ETV Bharat / business

ବିବାହ ସିଜନରେ ବଢିଲା ସୁନା ଦାମ

ଚାହିଦାକୁ ନଜରରେ ରଖି ବଢିଛି ସୁନା ଓ ରୂପା ଦାମ । ଶୁକ୍ରବାର ଦିଲ୍ଲ ସରଫରା ବଜାରର 10 ଗ୍ରାମ ସୁନା ଦାମ 305 ଟଙ୍କା ବୃଦ୍ଧି ପାଇ 32,690 ଟଙ୍କାରେ ପହଞ୍ଚିଛି ।

author img

By

Published : Apr 20, 2019, 5:29 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଚାଲିଛି ବିବାହ ମାହୋଲ । ଗହଣା କିଣିବାକୁ ଜମୁଛି ଗ୍ରାହକଙ୍କ ଭିଡ । ଚାହିଦାକୁ ନଜରରେ ରଖି ବଢିଛି ସୁନା ଓ ରୂପା ଦାମ । ଶୁକ୍ରବାର ଦିଲ୍ଲା ସରଫରା ବଜାରର 10 ଗ୍ରାମ ସୁନା ଦାମ 305 ଟଙ୍କା ବୃଦ୍ଧି ପାଇ 32,690 ଟଙ୍କାରେ ପହଞ୍ଚିଛି । ସେହିପରି ରୂପା କିଲୋଗ୍ରାମ ପିଛା 204 ଟଙ୍କା ବଢି 38,405 ଟଙ୍କାକୁ ଛୁଇଁଲାଣି ।

ସ୍ଥାନୀୟ ଗହଣା ବେପାରୀଙ୍କ ଚାହିଦା ଓ ଖୁଚୁରା ବ୍ୟବସାୟୀ କ୍ରୟ କ୍ଷମତା ବୃଦ୍ଧି ପାଉଥିବାରୁ ଗହଣା ମହଙ୍ଗା ହେଉଛି । ଦିଲ୍ଲାରେ 99.9 ପ୍ରତିଶତ ଓ 99.5 ପ୍ରତିଶତ ସୁନା ଦାମ 10 ଗ୍ରାମ ପିଛା ଯଥାକ୍ରମେ 305 ଟଙ୍କା ଲେଖାଁଏ ବଢି 32,690 ଓ 32,530ରେ ପହଞ୍ଚିଛି । ସେପଟେ ଉଦ୍ୟୋଗ କ୍ଷେତ୍ରରେ ତଥା ସିକ୍କା(ରୂପା କଏନ) ତିଆରି କମ୍ପାନୀରେ ଲାଭ-କ୍ଷତି ଲାଗି ରହିଥିବାରୁ ରୂପାର ଦାମ ବଢିଛି ।

ଆମେରିକା ଓ ଚୀନ ମଧ୍ୟରେ ଲାଗି ରହିଥିବ ବାଣିଜ୍ୟିକ ବିବାଦ, ବିଶ୍ବ ବଜାରରେ ମାନ୍ଦାବସ୍ଥା ସୁନା ବୃଦ୍ଧିର ମୁଖ୍ୟ କାରଣ । ଏଥିସହ ଆଗମୀ କିଛି ଦିନ ଧରି ଶୁଭ କାର୍ଯ୍ୟର ଭଲ ଯୋଗ ରହିଥିବାରୁ ଗହଣା ବେପାର ଭଲ ରହୁଛି । ତେବେ ଚାହିଦା ଅନୁଯାୟୀ ଯୋଗାଣ ସେତେଟା ହୋଉନଥିବାରୁ ଓ ଭଲ ପ୍ରଫିଟ ଲକ୍ଷ୍ୟରେ କାରବାରୀ ସୁନା ଦାମ ବଢାଇଚାଲିଛନ୍ତି ।

Intro:ଆଗାମୀ ନିର୍ବାଚନ ପାଇଁ ବାଲେଶ୍ୱରରେ ବଢ଼ିଲାଣି ରାଜନୈତିକ ଉଷ୍ମତା। ନେତାମାନେ ଭୋଟରଙ୍କୁ ଭେଳିକି ଭେଳିକି ଲଲିପପ ଦେଖେଇ ଭୋଟ ହାତେଇବାକୁ କରୁଛନ୍ତି ପ୍ରୟାସ। ରୋଡ଼ ସୋ ଠାରୁ ଆରମ୍ଭ କରି ଭୋଟରଙ୍କ ଘର ପର୍ଯ୍ୟନ୍ତ ଚାଲିଛି ନିର୍ବାଚନୀ ପ୍ରଚାର। ବାଲେଶ୍ୱରରେ ଲୋକସଭା ସିଟ ପ୍ରମୁଖ 3 ଦଳ ଭିତରେ ଫାଇଟ ହେବବୋଲି ଆଶଙ୍କା କରାଯାଉଥିବା ବେଳେ ପ୍ରାର୍ଥୀମାନେ ନିଜର ବିଜୟକୁ ନେଇ ବେଶ ଆଶାବାଦୀ।

Body:ବାଲେଶ୍ୱର ଲୋକସଭା ପାଇଁ କଂଗ୍ରେସ ଦଳର ସଭାପତିଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ, ବିଜେଡିର ରବୀନ୍ଦ୍ର ଜେନା ଓ ବିଜେପି ପକ୍ଷରୁ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି। ବିଜେଡି ଗତ ନିର୍ବାଚନରେ ବହୁଳ ଭୋଟରେ ଗଡ଼ ଦଖଲ କରିଥିଲା। କଂଗ୍ରେସ ବହୁ ପଛରେ ଗତ ନିର୍ବାଚନରେ ରହିଥିବା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଙ୍କ ପୁଅ ନଵଜ୍ୟୋତିଙ୍କୁ ପ୍ରଥମଥର କରି ବାଲେଶ୍ୱରରେ ଦେଖିବାକୁ ମିଳିଛି। ପ୍ରାର୍ଥୀ ଚୟନରେ ଭୁଲ ହୋଇଥିବା ଦର୍ଶାଇ ଅନେକ ବରିଷ୍ଠ ନେତା ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଅନେକ ନେତା ଦଳ ମଧ୍ୟ ଛାଡିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କଂଗ୍ରେସରୁ ଯିବା ପରେ ବାଲେଶ୍ୱରରେ ଥିବା ତାଙ୍କ ଅନୁଗତମାନେ ନବଜ୍ୟୋତିଙ୍କୁ ସହଜରେ ଗ୍ରହଣ କରି ପାରୁନଥିବା ଦେଖିବାକୁ ମିଳିଛି। ମାତ୍ର ନବଜ୍ୟୋତି ଆପ୍ରାଣ ଚେଷ୍ଟା ଜାରି ରଖି ଲୋକଙ୍କ ପାଖରେ ପହଞ୍ଚିବା ପାଇଁ କିଛିମାତ୍ରାରେ ସଫଳ ହୋଇଥିବା ମଧ୍ୟ ଦେଖିବାକୁ ମିଳୁଛି। ସହର ଠାରୁ ଆରମ୍ଭ କରି ନବଜ୍ୟୋତି ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗସ୍ତ କରି ଲୋକଙ୍କ ସମର୍ଥନ ସାଉଁଟିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ମିଶନ 2029କୁ ଓ ଗ୍ୟାରେଣ୍ଟି କାର୍ଡ ନେଇ ନବଜ୍ୟୋତି ଲୋକଙ୍କ ପାଖରେ ପହଞ୍ଚୁଥିବା ବେଳେ କଂଗ୍ରେସ ଦଳର ବର୍ତ୍ତମାନ ସ୍ଥିତି ସଜାଡ଼ିବା କଷ୍ଟ ବୋଲି ଚର୍ଚ୍ଚା ହେଉଛି।
ଅନ୍ୟପଟେ ଗତ ନିର୍ବାଚନରେ ସାଂସଦ ପ୍ରାର୍ଥୀ ଭାବେ ବିଜେପିରୁ ପ୍ରତିଦ୍ବନ୍ଦିତା କରିଥିବା ଦଳର ବରିଷ୍ଠ ନେତା ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମଧ୍ୟ ଏହି ଦୌଡ଼ରେ ସାମିଲ ହୋଇଛନ୍ତି। ଗତ ନିର୍ବାଚନରେ କିଛି ତ୍ରୁଟିକୁ ଆଗାମୀ ନିର୍ବାଚନରେ ସଜାଡ଼ିବା ସହ ଲୋକଙ୍କ ପାଖରେ ବାଲେଶ୍ୱରର ସମସ୍ୟା ଓ ସମାଧାନ ନେଇ ପହଞ୍ଚୁଥିବା ଦେଖିବାକୁ ମିଳୁଛି। 2014 ନିର୍ବାଚନ ପରେ ପ୍ରତାପ ବାଲେଶ୍ୱର ସହ ଅଳ୍ପ ସଂଯୋଗରେ ରହିଥିବା ବେଳେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାୱାରେ ନିର୍ବାଚନୀ ବୈତରଣୀ ପାରି ହେବାକୁ ଅଣ୍ଟା ଭିଡିଥିବା ଚର୍ଚ୍ଚା ହେଉଛି। ଖାଲି ସେତିକି ନୁହେଁ 2014ରେ ନିର୍ବାଚିତ ହୋଇଥିବା ସାଂସଦ ରବୀନ୍ଦ୍ର ଜେନାଙ୍କୁ ମଧ୍ୟ ଟାର୍ଗେଟ କରି ଚିଟଫଣ୍ଡ ସମ୍ପୃକ୍ତି କଥା ଲୋକଙ୍କୁ କହୁଥିବା ଦେଖିବାକୁ ମିଳିଛି। 5 ବର୍ଷ ବାଲେଶ୍ୱରରେ ବିଜେଡି ସାଂସଦ କଣ କରିଛନ୍ତି ଓ କେଉଁ ପ୍ରକାର ସମସ୍ୟା ସବୁ ରହିଛି ତାର ଲମ୍ବା ତାଲିକା ଧରି ପ୍ରତାପ ଲୋକଙ୍କ ପାଖରେ ପହଁଚୁଛନ୍ତି। ନିଜ ସପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାର ସୁନେଲି ସ୍ବପ୍ନ ଦେଖାଉଛନ୍ତି ପ୍ରତାପ। 2014 ପରେ ପ୍ରତାପଙ୍କୁ କେବେ ବାଲେଶ୍ୱରରେ ଦେଖିବାକୁ ମିଳି ନଥିବା ବେଳେ ଏବେ ନିର୍ବାଚନ ସମୟରେ କେମିତି ଭୋଟରଙ୍କୁ ଆକୃଷ୍ଟ କରିବେ ତାହା ସେହିଁ ଜାଣିଛନ୍ତି।
ଅପରପକ୍ଷେ 2014ରେ ବାଜି ମାରିଥିବା ବିଜେଡି ଦଳର ଜିଲ୍ଲା ସଭାପତି ତଥା ସାଂସଦ ରବୀନ୍ଦ୍ର ଜେନା ବିକାଶକୁ ମୁଦ୍ଦା କରି ଲୋକଙ୍କ ପାଖରେ ପହଞ୍ଚୁଥିବା ଦେଖିବାକୁ ମିଳିଛି। 8ଟି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀମାନଙ୍କ ଟିକେଟ ବଣ୍ଟାକୁ ନେଇ କିଛିମାତ୍ରାରେ ପ୍ରତିବାଦର ସ୍ବର ଉଠିଥିବା ବେଳେ ରବୀନ୍ଦ୍ର ସେସବୁ ସଜାଡ଼ିବାକୁ ପ୍ରୟାସ ଜାରି ରଖିଥିବା ଜଣାପଡ଼ିଛି। ବାଲେଶ୍ୱରର ରିଂରୋଡ଼, ସୁବର୍ଣ୍ଣରେଖା ବନ୍ଦରକୁ ପ୍ରମୁଖ ନିର୍ବାଚନୀ ମୁଦ୍ଦା କରିଥିବା ରବୀନ୍ଦ୍ର ପ୍ରଚାର ମଇଦାନକୁ ଓହ୍ଲାଇ ଲୋକଙ୍କ ଘରେଘରେ ପହଞ୍ଚିଥିବା ଦେଖିବାକୁ ମିଳିଛି। ଗୋଟେପଟେ ରବୀନ୍ଦ୍ର ବାଲେଶ୍ୱର ବିକାଶ କଥା କହୁଥିବା ବେଳେ ଅନ୍ୟପଟେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଘର ସଜାଡୁଛନ୍ତି ରବୀନ୍ଦ୍ର। ବାଲେଶ୍ୱର ବିକାଶ କଥା କହୁଥିବା ନେତାମାନେ ଆଜି ଆସି ଅନେକ ପ୍ରତିଶୃତି ଦେଉଥିବା ବେଳେ ବିଗତ ଦିନରେ ସେମାନେ କେଉଁଠି ଥିଲେ ବୋଲି ରବୀନ୍ଦ୍ର ପ୍ରଶ୍ନ କରିଛନ୍ତି।

Conclusion:ତେବେ ବାଲେଶ୍ୱର ଲୋକସଭାରେ ଏଥର ତ୍ରିମୁଖୀ ଲଢେଇ ହେବାକୁ ଥିବା ବେଳେ ପ୍ରାର୍ଥୀମାନେ ପରସ୍ପରକୁ ଆରୋପ କରିବା ଆରମ୍ଭ କଲେଣି। ବିଜେଡିକୁ ଚିଟଫଣ୍ଡ ଭୟ ଘାରିଥିବା ବେଳେ ବିଜେପିର 5ବର୍ଷ ଅନୁପସ୍ଥିତି ଓ କଂଗ୍ରେସର ସମ୍ପୂର୍ଣ୍ଣ ନୂଆ ମୁହଁ କୁ ନେଇ ରାଜନୀତି ବଢ଼ିବାରେ ଲାଗିଛି। ଲୋକଙ୍କ ପାଖରେ ବିଜେଡି 5ବର୍ଷ ଭିତରେ ବାଲେଶ୍ୱର ବିକାଶ ନେଇ ପହଞ୍ଚୁଥିବା ବେଳେ ବିଜେପି ସୁନେଲି ସ୍ୱପ୍ନ ନେଇ ପହଁଚିଛି। ସେହିପରି କଂଗ୍ରେସ ମଧ୍ୟ ଏହି ଦୌଡ଼ରେ ପଛରେ ରହିନାହିଁ। ଗ୍ୟାରେଣ୍ଟି କାର୍ଡ ଧରି କଂଗ୍ରେସ ଲୋକଙ୍କ ପାଖରେ ପହଂଚି ଲୋକଙ୍କ ସମର୍ଥନ ମାଗୁଥିବା ଦେଖିବାକୁ ମିଳିଛି। ଆଉ କିଛିଦିନ ପରେ ନିର୍ବାଚନ ହେବାକୁ ଥିବା ବେଳେ ଲୋକମାନେ କାହା ସପକ୍ଷରେ ମତଦାନ କରିବେ ତାହା ସମୟ କହିବ।
ବାଇଟ1- ରବୀନ୍ଦ୍ର ଜେନା( ବିଜେଡି ସାଂସଦ ପ୍ରାର୍ଥୀ)
ବାଇଟ2- ପ୍ରତାପ ଚନ୍ଦ୍ର ଷଡଙ୍ଗୀ( ବିଜେପି ସାଂସଦ ପ୍ରାର୍ଥୀ)
ବାଇଟ3- ନବଜ୍ୟୋତି ପଟ୍ଟନାୟକ(କଂଗ୍ରେସ ସାଂସଦ ପ୍ରାର୍ଥୀ)

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.