ETV Bharat / business

ବଜେଟ 2020: ଚାଷୀ ଖାତାକୁ ଯିବ ଖାଦ୍ୟ ସବସିଡି !

ଫେବୃଆରୀ ପହିଲାରେ କେନ୍ଦ୍ର ବଜେଟ । ଫୋକସରେ ଗ୍ରାମୀଣ ଅର୍ଥନୀତି । ଏଥିପାଇଁ ଦେଶର ମେରୁଦଣ୍ଡ କୃଷକଙ୍କ ମେରୁଦଣ୍ଡକୁ ସୁଦୃଢ ପାଇଁ ହେବ ପ୍ରୟାସ ।

author img

By

Published : Jan 27, 2020, 7:34 PM IST

government can arrange to give fertilizer subsidy to the farmers account
ବଜେଟ 2020: ଚାଷୀ ଖାତାକୁ ଯିବ ଖାଦ୍ୟ ସବସିଡ !

ନୂଆଦିଲ୍ଲୀ: ଫେବୃଆରୀ ପହିଲାରେ କେନ୍ଦ୍ର ବଜେଟ । ଫୋକସରେ ଗ୍ରାମୀଣ ଅର୍ଥନୀତି । ଏଥିପାଇଁ ଦେଶର ମେରୁଦଣ୍ଡ କୃଷକଙ୍କ ମେରୁଦଣ୍ଡକୁ ସୁଦୃଢ ପାଇଁ ହେବ ପ୍ରୟାସ । ଏଥିପାଇଁ ସରକାର ଆଗାମୀ ବଜେଟରେ କୃଷକଙ୍କ ଖାତାରେ ଖାଦ୍ୟ ସବସିଡି ଯୋଗାଇବା ପାଇଁ ବ୍ୟବସ୍ଥା କରିପାରନ୍ତି । ଫଳରେ କୃଷକ ନିଜ ପସନ୍ଦର ଖାଦ୍ୟ କ୍ରୟର ସ୍ବାଧିନତା ପାଇବ ।

ଏନେଇ ଇଫକୋର ପ୍ରବନ୍ଧ ନିର୍ଦ୍ଦେଶ ୟୁ.ଏସ ଅବସ୍ଥି କହିଛନ୍ତି ଯେ, କୃଷକ ସମ୍ମାନ ନିଧି ଅଧିନରେ ଏବେ ସୁଦ୍ଧା କୃଷକଙ୍କୁ 49,000କୋଟି ଟଙ୍କା ବଣ୍ଟା ସରିଛି । ଏଥିରୁ ପ୍ରମାଣିତ ଯେ, ଯେଉଁ ସବୁ ଖାଦ୍ୟ ଉପରେ ସରକାର ସବସିଡି ଦେଇଥିଲେ, ତାହା ପାଇଁ ପ୍ରତ୍ୟକ୍ଷ ଲାଭ ଅନ୍ତରଣ ବ୍ୟବସ୍ଥା ହୋଇପାରିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦିଓ ଏ ସମ୍ବନ୍ଧରେ କୌଣସି ସୂଚନା ଏଯାଏଁ ଆସିନି । କିନ୍ତୁ ସରକାର ଏ ଦିଗରେ ଗମ୍ଭୀରତାର ସହ କାମ କରୁଥିବା ନେଇ ସଙ୍କେତ ମିଳିଛି । ତେବେ ଯଦି ଏପରି ହେବ ତାହାହେଲେ କୃଷକ ନିଜ କିଶାନ କ୍ରେଡିଟ କାର୍ଡ ବା ଜନଧନ ଯୋଜନା ଖାତାରୁ ଖାଦ୍ୟ କ୍ରୟ ନିର୍ଣ୍ଣୟ ନେଇପାରିବେ ।

ସେହିପରି ଖାଦ୍ୟଶସ୍ୟ, ଡାଲି, ତେଲ ଜାତୀୟ ଦ୍ରବ୍ୟ, ଫଳମୂଳ ଏବଂ ପନିପରିବା ଭଳି ସାମଗ୍ରୀର ରପ୍ତାନୀ ପାଇଁ ଦେଶବ୍ୟାପୀ କୃଷି-ରପ୍ତାନୀ କଷ୍ଟର ସ୍ଥାପନ ହେବ । ପ୍ରକାଶ ଯେ, 2016 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ ଯେ, 6 ବର୍ଷରେ କୃଷକଙ୍କ ଆୟ 2 ଗୁଣା ହେବ । ଆଉ ଏଭଳି ପ୍ରତିଶ୍ରୁତି କୃଷି ପ୍ରଧାନ ଦେଶ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏଥିଯୋଗୁଁ କୃଷକଙ୍କ ମେରୁଦଣ୍ଡକୁ ସୁଦୃଢ ପାଇଁ ସେମାନଙ୍କ ଆୟ ଦୁଇଗୁଣା ପାଇଁ କୃଷି ରପ୍ତାନୀ ନୀତିକୁ ମଜବୁତ କରାଯାଇପାରେ । 2022 ସୁଦ୍ଧା ଦେଶର କୃଷି ରପ୍ତାନୀକୁ 6000 କୋଟି ଡଲାରରେ ପହଞ୍ଚାଇବା ଲକ୍ଷ୍ୟ ରହିଛି । ଏଥିପାଇଁ ସରକାର ବଜେଟରେ ବଡ ଘୋଷଣା କରିପାରନ୍ତି ।

ଚଳିତ ଆର୍ଥିକ ବର୍ଷ ପାଇଁ ବଜେଟରେ କୃଷି କ୍ଷେତ୍ରକୁ 1.39 ଲକ୍ଷ କୋଟି ଟଙ୍କା ରଖିଥିଲେ । ସେଥିରୁ ପ୍ରଧାନମନ୍ତ୍ରୀ କିଶାନ ଯୋଜନା ପାଇଁ 75ହଜାର କୋଟି ଟଙ୍କା ରହିଥିଲା । ତେବେ ଏହା ଅଧିନରେ ହେଉଥିବା ବାର୍ଷିକ 6 ହଜାର ଟଙ୍କା ଯଥେଷ୍ଟ ନୁହେଁ । ଏଥିଯୋଗୁଁ ଏହି ପରିମାଣକୁ ବୃଦ୍ଧି ପାଇଁ ଚେଷ୍ଟା କରାଯାଉଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.