ETV Bharat / business

ଜୁଲାଇ-ସେପ୍ଟେମ୍ବରରେ 7.5 ପ୍ରତିଶତ ଖସିଲା ଭାରତୀୟ ଅର୍ଥବ୍ୟବସ୍ଥା

author img

By

Published : Nov 27, 2020, 6:21 PM IST

ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ ମୋଟ ଘରୋଇ ଉତ୍ପାଦ 7.5 ପ୍ରତିଶତ ଖସିଛି । ଯାହାକି ପ୍ରଥର ତ୍ରୟମାସରେ 23.9 ପ୍ରତିଶତ ନେଗେଟିଭି ବୃଦ୍ଧିହାର ଥିଲା । ଅଧିକ ପଢନ୍ତୁ..

ଜୁଲାଇ-ସେପ୍ଟେମ୍ବରରେ 7.5 ପ୍ରତିଶତ ଖସିଲା ଭାରତୀୟ ଅର୍ଥବ୍ୟବସ୍ଥା
ଜୁଲାଇ-ସେପ୍ଟେମ୍ବରରେ 7.5 ପ୍ରତିଶତ ଖସିଲା ଭାରତୀୟ ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ: 2020-21ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସ (ଜୁଲାଇ-ସେପ୍ଟେମ୍ବର)ରେ ଭାରତୀୟ ଅର୍ଥବ୍ୟବସ୍ଥା 7.5 ପ୍ରତିଶତ ଖସିଛି ।

ଏଏନଆଇ ରିପୋର୍ଟ ଅନୁସାରେ 2019-20ର ସମାନ ଅବଧିରେ ମୋଟ ଘରୋଇ ଉତ୍ପାଦ (ଜିଡିପି) 4.4 ପ୍ରତିଶତ ହାରରେ ବୃଦ୍ଧି ହୋଇଥିଲା । ଗତ 40 ବର୍ଷରେ ପ୍ରଥମ ଥର ଜିଡିପି ଏତେ ପରିମାଣରେ ହ୍ରାସ ହୋଇଛି । ଏଣୁ ଏ ବର୍ଷର ଜିଡିପି ଉପରେ ରହିଛି ସମସ୍ତଙ୍କ ନଜର ।

କୋରୋନା ଭାଇରସ ପ୍ରତିହିତ ପାଇଁ ଲାଗୁ ଲକଡାଉନ ଯୋଗୁଁ ଅର୍ଥବ୍ୟବସ୍ଥା ଧୀମା ପଡିଛି । ଏହାର ପ୍ରଭାବରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି) 23.9 ପ୍ରତିଶତ ହ୍ରାସ ହୋଇଥିଲା । ତେବେ ଦ୍ବିତୀୟ ତ୍ରୟମାସରେ ଏହା ସାମାନ୍ୟ ସୁଧୁରିଛି । ହେଲେ ଏବେ ବି କୋରୋନା କଟକଣାରେ ପ୍ରଭାବିତ ଅର୍ଥବ୍ୟବସ୍ଥା ଦୁର୍ବଳ ରହିଛି ।

ଏ ବର୍ଷ ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ଚୀନ ଅର୍ଥବ୍ୟବସ୍ଥା 4.9 ପ୍ରତିଶତ ବଢିଛି । ଯାହା ଏପ୍ରିଲ-ଜୁନରେ 3.2 ପ୍ରତିଶତ ବୃଦ୍ଧିରେ ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.