ୱାସିଂଟନ: କୋରୋନା ଭାଇରସ ମହାମାରୀ ଯୋଗୁଁ ବିଶ୍ବ ଅର୍ଥବ୍ୟବସ୍ଥା ମାନ୍ଦାମୁହାଁ । ଏଥିମଧ୍ୟରେ ବିଦେଶୀ ନିବେଶକମାନେ ଏସିଆର ଅର୍ଥବ୍ୟବସ୍ଥାରୁ ପ୍ରାୟ 26 ଅରବ ଡଲାର ଏବଂ ଭାରତରୁ 16 ଆରବ ଡଲାର ପ୍ରତ୍ୟାହାର କରିନେଇଛନ୍ତି । ଆମେରିକା କଂଗ୍ରେସ ଦେଇଥିବା ରିପୋର୍ଟରେ ଏ ନେଇ କୁହାଯାଇଛି ।
କୋଭିଡ-19ର ବୈଶ୍ବିକ ଆର୍ଥିକ ପ୍ରଭାବ ନେଇ ଆମେରିକା ସ୍ବତନ୍ତ୍ର ଅନୁସନ୍ଧାନ କେନ୍ଦ୍ର ନିଜ ସଦ୍ୟ ରିପୋର୍ଟରେ କହିଛି ଯେ, ବିଦେଶୀ ନିବେଶକମାନେ ଆର୍ଥିକ ସଙ୍କଟ ମଧ୍ୟରେ ଭାରତ ବଜାରରୁ ଟଙ୍କା ପ୍ରତ୍ୟାହାର କରିଛନ୍ତି ।
ରିପୋର୍ଟରେ କୁହାଯାଇଛି ଯେ, ୟୁରୋପ, ଜର୍ମାନୀ, ଫ୍ରାନ୍ସ, ବ୍ରିଟେନ, ସ୍ପେନ ଓ ଇଟଲୀରେ ପ୍ରାୟ 3 କୋଟିରୁ ଉର୍ଦ୍ଧ୍ବ ଲୋକ ସରକାରୀ ସହାୟତା ପାଇଁ ଆବେଦନ କରିଛନ୍ତି । 2020ର ପ୍ରଥମ ତ୍ରୟମାସ ତଥ୍ୟରୁ ସଙ୍କେତ ମିଳିଛି କି ୟୁପୋପ ଦେଶ ଅର୍ଥବ୍ୟବସ୍ଥାରେ 3.8 ପ୍ରତିଶତ ହ୍ରାସ ହୋଇଛି । ଯାହାକି 1995 ପରଠୁ ସବୁଠୁ ବଡ ହ୍ରାସ ।
ରିପୋର୍ଟ ମୁତାବକ, ଆମେରିକାରେ 2020ର ପ୍ରଥମ ତ୍ରୟମାସେର ମୋଟ ଘରୋଇ ଉତ୍ପାଦରେ 4.8 ପ୍ରତିଶତ ହ୍ରାସ ଦେଖାଦେଇଛି । ଯାହାକ 2008 ବିଶ୍ବ ଆର୍ଥିକ ସଙ୍କଟ ପରର ସର୍ବାଧିକ ହ୍ରାସ ।