ନୂଆଦିଲ୍ଲୀ: ସମଗ୍ର ଦେଶର ସହରଗୁଡିକରେ ସାର୍ବଜନୀନ ପରିବହନ ବିକଳ୍ପର ବିସ୍ତାର କରିବ ଗୁଗଲ । ସର୍ଚ୍ଚ ଇଞ୍ଜିନ ଗୁଗଲ ଏଣିକି ତାର ମିଶ୍ରତ ମୋଡର କମ୍ୟୁଟ ଅପ୍ସନ ମାଧ୍ୟମରେ କୌଣସି ନିର୍ଦ୍ଦିଷ୍ଟ ଗନ୍ତବ୍ୟସ୍ଥଳ ପାଇଁ ଆପଣଙ୍କୁ କେବଳ ରାସ୍ତା ନୂହେଁ, ଆପଣଙ୍କୁ କେଉଁଠି ଅଟୋ-ରିକ୍ସା ମିଳିବ ? କିପରି ଆଗକୁ ଯିବେ ସେସବୁ କହିବ ।
ଗୁଗଲ ମ୍ୟାପର 15 ବର୍ଷ ପୂର୍ତ୍ତି ଅବସରରେ କମ୍ପାନୀ ଉପାଧ୍ୟକ୍ଷ ଜେନ ଫିଟଜଫୈଟ୍ରିକ(Jen Fitzpatrick) କହିଛନ୍ତି ଯେ, ଆଣ୍ଡ୍ରଏଡ ପାଇଁ ଗୁଗୁଲ ମ୍ୟାପରେ ସାର୍ବଜନୀନ ପରିବହନ ଟ୍ୟାବ ଏବେ ଉପଯୋଗକର୍ତ୍ତାଙ୍କୁ ଯାତ୍ରା ସମ୍ବନ୍ଧରେ ସୂଚନା ଦେଇଥାଏ । ଯାହା ଅଟୋ-ରିକ୍ସା ଓ ସାର୍ବଜନୀନ ପରିବହନ ସହ ଯୋଡିଥାଏ । ଆଉ କେତେ ସମୟ ଲାଗିବ, କେଉଁ ଷ୍ଟେସନରେ ରହିଛି, କିପରି ଯିବେ ସେ ନେଇ ଦର୍ଶାଇଥାଏ । କିନ୍ତୁ ଏହା କେବଳ ଦିଲ୍ଲୀ ଓ ବେଙ୍ଗାଲୁରୁରେ କାର୍ଯ୍ୟକାରୀ ହେଉଛି । ହେଲେ ଏବେ ସମଗ୍ର ଦେଶର ବିଭିନ୍ନ ସହରରେ ଅଣାଯିବ ।
ଗୁଗଲ ମାନଚିତ୍ରରେ ସାମିଲ କରାଯାଇଥିବା 14 ଫିଚରକୁ ସୂଚୀବଦ୍ଧ କରାଯାଇଛି । ଏଥିମଧ୍ୟରେ 8ଟି ପୂର୍ବରୁ ଭାରତରେ ଲାଗୁ କରାଯାଇଥିଲା । ଏବଂ ଅନ୍ୟ 6ଟି ଅନ୍ୟ ବିଦେଶୀ ବଜାରରେ ଲାଗୁ ଥିଲା । ସାର୍ବଜନୀନ ଶୌଚାଳୟ ବିଷୟରେ ସୂଚନା ସ୍ବଚ୍ଛ ଭାରତ ମିଶନକୁ ପ୍ରେରିତ କରିଥାଏ ।
ଗୁଗଲ ମ୍ୟାପରେ ଏବେ ସୁଦ୍ଧା ସମଗ୍ର ଭାରତରେ 2,300+ ସହରରେ 57,000ରୁ ଊର୍ଦ୍ଧ୍ବ ସାର୍ବଜନୀନ ସୂଚୀ ରହିଛି । ଏହା ପ୍ରଥମେ 2016ରେ ସ୍ବଚ୍ଛ ଭାରତ ମିଶନ ଓ ଆବାସ ଏବଂ ସହରୀ ଆବାସ ମନ୍ତ୍ରାଣଳୟ ସହଯୋଗରେ ଭାରତର 3 ସହର ନୂଆଦିଲ୍ଲୀ, ଭୋପାଲ ଓ ଇନ୍ଦୋରରେ ଏକ ପାଏଲଟ ରୂପରେ ଲଞ୍ଚ କରାଯାଇଥିଲା ।