ମୁମ୍ବାଇ: ଶନିବାର ଠାରୁ ଗୋଏୟାର ଏହାର ଘରୋଇ ନେଟୱାର୍କରେ 100 ନୂଆ ବିମାନ ଯୋଡିବା ପାଇଁ ଘୋଷଣା କରିଛି । ସୁଲଭ ସେବା ଦେଉଥିବା ଏୟାରଲାଇନ ଶୁକ୍ରବାର ଏ ନେଇ ସୂଚନା ଦେଇ କହିଛି କି ନୂଆ ଉଡାଣ ମୁମ୍ବାଇ ବ୍ୟତୀତ ଦିଲ୍ଲୀ, ବେଙ୍ଗାଲୁରୁ ଓ ଚେନ୍ନାଇରୁ ହେବ ।
ଗୋଏୟାର ଏକ ବିଜ୍ଞପ୍ତିରେ କହିଛି କି ସେପ୍ଟେମ୍ବର 21 ଯାଏଁ ଏହାର ପରିଚାଳନା କ୍ଷମତା ପ୍ରି କୋଭିଡ-19ର 45 ପ୍ରତିଶତରେ ପହଞ୍ଚିଯିବ । ଅକ୍ଟୋବର 15 ଯାଏଁ ଏହା 60 ପ୍ରତିଶତ କ୍ଷମତାରେ ପରିଚାଳନା କରିବ ।
ଗୋଏୟାରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) କୋହିକ ଖୋନା (Kohik Khona) କହିଛନ୍ତି କି, ‘‘ ଘରୋଇ ବିମାନ ଉଦ୍ୟୋଗର ସ୍ଥିତି ଧୀରେ ଧୀରେ ସୁଧୁରିଛି । ଅନେକ ରାଜ୍ୟ ଦ୍ବାରା ଯାତ୍ରା ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବା ପରେ ଏଥିରେ ଆହୁରି ସୁଧାର ଆଶା ରହିଛି ।
ଗୋଏୟାରର ନୂଆ ଉଡାଣ ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ, ଚେନ୍ନାଇ, ଅହମ୍ମଦାବାଦ, ହାଇଦ୍ରବାଦ, କୋଲକତା, ପୁନେ, ଲକ୍ଷ୍ନୌ, ନାଗପୁର , ବାରଣାସୀ, ଜୟପୁର, ପାଟନା, ରାଞ୍ଚି, ଗୌହାଟି, ଚଣ୍ଡିଗଡ, ଶ୍ରୀନଗର, ଲେହ ଓ ଜମ୍ମୁ ଭଳି ସହରରୁ ଅନ୍ୟ ସହରକୁ ହେବ ।