ETV Bharat / business

ବଜେଟ ପୂର୍ବରୁ ଅର୍ଥନୀତିକୁ ଚଡକ, କମିଲା ବିଦେଶୀ ମୁଦ୍ରା ଭଣ୍ଡାର

author img

By

Published : Jan 23, 2021, 5:25 PM IST

ଜାନୁଆରୀ 15 ରେ ଶେଷ ସପ୍ତାହରେ ଦେଶର ମୁଦ୍ରା ଭଣ୍ଡାର 1.839 ଅରବ ଡଲାର ହ୍ରାସ ହୋଇ 584.242 ଅରବ ଡଲାର ରହିଛି । ଅଧିକ ପଢନ୍ତୁ..

ବଜେଟ ପୂର୍ବରୁ ଅର୍ଥନୀତିକୁ ଚଡକ, କମିଲା ବିଦେଶୀ ମୁଦ୍ରା ଭଣ୍ଡାର
ବଜେଟ ପୂର୍ବରୁ ଅର୍ଥନୀତିକୁ ଚଡକ, କମିଲା ବିଦେଶୀ ମୁଦ୍ରା ଭଣ୍ଡାର

ନୂଆଦିଲ୍ଲୀ: ବଜେଟ ମୁଣ୍ଡ ଉପରେ ରହିଥିଲା ବେଳେ ଖସିଲା ବିଦେଶୀ ମୁଦ୍ରା ଭଣ୍ଡାର ସ୍ତର । ଜାନୁଆରୀ 15 ରେ ଶେଷ ସପ୍ତାହରେ ଦେଶର ମୁଦ୍ରା ଭଣ୍ଡାର 1.839 ଅରବ ଡଲାର ହ୍ରାସ ହୋଇ 584.242 ଅରବ ଡଲାର ରହିଛି । ରିଜର୍ଭ ବ୍ୟାଙ୍କ ଶୁକ୍ରବାର ଜାରି ତଥ୍ୟରେ ଏ ନେଇ ସୂଚନା ଦେଇଛି ।

ଏହା ପୂର୍ବରୁ ଜାନୁଆରୀ 8 ସପ୍ତାପ୍ତ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର 75.8 କୋଟି ଡଲାର ବୃଦ୍ଧି ହୋଇ 586.082 ଅରବ ଡଲାରର ସର୍ବକାଳୀନ ସ୍ତରକୁ ଛୁଇଁଥିଲା । ଭାରତୀୟ ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁସାରେ ସମୀକ୍ଷାଧୀ ଅବଧିରେ ବିଦେଶୀ ମୁଦ୍ରା ଭଣ୍ଡାର ସମ୍ପତ୍ତି(FCA)ହ୍ରାସ ହେବା ଯୋଗୁଁ ମୁଦ୍ରା ଭଣ୍ଡା ଖସିଛି ।

ମୋଟ ବିଦେଶୀ ମୁଦ୍ରା ଭଣ୍ଡାର ଗୁରୁତ୍ବପୂର୍ଣ୍ଣ ଅଂଶ ବିଦେଶୀ ମୁଦ୍ରା ସମ୍ପତ୍ତି । ଆଉ ଏଫସିଏ ହ୍ରାସ ଦ୍ବାରା ବିଦେଶୀ ମୁଦ୍ରା କମିଥାଏ । ରିଜର୍ଭ ବ୍ୟାଙ୍କର ସାପ୍ତାହିତ ତଥ୍ୟ ଅନୁସାରେ ସମୀକ୍ଷାଧୀନ ଅବଧିରେ ଏଫସିଏ 28.4 ଅରବ ଡଲାର ହ୍ରାସ ପାଇ 541.507 ଅରବ ଡଲାର ରହିଛି । ଏଫସିଏକୁ ଡଲାରରେ ଦର୍ଶାଯାଇଥାଏ । କିନ୍ତୁ ଏଥିରେ ୟୁରୋ, ପାଉଣ୍ଡ ଏବଂ ୟେନ୍ ଭଳି ଅନ୍ୟ ବିଦେଶୀ ମୁଦ୍ରା ମଧ୍ୟ ସାମିଲ ଥାଏ ।

ତଥ୍ୟ ଅନୁସାରେ ଜାନୁଆରୀ 15 ସମାପ୍ତ ସପ୍ତାହ ସମୟରେ ଦେଶର ସ୍ବର୍ଣ୍ଣ ଭଣ୍ଡାର ମୂଲ୍ୟ 1.534 ଡଲାର କମି 36.06 ଅରବ ଡଲାର ରହିଛି । ଦେଶର ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ (ଆଇଏମଏଫ)ରେ ଜମା ମୁଦ୍ରା ଭଣ୍ଡାର 40 ଲକ୍ଷ ଡଲାର କମି 1.512 ଅରବ ଡଲାର ରହିଛି । ଯେତେବେଳେ କି ଆଇଏମଏଫ ପାଖରେ ସଂରକ୍ଷିତ ମୁଦ୍ରା ଭଣ୍ଡାର 1.7 କୋଟି ଡଲାର ହ୍ରାସ ହୋଇ 5.163 ଅରବ ଡଲାର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.