟ(ଏନଆରଆଇ ବା ନନ ରେଜିଷ୍ଟ୍ରେସନ ଅଫ ଇଣ୍ଡିଆ) । ବାସ୍ତବ ମାଲିକାନା ଏବଂ ପ୍ରଭାବୀ ନିୟନ୍ତ୍ରଣ(ଏସଓଇସି) ଆଇନର ବିନା ଉଲଙ୍ଘନ ଏମାନେ ଏୟାର ଇଣ୍ଡିଆରେ ନିବେଶ କରିପାରିବେ । ବୁଧବାର କ୍ୟାବିନେଟ କମିଟି ଅନ ଇକୋନୋମିକ ଅଫଏୟାର୍ସ(ସିସିଇଆଇ) ପକ୍ଷରୁ ଏ ନେଇ ଅନୁମତି ଦିଆଯାଇଛି ।

ଏପରି ସ୍ଥିତିରେ ଏନଆରଆଇ ଅଟୋମେଟିକ ରୁଟ ଜରିଆରେ ଏୟାର ଇଣ୍ଡିଆରେ ନିବେଶ କରିପାରିବେ । କ୍ୟାବିନେଟ ବୈଠର ଏହି ନିଷ୍ପତ୍ତି ନେଇ ଘୋଷଣା କରି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି ଯେ, ଭାରତ ଗ୍ଲୋବାଲ ନିବେଶ ପାଇଁ ପ୍ରକୃଷ୍ଠ ସ୍ଥାନ । ଆଉ ଏୟାର ଇଣ୍ଡିଆ ବିଡରେ ସାମିଲ ହେବା ପାଇଁ କମ୍ପାନୀକୁ ମାର୍ଚ୍ଚ 17 ପର୍ଯ୍ୟନ୍ତ ଦସ୍ତାବିଜ ଦାଖଲ କପିବାକୁ ହେବ । ଏଥିପାଇଁ ଆଗ୍ରହ ଥିବା କମ୍ପାନୀଙ୍କ ନାମ ସାର୍ବଜନୀନ କରାଯିବ ।

ଏହା ଦ୍ବାରା ଏୟାର ଇଣ୍ଡିଆ ବିକ୍ରି ପାଇଁ ବିଡ ସଂଖ୍ୟା ବଢିବ । ଫଳରେ କମ୍ପାନୀର ଘରୋଇକରଣ ସହ ସରକାରଙ୍କ ଲକ୍ଷ୍ୟ ଅନୁଯାୟୀ ପୁଞ୍ଜିପ୍ରତ୍ୟାହର ମଧ୍ୟ ସମ୍ପୁର୍ଣ୍ଣ ହେବ । ପୂର୍ବ ନିୟମ ଅନୁଯାୟୀ ଭାରତୀୟ ବିମାନ କମ୍ପାନୀ ଗୁଡିକରେ ଏନଆରଆଇଙ୍କ ମାଲିକାନା 49 ପ୍ରତିଷଚ ରହିଥିଲା । ଯେତେବଲେ କି ବାକି 51 ପ୍ରତିଶତ ଭାରତୀୟଙ୍କ ଅଧିନରେ ରହିଥିଲା । ହେଲେ ଏବେ ଏସଓଇସି ଆଇନର ବିନା ଉଲଙ୍ଘନରେ 100 ପ୍ରତିଶତ ନିବେଶ ସହଜ ହେବ ।

ପ୍ରକାଶ ଯେ, ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ ଏୟାରଇଣ୍ଡିଆକୁ 2008ରେ ବିକ୍ରି ପାଇଁ ସରକାର ପ୍ରୟାସ କରିଥିଲେ । ସେହି ସମୟରେ ସରକାର ଏୟାରଲାଇନରେ 76 ପ୍ରତିଶତ ଅଂଶଧନ ବିକ୍ରି ପାଇଁ ନିର୍ଣ୍ଣୟ କରିଥିଲେ । ହେଲେ ଅସଫଳ ହେଲେ ।ଏୟାର ଇଣ୍ଡିଆ ଉପରେ ପ୍ରାୟ 80 ହଜାର କୋଟି ଋଣ ଭାର ରହିଛି । 2018-19ରେ ଏୟାର ଇଣ୍ଡିଆକୁ ଶୁଦ୍ଧ 8,556 କୋଟି ଟଙ୍କାର ଘାଟା ହେଲା । ଜାନୁଆରୀ 7ରେ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀ ମଣ୍ଡଳ ଏହାର ଘରୋଇକରଣ ସହ ଜଡିତ ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ । ବର୍ତ୍ତମାନ ଏୟାର ଇଣ୍ଡିଆର 100 ପ୍ରତିଶତ ସେୟାର ସରକାରଙ୍କ ପାଖରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.