ETV Bharat / business

ବିପର୍ଯ୍ୟସ୍ତ ବିଶ୍ବ ବ୍ୟାପର , ଏ ବର୍ଷ ଏକ-ତୃତୀୟାଂଶ ହ୍ରାସ ଆଶଙ୍କା

2020ରେ ବିଶ୍ବ ବ୍ୟାପାର 13 ରୁ 32 ପ୍ରତିଶତ ହ୍ରାସ ପାଇବା ସମ୍ଭାବନା ରହିଛି। ଏହାର କାରଣ କୋରୋନା ସଂକ୍ରମଣ ଯୋଗୁଁ ଜାରି ହୋଇଥିବା ଲକଡାଉନ।

author img

By

Published : Apr 11, 2020, 12:05 AM IST

Updated : Apr 11, 2020, 6:52 PM IST

global trade expected to fall by one third in 2020 wto
ଏକ-ତୃତୀୟାଂଶ କମିବ ବିଶ୍ବ ବ୍ୟାପର : WTO

ଜେନଭା: କୋରୋନା ଭାଇରସ ମହାମାରୀ ଯୋଗୁଁ ବିପର୍ଯ୍ୟସ୍ତ ବିଶ୍ବ ଅର୍ଥନୀତି । ଏଥିଯୋଗୁଁ 2020ରେ ବିଶ୍ବ ବ୍ୟାପାର ଏକ-ତୃତୀୟାଂଶ ହ୍ରାସ ପାଇବ ବୋଲି ବିଶ୍ବ ବାଣିଜ୍ୟ ସଙ୍ଗଠନ(WTO) ଆଶଙ୍କା କରିଛି ।

WTO ଏକ ବିବୃତ୍ତିରେ କହିଛି ଯେ, ‘2020ରେ ବିଶ୍ବ ବ୍ୟାପାର 13 ରୁ 32 ପ୍ରତିଶତ ହ୍ରାସ ପାଇବା ସମ୍ଭାବନା ରହିଛି । ଏହାର କାରଣ କୋରୋନା ସଂକ୍ରମଣ ଯୋଗୁଁ ଜାରି ହୋଇଥିବା ଲକଡାଉନ । ଯେଉଁଥିପାଇଁ ଜୀବନ ସହ ଜୀବିକା ଭାରି ମାତ୍ରାରେ ପ୍ରଭାବିତ ହେଉଛି । କେବଳ କାରବାର ଠପ ପାଇଁ ନୁହେଁ ବର ଅପ୍ରତ୍ୟାଶିତ ସ୍ବାସ୍ଥ୍ୟ ଆଶଙ୍କା ଯୋଗୁଁ ମଧ୍ୟ ବ୍ୟାପାର ପ୍ରକ୍ରିୟା ପ୍ରଭାବିତ ହେବ ।ବ୍ୟବସାୟ ଓ ଉତ୍ପାଦନ ହ୍ରାସ ଦ୍ବାରା ଆୟ ହ୍ରାସ ପାଇବ । ଫଳରେ ଘରେ ଓ କମ୍ପାନୀରେ ଗୁରୁତର ପ୍ରଭାବ ପଡିବ ।

ଏହି ସମୟରେ, WTO ମୁଖ୍ୟ ରୋବର୍ଟୋ ଏଜେବେଦୋ ଚେତାବନୀ ଦେଇଛନ୍ତି ଯେ, କୋରୋନା ଭାଇରସ ମହାମାରୀ ଯୋଗୁଁ ବିଶ୍ବ ମାନ୍ଦାବସ୍ଥାକୁ ପ୍ରବେଶ କରିପାରେ । ଏ ନେଇ WTO ନିଜ ବାର୍ଷିକ ଆକଳନରେ କହିଛି ଯେ, କେରୋନା ଭାଇରସ ପୂର୍ବରୁ ଅର୍ଥତ 2019ରେ ହିଁ ବ୍ୟାପର ଧୀମା ପଡିଯାଇଥିଲା ।

ବର୍ତ୍ତମାନ ଏହି ଭାଇରସ ଦୁନିଆର 14 ଲକ୍ଷ ଲୋକଙ୍କୁ ଆକ୍ରାନ୍ତ କଲାଣି । ଯେତେବେଳେ କି 80,000 ଲୋକଙ୍କ ମୃତ୍ୟୁ ହୋଇଛି । ଏହାକୁ ରୋକିବାକୁ ବିଭିନ୍ନ ଦେଶର ସରକାର ଲକଡାଉନ ଜାରି କରିଛନ୍ତି । ଏଥିପାଇଁ ଲୋକେ ଘରେ ରହୁଛନ୍ତି । ଫଳରେ ଆର୍ଥିକ ଗତିବିଧି ଠପ ହୋଇଯାଇଛି । ଯେଉଁଥିପାଇଁ ସବୁ ସେକ୍ଟର ଅଚଳ ହୋଇପଡିଛି । କଳକାଖାନାରେ କାମ ବନ୍ଦ ରହିଛି ।

ଏଜାବେଦୋ ନିଜ ବୟାନରେ କହିଛନ୍ତି ଯେ, ‘‘ସର୍ବପ୍ରଥମେ ଓ ସବୁଠୁ ଗୁରୁତ୍ବପୂର୍ଣ୍ଣ ସଙ୍କଟ ହେଉଛି ସ୍ବାସ୍ଥ୍ୟ । ଏଥିଯୋଗୁଁ ସରକାର ଲୋକଙ୍କ ଜୀବନ ବଞ୍ଚାଇବାକୁ ଅପ୍ରତ୍ୟାସିତ ପଦକ୍ଷେପ କରିଛନ୍ତି । ତେବେ ଏହା ବ୍ୟତିତ ବ୍ୟାପର ଓ ଉତ୍ପାଦନରେ ହ୍ରାସ ଦ୍ବାରା ଘର ଓ କମ୍ପାନୀ ଉପରେ ପ୍ରତିକୂଳ ପ୍ରଭାବ ପଡିବ । ଯାହା ଜୀବିକାକୁ ବି ଗଭୀର ଭାବେ କ୍ଷତି ପହଞ୍ଚାଇବା ଆଶଙ୍କା ରହିଛି ।

ବର୍ତ୍ତମାନର ସଙ୍କଟ ପୂର୍ବରୁ ବାଣିଜ୍ୟ ଚାପ ଏବଂ ଅନିଶ୍ଚିତତା ତଥା ଅଭିବୃଦ୍ଧି ମନ୍ଥର ହେତୁ ବୈଶ୍ବିକ ବସ୍ତୁ ବାଣିଜ୍ୟ କାରବାର ପ୍ରଭାବିତ ହୋଇଥିଲା। ଏଥିଯୋଗୁଁ 2019ରେ ଏଥିରେ 0.1 ପ୍ରତିଶତ ହ୍ରାସ ଦେଖାଦେଇଥିଲା । ଯେତେବେଳେ କି ଗୋଟିଏ ବର୍ଷ ପୂର୍ବରୁ ଏଥିରେ 2.9 ପ୍ରତିଶତ ବୃଦ୍ଧି ହୋଇଥିଲା ।

WTO କହିଛି ଯେ, ବୈଶ୍ବିକ ବସ୍ତୁ ରପ୍ତାନୀ ମୁଲ୍ୟ ଡଲାର ପ୍ରତି 3 ପ୍ରତିଶତ ହ୍ରାସ ପାଇ 18,890 ଅରବ ଡଲାର ରହିଥିଲା ।

ଗତ ବର୍ଷ ବାଣିଜ୍ୟ ସେବା ବ୍ୟବସାୟ ଅପେକ୍ଷାକୃତ ଭଲ ଥିଲା । ଏହା 2 ପ୍ରତିଶତ ବୃଦ୍ଧି ହୋଇ 6030 ଅରବ ଡଲାରରେ ପହଞ୍ଚିଥିଲା । ​​କିନ୍ତୁ 2018 ତୁଳନାରେ ଅଭିବୃଦ୍ଧି ମନ୍ଥର ହୋଇଗଲା । ସେହିବର୍ଷ ଏଥିରେ 9 ପ୍ରତିଶତ ବୃଦ୍ଧି ଦେଖାଦେଇଥିଲା।

କିନ୍ତୁ ଚୀନରେ ଗତ ବର୍ଷ ଶେଷରେ କୋରୋନା ଭାଇରସର ପ୍ରଥମ ମାମଲା ଆସିବା ପରେ ପରିସ୍ଥିତିରେ ପରିବର୍ତ୍ତନ ଆସିଛି।

WTO ଦର୍ଶାଇଛି ଯେ, ବୈଶ୍ବିକ କମ୍ପନକୁ 2008-09 ଆର୍ଥିକ ବର୍ଷର ସଙ୍କଟ ସହ ତୁଳନା କରାଯାଇପାରିବ । ହେଲେ ବର୍ତ୍ତମାନର ସ୍ଥିତି ଆହୁରୀ ଖରାପ ଆଡକୁ ଗତି କରୁଛି । ବିବୃତ୍ତିରେ କୁହାଯାଇଛି ଯେ, ଲୋକଙ୍କ ଗତିବିଧି ଉପରେ ପ୍ରତିବନ୍ଧକ, ସାମାଜିତ ଦୂରତ୍ବ ଆହ୍ବାନ ଆଦି କାରଣରୁ ଆଜି ଶ୍ରମ, ପରିବହନ , ଯାତ୍ରା, ଯୋଗାଣ ସିଧାସଳଖ ପ୍ରଭାବିତ ହୋଇଛି । ଯାହାକି 2008 ଆର୍ଥିକ ସଙ୍କଟ ସମୟରେ ହୋଇନଥିଲା ।

ତେବେ ପରିସ୍ଥିତିକୁ ଦେଖିବାକୁ ଗଲେ ବ୍ୟାପରରେ ତୀବ୍ର ହ୍ରାସ ଦେଖାଦେବ । ହେଲେ 2020 ଦ୍ବିତୀୟ ଛଅ ମାସରେ ସୁଧାର ଆରମ୍ଭ ହେବା ଆଶା ରହିଛି । ହେଲେ ନିରାଶଜନକ ବିଷୟ ଯେ, ହ୍ରାସ ତୀବ୍ର ଓ ବ୍ୟାପକ ରହିବ , ହେଲେ ପୁନରୁଦ୍ଧାର ଲମ୍ବା ଓ ଅପୂର୍ଣ୍ଣ ହେବ ।

PTI

Last Updated : Apr 11, 2020, 6:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.