ମୁମ୍ବାଇ: ଘରୋଇ ଓ ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ପାଇଁ ‘କ୍ବାରେଣ୍ଚାଇନ ପ୍ୟାକେଜ’ ଆରମ୍ଭ କରିଛି ଏୟାରଲାଇନ୍ସ କମ୍ପାନୀ ଗୋ-ଏୟାର । ଏହା ଅଧୀନରେ ଏୟାରଲାଇନ ଯାତ୍ରୀଙ୍କୁ କ୍ବାରେଣ୍ଟାଇନ ଅବଧି ପାଇଁ ମନୋନୀତ ସହରରେ ଶସ୍ତା ଠାରୁ ମହଙ୍ଗା ହୋଟେଲରେ ରହିବାରୁ ରୁମ ଯୋଗାଇବ । ଏଥିପାଇଁ ରାତିକ ପିଛା ରୁମ ଭଡା 1400 ଟଙ୍କାରୁ ଆରମ୍ଭ ।
Wadia group-promoted ଏୟାରଲାଇନ ଏକ ବିବୃତ୍ତିରେ କହିଛି ଯେ, କୋରୋନା ଭାଇରସ ମହାମାରୀ ମଧ୍ୟରେ କୌଣସି ଏୟାରଲାଇନ୍ସ କମ୍ପାନୀ ପ୍ରଥମ ଥର ପାଇଁ ଏଭଳି ପ୍ୟାକେଜ ଆଣିଛି। ଗୋ-ଏୟାର ହଲିଡେ ପ୍ୟାକେଜ ୱେବସାଇଟକୁ ଯାଇ ଏହି ପ୍ୟାକେଜ ଲାଭ ନେଇପାରିବେ ।
ଗୋ-ଏୟାର କହିଛି କି, ଭାରତ କିମ୍ବା ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଦେଶର ବିଭିନ୍ନ ସହରରେ ଏହି ପ୍ୟାକେଜ ଉପଲବ୍ଧ ହେବ । ଏହା ମାଧ୍ୟମରେ ଯାତ୍ରୀମାନେ ନିଜ ମନପସନ୍ଦର ହୋଟେଲରେ ନିଜର କ୍ବାରେଣ୍ଟାଇନ ଅବଧି ପୁରା କରିପାରିବେ ।
ବିବୃତ୍ତିରେ କୁହାାଯାଇଛି କି, ଏହି ପ୍ୟାକଜରେ କୋଚ୍ଚି, କନ୍ନୁର, ବେଙ୍ଗାଲୁରୁ, ଦିଲ୍ଲୀ ଓ ଅହମଦାବାଦର ବଜେଟ ଓ ମହଙ୍ଗା ହୋଟେଲ ସାମିଲ ରହିଛି । କ୍ବାରେଣ୍ଟାଇନ ପ୍ୟାକେଜ ଅଧିନରେ ପ୍ରତି ବ୍ୟକ୍ତି ପିଛା ହୋଟେଲରେ ରହିବା ଖର୍ଚ୍ଚ ରାତି ପିଛା 19 ଡଲାର ବା 1400 ଟଙ୍କାରୁ ଆରମ୍ଭ ହୋଇ 79 ଡଲାର (5900 ଟଙ୍କା) ରହିଛି ।