ETV Bharat / business

ଅଟୋରୁ ବିମାନ...ଶସ୍ତା ହେବ ଯାତ୍ରା !

ଆଜିର ମହଙ୍ଗା ଯୁଗରେ ଶସ୍ତା ଯାତାୟତ ଅଫର । ଏଣିକି ଅଟୋ ହେଉ କି ବିମାନ, ସବୁ ଭଡା କମିବ । ଏ ନେଇ ପେଟ୍ରୋଲିୟମ ମନ୍ତ୍ରାଣଳୟ ଆଣୁଛି ନୂଆ ପ୍ରସ୍ତାବ । ଏହା ଉପରେ ସମୀକ୍ଷା କରି ସରକାର ଗ୍ରୀନ ସିଗନାଲ ଦେଲେ ନିୟୟମରେ ଲାଗୁ ହେବ ନିଷ୍ପତ୍ତି ।

ପ୍ରତିକାତ୍ମକ ଫଟୋ
author img

By

Published : Oct 30, 2019, 4:03 PM IST

ନୂଆଦିଲ୍ଲୀ: ବଜେଟ ପୂର୍ବରୁ ପେଟ୍ରୋଲିୟମ ମନ୍ତ୍ରାଣଳୟ ଆଣୁଛି ନୂଆ ପ୍ରସ୍ତାବ । ଏଣିକି ଦ୍ରବ୍ୟ ଓ ସେବା କର(ଜିଏସଟି) ଅଧିକ ଆସିବ ପ୍ରାକୃତିକ ଗ୍ୟାସ ଓ ବିମାନ ଇନ୍ଧନ(ଏଟିଏଫ) । ଏ ନେଇ ଚିଠା ପ୍ରସ୍ତୁତ ପରେ ଅର୍ଥ ମନ୍ତ୍ରାଣଳୟକୁ ପଠାଯିବ । ଫଳରେ ଅଟୋରୁ ବିମାନ ଭଡା ସବୁ ଶସ୍ତା ହେବ ।

ସୂଚନା ଅନୁଯାୟୀ, ପେଟ୍ରୋଲିୟମ ମନ୍ତ୍ରାଳୟ ଏହି ନୂଆ ପ୍ରସ୍ତାବ ପାଇଁ ବହୁ ତେଲ କମ୍ପାନୀରୁ ପରାମର୍ଶ ମାଗିଛି । ଜିଏସଟି ଅଧିନକୁ ଇନ୍ଧନ ଓ ଏଟିଏଫକୁ ଅଣାଗଲେ କେତେ ପରିମାଣର ଆର୍ଥିକ ବୋଝ ପଡିବ ସେନେଇ କମ୍ପାନୀ ମତାମତ ଦେବେ । ଏଥିସହ ଏହି ପ୍ରସ୍ତାବକୁ ନେଇ ବହୁ ମନ୍ତ୍ରାଣଳୟ ସହ ଅର୍ଥ ମନ୍ତ୍ରାଣଳୟ ସମୀକ୍ଷା କରିବ ।

ଏହି ସମୀକ୍ଷା ବୈଠକରେ ପେଟ୍ରୋଲିୟମ ମନ୍ତ୍ରାଳୟ ସହ ଶକ୍ତି, ସାର ଏବଂ ଇସ୍ପାତ ମନ୍ତ୍ରାଣଳୟ ସାମିଲ ହେବେ । ଏଥିରେ ନୂଆ ନିୟମ ଲାଗୁ ପୂର୍ବରୁ ସମସ୍ତ ଦିଗ ଉପରେ ବିଚାର କରାଯିବ ।

ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ମଧ୍ୟ ଏନେଇ ପ୍ରସ୍ତାବ ଦିଆଯାଇଥିଲା । ହେଲେ ଜିଏସଟି ପରିଷଦ ବୈଠରେ ଏହା ଉପରେ କିଛି ଆଲୋଚନା ହୋଇପାରିନଥିଲା । ପରେ ସଂସଦରେ ଷ୍ଟାଣ୍ଡିଂ କମିଟି ନିଜ ସୁପାରିଶରେ କହିଥିଲା ଯେ, 20 ହଜାର ମେଗାୱାଟ ଗ୍ୟାସ ଆଧାରିତ ପାୱାରପ୍ଲାଣ୍ଟ ସେଗୁଡିକ ଏବେ ଆର୍ଥିକ ସମସ୍ୟା ଘେରରେ ରହିଛନ୍ତି । ଆଉ ଯଦି ପ୍ରାକୃତିକ ଗ୍ୟାସକୁ ଜିଏସଟି ପରିସରକୁ ଅଣାଯିବ ତେବେ ଏହି ସବୁ କମ୍ପାନୀ ପ୍ରଫିଟ ପାଇବେ । ଏହି ନିଷ୍ପତ୍ତିରେ ବହୁ ରାଜ୍ୟ ହଁ ଭରିଥିଲା ବେଳେ ଚୁଡାନ୍ତ ନିଷ୍ପତ୍ତିକୁ ଅପେକ୍ଷା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.