ETV Bharat / business

ଶେଷ ସାହାର ଆରବିଆଇ, 30 ହଜାର କୋଟି ମାଗିବେ ସରକାର

ଚଳିତ ବର୍ଷ ଶେଷ ସୁଦ୍ଧା ଭାରତୀୟ ରିଜର୍ଭ ବ୍ୟାଙ୍କ ଠାରୁ 30 ହଜାର କୋଟି ଟଙ୍କା ଅନ୍ତରୀଣ ଲାଭାଂଶ ଲୋଡିବେ କେନ୍ଦ୍ର ସରକାର !

ପ୍ରତିକାତ୍ମକ ଫଟୋ
author img

By

Published : Sep 30, 2019, 2:19 PM IST

ନୂଆଦିଲ୍ଲୀ: ରୁଗ୍ଣ ଅର୍ଥବ୍ୟବସ୍ଥାକୁ ସୁସ୍ଥ କରିବା ପାଇଁ ଆରବିଆଇଠୁ ପୁଣି ସହଯୋଗ ଅପେକ୍ଷାରେ ସରକାର । ଚଳିତ ବର୍ଷ ଶେଷ ସୁଦ୍ଧା ଭାରତୀୟ ରିଜର୍ଭ ବ୍ୟାଙ୍କ ଠାରୁ 30 ହଜାର କୋଟି ଟଙ୍କା ଅନ୍ତରୀଣ ଲାଭାଂଶ ଲୋଡିବେ କେନ୍ଦ୍ର ସରକାର !

2019-20 ବର୍ଷରେ ଦେଶର ଆର୍ଥିକ ନିଅଣ୍ଟ, ଯେପରି ମୋଟ ଘରୋଇ ଉତ୍ପାଦ(ଜିଡିପି) 3.3 ପ୍ରତିଶତରେ ସୀମିତ ରହିବ , ସେଥିପାଇଁ ସରକାର ଏହି ଆର୍ଥିକ ସହାୟତାରେ ପାଇବାକୁ ଆଶା ରଖିଛନ୍ତି । ଆୟ ତୁଳନାରେ ଖର୍ଚ୍ଚ ଅଧିକ ଯୋଗୁଁ ଅଭିବୃଦ୍ଧି ହାର 5 ପ୍ରତିଶତକୁ ଖସି 6 ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଏଥିରେ ସୁଧାର ପାଇଁ ଆବଶ୍ୟକୀୟ ଟଙ୍କା ପାଇଁ ଦେଶର ଆର୍ଥିକ ନିଅଣ୍ଟ ବଢିପାରେ ବୋଲି ଅନୁମାନ ହେଉଛି । ଯାହାର ପ୍ରଭାବ ପୁଣି ଜିଡିପି ଉପରେ ପଡିବ । ଏଣୁ ଏଥିପାଇଁ ଆରବିଆଇ ଠାରୁ ଟଙ୍କା ମଗାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଏ ନେଇ ଜାନୁଆରୀ ଆରମ୍ଭରେ ନିଷ୍ପତ୍ତି ଚୂଡାନ୍ତ ହେବ ।

ପ୍ରକାଶ ଥାଉ ଯେ, ପୂର୍ବରୁ ମଧ୍ୟ କେନ୍ଦ୍ର ସରକାର ଆର୍ଥିକ ନିଅଣ୍ଟ ଲକ୍ଷ୍ୟ ହାସଲ ପାଇଁ ଆରବିଆଇ ଠାରୁ ଅନ୍ତରୀଣ ଲାଭାଂଶ ଦାବି କରିଥିଲେ । ଏ ନେଇ ବିଚାର କରି ଆରବିଆଇ ସରକାରଙ୍କୁ 28 ହଜାର କୋଟି ଟଙ୍କା ଦେଇଥିଲା । ସେହପରି 2017-18ରେ ରିଜର୍ଭ ବ୍ୟାଙ୍କ ଭଣ୍ଡାରରୁ ସରକାର 10 ହଜାର କୋଟି ଟଙ୍କା ପାଇଥିଲା ।

ଗତ ମାସରେ ଆରବିଆଇ ବୋର୍ଡ ସରକାରଙ୍କୁ 1,76.051 କୋଟି ଟଙ୍କା ଦେବା ପାଇଁ ମଞ୍ଜୁରୀ ଦେଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.