ଭୁବନେଶ୍ବର: ଓଡିଶାବାସୀଙ୍କୁ ଜଙ୍ଗଲସମ୍ପଦ ପ୍ରିୟ । ଏଥିପାଇଁ ଚଳିତ ବଜେଟରେ ଜଙ୍ଗଲ ପରିସୀମା ବୃ୍ଦ୍ଧି କରିବାକୁ ସରକାର ଚେଷ୍ଟା କରିଛନ୍ତି । ଜଙ୍ଗଲ ସୁରକ୍ଷା ପାଇଁ 1,960କୋଟି ବ୍ୟୟବରାଦ ପ୍ରସ୍ତାବ ରଖାଯାଇଛି । ଏହାମଧ୍ୟରେ CAMPA ପାଣ୍ଠିରୁ 825କୋଟି ଟଙ୍କା, ରାଜ୍ୟର ସବୁଜ ବଳୟ ବୃଦ୍ଧି ଯୋଜନାରେ ବନୀକରଣ ଓ ଏହାର ରକ୍ଷଣାବେକ୍ଷଣା ନିମନ୍ତେ 39କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ଓଡିଶା ଜଙ୍ଗଲ କ୍ଷେତ୍ର ଉନ୍ନୟନ ପ୍ରକଳ୍ପର ଦ୍ବିତୀୟ ପର୍ଯ୍ୟାୟ ପାଇଁ 217କୋଟି ଟଙ୍କା, ବନ୍ୟଜନ୍ତୁ ସୁରକ୍ଷା କାର୍ଯ୍ୟକ୍ରମରେ 25କୋଟି ଟଙ୍କା ଓ ଆମ ଜଙ୍ଗଲ ଯୋଜନା ଅଧିନରେ 15କୋଟି ଟଙ୍କା ବ୍ୟୟବରାଦ ଅନ୍ତର୍ଭୁକ୍ତ । ଏହାସହ ଗ୍ରୀନ୍ ମହାନଦୀ ମିଶନ ପାଇଁ 31କୋଟି ଟଙ୍କା ବ୍ୟୟ ବରାଦ ପ୍ରସ୍ତାବ ରଖାଯାଇଛି । ଅନ୍ୟପକ୍ଷେ ଇକୋ ଟୁରିଜିମ୍ ସାଇଟ୍ ସ୍ଥାପନ ଓ ରକ୍ଷଣାବେକ୍ଷଣା ପାଇଁ 25କୋଟି ବ୍ୟୟ ବରାଦ କରାଯାଇଛି ।